ଚାରମିନାରର 'Sunday Funday' ପ୍ରୋଗ୍ରାମ: ଆଲୋକମାଳାରେ ଝଲସୁଛି ସହର, ମସଗୁଲ ପର୍ଯ୍ୟଟକ

By

Published : Oct 19, 2021, 2:07 PM IST

thumbnail

ହାଇଦ୍ରାବାଦ: ସହରବାସୀଙ୍କୁ ମନୋରଞ୍ଜନ, ମଜାଦାର କାର୍ଯ୍ୟକ୍ରମ ଭେଟି ଦେବା ପାଇଁ ତେଲେଙ୍ଗାନା ପ୍ରଶାସନ ସହରର ଐତିହାସିକ ସ୍ଥଳ 'ଚାରମିନାର୍‌'ରେ ଆୟୋଜିତ କରିଛି ସଣ୍ଡେ ଫଣ୍ଡେ ପ୍ରୋଗ୍ରାମ । ଯାହାର ନାମ ରଖାଯାଇଛି 'ଏକ ସାମ୍‌ ଚାରମିନାର କେ ନାମ୍‌' । ଏହା ମାଧ୍ୟମରେ ସହରବାସୀଙ୍କୁ ମନୋରଞ୍ଜନ ଭେଟି ଦେବା ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସ୍ଥାନୀୟ ଅଧିକାରୀ । ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ସଚେତନ କରିବା ପାଇଁ ଏଥିରେ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ପ୍ରତି ଶନିବାର ଅପରାହ୍ନ ୩ଟାରୁ ମଧ୍ୟରାତି ପର୍ଯ୍ୟନ୍ତ ଚାଲୁଛି ଏହି କାର୍ଯ୍ୟକ୍ରମ । ହାଇଦ୍ରାବାଦ ପୋଲିସ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛି । ଶିଶୁଙ୍କ ମନୋରଞ୍ଜନ ପାଇଁ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ତେବେ ଗତ ୮ ସପ୍ତାହ ଧରି ହାଇଦ୍ରାବାଦର ବଣ୍ଡରୋଡରେ ରବିବାର ଏହି କାର୍ଯ୍ୟକ୍ରମ ଚାଲିଆସୁଥିଲା । ସେଠାରେ ଏହି କାର୍ଯ୍ୟକ୍ରମ ସଫଳ ହେବା ପରେ ପ୍ରଶାସନ ଚାରମିନାର୍‌ରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ଏଥିରେ ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଯେପରିକି ସବୁ ସମ୍ପ୍ରଦାୟର ଲୋକଙ୍କୁ ଶିକ୍ଷିତ କରାଇବା, ଚାକରଙ୍କ ଦ୍ବାରା ହେଉଥିବା ପିଲା ଚୋରି, ଡ୍ରାଇଭରଙ୍କ ଦ୍ବାରା ହେଉଥିବା ଚୋରି ଆଦିକୁ ରୋକିବା ପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସଚେତନତା ସୃଷ୍ଟି କରାଯାଉଛି । ଏହି କାର୍ଯ୍ୟକ୍ରମଗୁଡିକ ହାଇଦ୍ରାବାଦ ପୋଲିସ ଦ୍ବାରା ଉଦଘାଟିତ ହୋଇଛି । ଏଥିରେ ବିଭିନ୍ନ ନାଚଗୀତର ପୋଗ୍ରାମ ରହିଛି । ମହାମାରୀ ପରେ ଏଭଳି କାର୍ଯ୍ୟକ୍ରମ ଦ୍ବାରା ବିଶେଷକରି ଶିଶୁଙ୍କ ମନ ପରିବର୍ତ୍ତନ ହେବ ବୋଲି କିଛି ପର୍ଯ୍ୟଟକ କହିଛନ୍ତି । ଏଠାରେ ଖାଦ୍ୟପଦାର୍ଥଠୁ ଆରମ୍ଭ କରି ଅନେକ ଘରୋଇ ସାମଗ୍ରୀ ଆଦିର ଦୋକାନ ରହିଛି । ପ୍ରତି ରବିବାର ଅପରାହ୍ନ ୩ଟାରୁ ରାତି ୧୨ଟା ଯାଏଁ ପର୍ଯ୍ୟଟକମାନେ ଜିନିଷ କିଣିବା ସହିତ କାର୍ଯ୍ୟକ୍ରମର ମଜା ନେଇପାରିବେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.