thumbnail

By

Published : Jul 15, 2020, 7:26 PM IST

ETV Bharat / Videos

‘ଭଲ ଇଂରାଜୀ କହିବା, ଭଲ ଭାଷଣ ସବୁକିଛି ନୁହେଁ’

ଜୟପୁର: ‘ଭଲ ଇଂରାଜୀ କହିବା, ଭଲ ଭାଷଣ ଦେବା କିମ୍ବା ସୁନ୍ଦର ଚେହେରା ସବୁକିଛି ନୁହେଁ । ବରଂ ନିଜ ଦେଶ ପ୍ରତି ଭଲପାଇବା, ଆଦର୍ଶ, ନୀତି ଓ ପ୍ରତିବଦ୍ଧତା ବେଶ ଗୁରୁତ୍ବପୂର୍ଣ୍ଣ । ’ ସଚିନ ପାଇଲଟଙ୍କ ଉଦ୍ଦେଶ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏହା ପ୍ରକାଶ କରିଛନ୍ତି । ଏହା ସହ ଗଣମାଧ୍ୟମର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେହିପରି ଜାତୀୟ ଗଣମାଧ୍ୟମ ଗୁଡିକ ସତ୍ୟକୁ ସମର୍ଥନ କରିବା ଉଚିତ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଗଣତନ୍ତ୍ରକୁ ହତ୍ୟା କରୁଥିବା ଲୋକମାନେ ଦିଲ୍ଲୀରେ ଶାସନ କରୁଛନ୍ତି, ସେମାନେ ଘୋଡା ବେପାର କରୁଛନ୍ତି । ସରକାରଙ୍କୁ ଭାଙ୍ଗୁଛନ୍ତି । ଯଦି ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଛି, ତେବେ ସେମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବା ଉଚିତ ବୋଲି ଗେହେଲଟ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.