ଥରିଲା ଦେଶ, ତିନି ସ୍ଥାନରେ ଭୂମିକମ୍ପ - ହିମାଚଳ ପ୍ରଦେଶରେ ଭୂକମ୍ପ

🎬 Watch Now: Feature Video

thumbnail

By

Published : Jul 16, 2020, 1:58 PM IST

ନୂଆଦିଲ୍ଲୀ: ସକାଳୁ ସକାଳୁ ଆଜି ଦେଶର ତିନି ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । 4 ଘଣ୍ଟା ଭିତରେ ଦେଶର ତିନି ରାଜ୍ୟରେ ଭୂମିକମ୍ପର ଝଟକା ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶ ସମେତ ଆସାମ ଓ ଗୁଜୁରାଟରେ ମଧ୍ୟ ଭୂକମ୍ପ ହୋଇଛି । ହିମାଚଳ ପ୍ରଦେଶର ଉନା ଠାରେ ଭୋର 4ଟା 47ରେ ଭୂମିକମ୍ପ ହୋଇଥିବାବେଳେ ଗୁଜୁରାଟରେ ସକାଳ 7ଟା 40 ଓ ଆସାମରେ ସକାଳ 7ଟା 57ରେ ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶରେ ରିକ୍ଟର ସ୍କେଲରେ ତୀବ୍ରତା 2.3 ରହିଥିବାବେଳେ ଗୁଜୁରାଟରେ 4.5 ଓ ଆସାମରେ 4.1 ରହିଛି । ସୂଚନା ଅନୁସାରେ, ଗୁଜୁରାଟର ରାଜକୋଟରେ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଆସାମର କରିମଗଞ୍ଜରେ ଭୂକମ୍ପ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.