ମୋଦିଙ୍କ ନେତୃତ୍ବରେ ପୂରଣ ହେବ ରାମ ରାଜ୍ୟ ସ୍ବପ୍ନ: ଗମ୍ଭୀର

🎬 Watch Now: Feature Video

thumbnail
ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷା ଅନ୍ତ ଘଟି, ବହୁ ବାଦ‌ ବିବାଦ ପରେ ଆଜି ରାମ ରାଜ୍ୟ ପ୍ରତିଷ୍ଠାର ପ୍ରଥମ ସୋପାନ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ତଥା ଶିଳା ସ୍ଥାପନ ହୋଇଛି । ଏହି ଅବସରରେ ଦେଶରେ ଅନେକ ସ୍ଥାନରେ ଭୂମି ପୂଜନର ସିଧାପ୍ରସାରଣ କରାଯାଇଥିଲା । ପୂର୍ବ ଦିଲ୍ଲୀ ସ୍ଥିତ ରାମ ମନ୍ଦିରରେ ମଧ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଅଯୋଧ୍ୟା ଭୂମି ପୂଜନର ସିଧା ପ୍ରସାରଣ କରାଯାଇଛି । ଯେଉଁଠି ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ ଉପସ୍ଥିତ ରହିଥିଲେ ପୂର୍ବ ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ତେବେ ପୂଜନ ପରେ ‘ଇଟିଭି ଭାରତ’କୁ ଏକ ସାକ୍ଷାତକାର ଦେଇ ଗମ୍ଭୀର ପ୍ରଧାନମନ୍ତ୍ରୀଙ୍କ ପ୍ରସଂଶା କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.