ସାମାନ୍ୟ ଭୁଲ ପାଇଁ ଷ୍ଟ୍ରେଚର ବୋହିବା ସହ ଫ୍ଲୋର ସଫା କଲା ଶିଶୁ - ଷ୍ଟ୍ରେଚର ବୋହିଲା ଶିଶୁ
🎬 Watch Now: Feature Video
ଲକ୍ଷ୍ନୌ: ସାରା ଦେଶରେ ଚାଲିଛି କୋରୋନା ଡର । ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ବି ତାଳ ଦେଇ ବଢିବାରେ ଲାଗିଛି। ତେବେ ହସ୍ପିଟାଲ ମାନଙ୍କରେ ସଫେଇ କର୍ମଚାରୀଙ୍କ କର୍ତ୍ତବ୍ୟ ବହୁଳ ଭାବେ ଗୁରୁତ୍ବ ବହନ କରେ । ମାତ୍ର ଉତ୍ତର ପ୍ରଦେଶର ଦେବରିଆ ଜିଲ୍ଲାରେ ସ୍ବାସ୍ଥ୍ୟବ୍ୟବସ୍ଥାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଜଣେ ଶିଶୁ ମେଡିକାଲ ୱାର୍ଡରେ ଶିଶୁର ମାଆ ପରିସ୍ରା କରିଦେବାରୁ ନୀରିହ ଶିଶୁ କନ୍ୟାକୁ ପୋଛା ମାରି ସଫା କରିବାକୁ କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।