ଲିଜରେ ନେଇଥିଲେ ଖଣି, ଶ୍ରମିକଙ୍କୁ ମିଳିଲା ବହୁମୂଲ୍ୟ ହୀରା - ଲିଜରେ ନେଇଥିଲେ ଖଣି, ଶ୍ରମିକଙ୍କୁ ମିଳିଲା ବହୁମୂଲ୍ୟ ହୀରା

🎬 Watch Now: Feature Video

thumbnail

By

Published : Jul 21, 2020, 7:16 PM IST

ପନ୍ନା: ମଧ୍ୟପ୍ରଦେଶର ପନ୍ନା ହୀରା ନଗରୀ ଭାବେ ଭାରତ ବିଖ୍ୟାତ । କୁହାଯାଏ ଭଗବାନ ଜୁଗତ କିଶୋରଙ୍କ ଏହି ନଗରୀ ରଙ୍କକୁ କ୍ଷଣିକ ମଧ୍ୟରେ ରାଜା କରିପାରନ୍ତି । ଏହାର ଅନେକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଶ୍ରମିକ ଆନନ୍ଦୀ ଲାଲ କୁଶୱା ରାତାରାତି ନିର୍ଦ୍ଧନରୁ ଧନୀ ପାଲଟିଯାଇଛନ୍ତି । ଲକଡାଉନ ସମୟରେ ହୀରା ଖଣିଗୁଡିକ ବନ୍ଦ ରହିଥିଲା, କିନ୍ତୁ ଲକଡାଉନ ହଟିବା ପରେ ପୁନଶ୍ଚ ପନ୍ନା ମାଟି ପାଲଟିଯାଇଛି ହୀରା ପ୍ରସବିନୀ । ଶ୍ରମିକଙ୍କ ଭାଗ୍ୟ ଚମକାଇଛି ହୀରା । ସୂଚନା ଅନୁସାରେ ପନ୍ନାର ରାନୀପୁରର ହୀରା କାର୍ଯ୍ୟାଳୟରୁ ଏକ ଅସ୍ଥାୟୀ ହୀରା ଖଣିର ଲିଜ୍ ନେଇ ଏହାର ନଅଜଣ ଅଂଶୀଦାରଙ୍କ ସହ ଖଣି ଖନନ କରିଥିଲେ । ଯେଉଁଠାରେ ମଙ୍ଗଳବାର ଶ୍ରମିକ ଏକ ହୀରା ପାଇଥିଲେ, ଯାହା ଶ୍ରମିକ ଏବଂ ସହକର୍ମୀଙ୍କୁ ଭାଗ୍ୟ ବଦଳାଇ ଦେଇଛି । ପରେ ସମସ୍ତେ ହୀରାକୁ ନେଇ କାର୍ଯ୍ୟାଳୟକୁ ଦାଖଲ କରିଛନ୍ତି । ଏହି ହୀରାର ମୂଲ୍ୟ ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାର ବୋଲି ଆକଳନ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.