ଜେଏନୟୁ ହିଂସା ନେଇ କ'ଣ କହୁଛନ୍ତି ଏବିଭିପି ସଚିବ, ଶୁଣନ୍ତୁ...

🎬 Watch Now: Feature Video

thumbnail

By

Published : Jan 11, 2020, 3:35 PM IST

ନୂଆଦିଲ୍ଲୀ: ଜାନୁଆରୀ 5ରେ ଜେଏନୟୁରେ ହୋଇଥିବା ହିଂସା କାରଣରୁ ଦିଲ୍ଲୀର ରାଜନୀତି ବେଶ୍ ସରଗରମ ରହିଛି। ଛାତ୍ର ସଙ୍ଗଠନ ଦ୍ବାରା ପରସ୍ପରକୁ ଦୋଷାରୋପ କରୁଛନ୍ତି। ଦିଲ୍ଲୀ ପୋଲିସର ପ୍ରାଥମିକ ଯାଞ୍ଚ ପରେ ଏହି ହିଂସାରେ ବିଭିନ୍ନ ସଙ୍ଗଠନର ଛାତ୍ର ସାମିଲ ଥିବାର ଜାଣିବାକୁ ମିଳିଛ । ବାସ୍ତବରେ ଜେଏନୟୁର ପେରିୟାର ହଷ୍ଟେଲରେ କ'ଣ ସ୍ଥିତି ଥିଲା ସେ ନେଇ ଇଟିଭି ଭାରତ ପହଞ୍ଚିଥିଲା ଏବିଭିପି ସଚିବ ମନୀଷ ଜାଙ୍ଗିଡଙ୍କ ପାଖରେ। ଏନେଇ ସେ କହିଥିଲେ, ‘ଛାତ୍ର ସର୍ଭର ରୁମ୍ ପାଖରେ ଠିଆ ହୋଇଥିବା ବେଳେ କିଛି ବାମପନ୍ଥୀ ଦଳର ଛାତ୍ର ହଠାତ୍ ଆସି ମାରପିଟ୍ ଆରମ୍ଭ କରିଥିଲେ । ପରେ ଆମେ ଲୁଚି ପେରିୟର ହଷ୍ଟେଲର ଏକ ଘରେ ଲୁଚି ଯାଇଥିଲୁ । କିଛି ସମୟ ପରେ କବାଟ ବାଡେଇବାର ଶବ୍ଦ ହେଲା ଓ ସେମାନେ କବାଟ ଭାଙ୍ଗି ଭିତରକୁ ପଶି ଆସିଥିଲେ ଓ ମନଇଚ୍ଛା ପିଟିଚାଲିଲେ। ଏହାପରେ ମୁଁ ବେହୋସ ହୋଇଯାଇଥିଲି ଓ ମତେ ଆମ କର୍ମକର୍ତ୍ତା ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ।’ ଯଦି ପୋଲିସର ଯାଞ୍ଚରେ ଏବିଭିପିର କର୍ମକର୍ତ୍ତା ସାମିଲ ଅଛନ୍ତି ତେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.