ଦିଲ୍ଲୀରେ ହାଡଭଙ୍ଗା ଶୀତ: ଧୂଆଁଧାର କୁହୁଡି ସାଙ୍ଗକୁ ବର୍ଷା ନେଇ ଆଲର୍ଟ - ପ୍ରବଳ ଶୀତ ସହିତ କୁହୁଡିର ପ୍ରବାହ ମଧ୍ୟ ଜାରି
🎬 Watch Now: Feature Video

ନୂଆଦିଲ୍ଲୀ: ଶୀତରେ ଥରୁଛି ରାଜଧାନୀ ଦିଲ୍ଲୀ । ଉତ୍ତର ଭାରତର କିଛି ଅଞ୍ଚଳରେ ପ୍ରବଳ ଥଣ୍ଡା ଜାରି ରହିଛି । କେତେକ ସ୍ଥାନରେ ରାତିର ତାପମାତ୍ରା 5 ଡିଗ୍ରୀ ସେଲସିୟସ୍ ତଳେ ରହୁଛି । ପ୍ରବଳ ଶୀତ ସହ କୁହୁଡିର ପ୍ରବାହ ମଧ୍ୟ ଜାରି ରହିଛି । ଆଗାମୀ କିଛି ଦିନ ପାଇଁ ଏହିପରି ପାଗ ଦିଲ୍ଲୀରେ ରହିବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।