ଦେଶରେ ପ୍ରଥମ, ଡଙ୍ଗାରେ ବସି ନିଅନ୍ତୁ ଫିଲ୍ମର ମଜା - ଡାଲ୍‌ ହ୍ରଦରେ ଖୋଲିଲା ଫ୍ଲୋଟିଂ ଥିଏଟର

🎬 Watch Now: Feature Video

thumbnail

By

Published : Oct 30, 2021, 2:18 PM IST

ଶ୍ରୀନଗର: ଭାସମାନ ରେସ୍ତୋରାଁ, ବାର୍‌ ଆଦି ସମ୍ପର୍କରେ ତ ଆପଣ ଶୁଣିଥିବେ । କିନ୍ତୁ କେବେ ଡଙ୍ଗାରେ ବସି ଭାସିଭାସି ଫିଲ୍ମ ଦେଖିବାର ମଜା ନେଇଛନ୍ତି କି ? ଏମିତି କିଛି ନିଆରା ମଜା ଲୋକଙ୍କୁ ଭେଟି ଦେବା ପାଇଁ ଜମ୍ମୁ କାଶ୍ମୀର ସରକାର ଶ୍ରୀନଗରର ଡାଲ୍‌(DAL) ହ୍ରଦରେ ଖୋଲିଛନ୍ତି ଭାରତର ପ୍ରଥମ ଫ୍ଲୋଟିଂ ଥିଏଟର । ଦର୍ଶକମାନେ ଆଲୋକମାଳାରେ ସୁସଜ୍ଜିତ ଡଙ୍ଗାରେ ଖୋଲା ଆକାଶ ତଳେ ଓ ହ୍ରଦ ମଧ୍ୟରେ ଭାସି ଭାସି ଦେଖିପାରିବେ ଫିଲ୍ମ । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଥିଏଟରର ଉଦଘାଟନୀ ଦିବସରେ ଲୋକପ୍ରିୟ ବଲିଉଡ଼ ଫିଲ୍ମ 'କାଶ୍ମୀର କି କଲି' ବିଗ ସ୍କ୍ରିନରେ ପ୍ଲେ ହୋଇଥିଲା । ୧୯୬୪ ମସିହାରେ କାଶ୍ମୀରର ବିଭିନ୍ନ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ଏହି ଫିଲ୍ମର ସୁଟିଂ ହୋଇଥିଲା । ଏହି ଫ୍ଲୋଟିଂ ଥିଏଟରରେ ଫିଲ୍ମ ଦେଖି ଦର୍ଶକ ଏକ ନିଆରା ଅନୁଭୂତି ପାଇଥିବା କହିଛନ୍ତି । ତେବେ ଜମ୍ମୁ କାଶ୍ମୀର ପର୍ଯ୍ୟଟନ ବିଭାଗ, ସ୍ମାର୍ଟସିଟି ଶ୍ରୀନଗର ଏବଂ ମିଶନ ୟୁଥ ଜମ୍ମୁକାଶ୍ମୀର ମିଳିତ ଭାବରେ ଏଭଳି ଏକ ନିଆରା ଓ ଭିନ୍ନ ଥିଏଟର ନିର୍ମାଣ କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.