thumbnail

By

Published : Jun 25, 2020, 9:42 PM IST

ETV Bharat / Videos

ବିଶ୍ବ ମହାକାଶ ଜଗତରେ ଭାରତ ବଡ ଭୂମିକା ତୁଲାଇବ: ଇସ୍ରୋ ଅଧ୍ୟକ୍ଷ

ବେଙ୍ଗାଲୁରୁ: ମହାକାଶ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେବା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ଅଧ୍ୟକ୍ଷ କେ ଶିବନ ଇଟିଭି ଭାରତକୁ ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଶିବନ କହିଛନ୍ତି, ବିଶ୍ବ ମହାକାଶ ଅର୍ଥନୀତି ହେଉଛି 360 ବିଲିୟନ ଡଲାରର । ତେବେ ବର୍ତ୍ତମାନ ସମୟରେ ଭାରତରର ବିଶ୍ବ ମହାକାଶ ଅର୍ଥନୀତିରେ ଅବଦାନ ହେଉଛି ମାତ୍ର 3 ପ୍ରତିଶତ । ତେବେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହାକାଶ କ୍ଷେତ୍ରରେ ଏହି ଐତିହାସିକ ସଂସ୍କାର ମୂଳକ ପଦକ୍ଷେପ ପରେ ଭାରତ ବିଶ୍ବ ମହାକାଶ ଅର୍ଥନୀତିରେ ବଡ ଭୂମିକ ତୁଲାଇବ । ଏହି ପଦକ୍ଷେପ ଦ୍ୱାରା ନୂଆ ଶକ୍ତି ମିଳିବ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ କ୍ଷେତ୍ରରେ ଦେଶ ଆଉ ଗୋଟିଏ ପାଦ ଆଗେଇବ । ପୂର୍ବରୁ କେବଳ ଇସ୍ରୋ ମହାକାଶ କାର୍ଯ୍ୟକ୍ରମ ହାତକୁ ନେଉଥିଲା । ତେବେ ଘରୋଇ ସଂସ୍ଥାର ପ୍ରବେଶ ପରେ ଇସ୍ରୋକୁ ଏବେ ଗବେଷଣା ଓ ବିକାଶ, ନୂଆ ପ୍ରଯୁକ୍ତି, ମହାକାଶ ଅନୁସନ୍ଧାନ ଅଭିଯାନ ଓ ମାନବ ଚାଳିତ ମହାକାଶ ଅଭିଯାନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସୁଯୋଗ ମିଳିବ ବୋଲି କୁହାଯାଉଛି । ଫଳରେ ଇସ୍ରୋ ପାଇଁ ଏକାକି ସବୁ କାର୍ଯ୍ୟ କରିବା ସମ୍ଭବ ନଥିବା ବେଳେ ଘରୋଇ କ୍ଷେତ୍ର ସହ ମିଶି ଇସ୍ରୋ ଆଗକୁ ବଢିବ ବୋଲି ଶିବନ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.