ଅମାନିଆଙ୍କୁ ପୋଲିସ କରାଉଛି ଉଠବସ୍ ଓ ବେଙ୍ଗଡିଆଁ, ଦେଖନ୍ତୁ ଭିଡିଓ - ନିୟମ ଭାଙ୍ଗି ବହାଘରରେ 200 ରୁ ଅଧିକ
🎬 Watch Now: Feature Video
ଭୋପାଲ: ଦେଶରେ କୋରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ବିଶେଷ କରି ସାମାଜିକ ଦୂରତା ନିୟମ ଉପରେ ଫୋକସ କରିଛନ୍ତି ସରକାର । ମାତ୍ର କେତେକ ଅମାନିଆ ନିୟମ ମାନିବାକୁ ନାରାଜ । କେତେକ ମାସ୍କ ଆଦୌ ପିନ୍ଧୁ ନଥିବାବେଳେ ଆଉ କେତେକ ଅଧିକ ଜନଗହଳି ଥିବା ସ୍ଥାନରେ ନାକ ଏବଂ ତଳକୁ ମାସ୍କ ପିନ୍ଧୁଛିତ । ଏମାନଙ୍କୁ ଜଗି ଜଗି ପୋଲିସ ଶେଷରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଫାଇନ ଆଦାୟ କରିବା ସହ ଅମାନିଆଙ୍କୁ ବେଙ୍ଗ ଡିଆଁ, ଉଠାବସା ସହ ପାଠ ମଧ୍ୟ ପଢାଉଛି ପୋଲିସ । ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ମିଣ୍ଡି ଅଞ୍ଚଳରେ କୋରୋନା ନିୟମ ଉଲ୍ଲଙ୍ଘନ କରି ଏକ ବିବାହ ଉତ୍ସବରେ 200 ରୁ ଅଧିକ ଲୋକ ସାମିଲ ଥିବାରୁ ପୋଲିସ ଚଢାଉ କରି କନ୍ୟାପକ୍ଷ ବିରୋଧରେ ମାମଲା ରୁଜୁ କରିଛି । ଏଥିସହ ଲୋକଙ୍କୁ ଧରି ରାସ୍ତାରେ ବେଙ୍ଗ ଡିଆଁ କରିବା ସହ ଉଠାବସା ମଧ୍ୟ କରିଥିବା ଦେଖିବାକୁ ମିଳିଛି ।