ରାଜସ୍ଥାନ ବିବାଦ: ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବେ ଗେହଲଟ ସରକାର

By

Published : Jul 27, 2020, 7:04 PM IST

thumbnail
ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ବିବାଦ ଏବେ ରାଜଭବନରୁ ରାଷ୍ଟ୍ରପତି ଭବନ ମୁହାଁ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଉପୁଜିଥିବା ଏହି ବିବାଦ ବର୍ତ୍ତମାନ ରାଜ୍ୟପାଳ ଓ ସରକାରଙ୍କ ମଝିରେ ପାଚେରୀ ଛିଡା କରିଦେଇଛି, ଯାହା ଫଳରେ ଆମ୍ନାସାମ୍ନି ହୋଇଛନ୍ତି ଗେହଲଟ ସରକାର ଓ ରାଜସ୍ଥାନ ରାଜ୍ୟପାଳ । ସୋମବାର ପୂନର୍ବାର ବିଧାନସଭା ଅଧିବେଶନ ଡକାଇବାର ପ୍ରସ୍ତାବକୁ ରାଜ୍ୟପାଳଙ୍କ ପକ୍ଷରୁ ଫେରାଇଦିଆଯାଇଛି । ସରକାରଙ୍କ ମନରେ ପୂର୍ବରୁ ଏହି ଆଶଙ୍କା ଥିବା ବେଳେ ଏନେଇ ସାରା ଦେଶରେ କଂଗ୍ରେସ ଦଳ ପକ୍ଷରୁ ସମସ୍ତ ରାଜ୍ୟର ରାଜଭବନ ଘେରାଉ କରାଯାଇଥିଲା । ହେଲେ ରାଜସ୍ଥାନରେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ 'ସମ୍ବିଧାନ ବଞ୍ଚାଅ ଲୋକତନ୍ତ୍ର ବଞ୍ଚାଅ' କାର୍ଯ୍ୟକ୍ରମ ଆଧାରରେ ଧାରଣା ପ୍ରଦର୍ଶନ କରିବା ସହ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା । ଏହି ସମୟରେ ରାଷ୍ଟ୍ରପତିଙ୍କୁ ମଧ୍ୟ ଏହି ମାମଲାରେ ସ୍ମାରକ ପତ୍ର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଏହି ସ୍ମାରକ ପତ୍ରକୁ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ମହାସଚିବ ଅବିନାଶ ପାଣ୍ଡେ ବିଧାୟକଙ୍କୁ ପଢି ଶୁଣାଇଛନ୍ତି । ତେବେ ବିଧାୟକମାନେ ମଧ୍ୟ ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.