ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନରୁ ହଟିବେନି ଚାଷୀ: ରାହୁଲ ଗାନ୍ଧୀ - ରାଷ୍ଟ୍ରପତି ରାମନାଥ କୋବିନ୍ଦ
🎬 Watch Now: Feature Video
ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଜାରି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେପଟେ ପଦଯାତ୍ରା କରିବା ସମୟରେ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ଗିରଫ କରିଥିଲା ପୋଲିସ । ଏହାକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ଉଭୟ ରାହୁଲ ଓ ପ୍ରିୟଙ୍କା । ରାହୁଲ ଗାନ୍ଧୀ କହିଛନ୍ତି, ନରେନ୍ଦ୍ର ମୋଦିଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଦୁଇ ଚାରି ଜଣ ଉଦ୍ୟୋଗପତିଙ୍କ ପାଇଁ ଟଙ୍କା ତିଆରି କରିବା । ଯେଉଁମାନେ ମୋଦିଙ୍କ ବିରୋଧରେ ଛିଡା ହେଉଛନ୍ତି ସେମାନଙ୍କୁ ବିରୋଧ କରାଯାଉଛି । ଚାଷୀଙ୍କୁ ଆତଙ୍କବାଦୀ କୁହାଯାଉଛି । ଯଦି କାଲି ମୋହନ ଭାଗବତ ବି ମୋଦିଙ୍କ ବିରୋଧରେ ଛିଡା ହେବେ, ତାହେଲେ ତାଙ୍କୁ ମଧ୍ୟ ଆତଙ୍କବାଦୀ କୁହାଯିବ ବୋଲି କହିଛନ୍ତି ରାହୁଲ ।