ଆଗ୍ରାରେ ଯାତ୍ରୀବାହୀ ବସ୍‌ ହାଇଜାକ, ମିଳୁନି ପତ୍ତା - agra bus hijack

🎬 Watch Now: Feature Video

thumbnail

By

Published : Aug 19, 2020, 1:35 PM IST

ଆଗ୍ରା: ଆଗ୍ରାରେ ଯାତ୍ରୀଙ୍କ ସହିତ ବସ୍‌ ହାଇଜାକ । ପୋଲିସ ହାତ ଖାଲି । 10 ଘଣ୍ଟା ପରେ ବି ମିଳିନି ସୁରାକ । ତାଜନଗରୀ ଅଞ୍ଚଳର ନ୍ୟୁ ଦକ୍ଷିଣୀ ବାଇପାସରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ଯାତ୍ରିବାହୀ ବସକୁ କବଜା କରିଛନ୍ତି । ବସଟିକୁ ହାଇଜାକ କରିନେଇଛନ୍ତି । ଯେଉଁଥିରେ 34 ଜଣ ଯାତ୍ରୀ ରହିଛନ୍ତି । ତେବେ ପ୍ରଥମେ କାରରେ ବସକୁ ଓଭରଟେକ କରି ଫାଇନାନ୍ସ କର୍ମଚାରୀ କହି ବସରେ ଚଢିଥିଲେ ଅପରାଧୀ । ପରେ କୁବେରପୁରରେ ଡ୍ରାଇଭର ଓ ହେଲପରଙ୍କୁ ଛାଡି ବସକୁ ଅପରାଧୀମାନେ ବସକୁ ନେଇଯାଇଛନ୍ତି । ଏନେଇ ଆଜି(ବୁଧବାର) ମଲାପୁରା ଥାନାରେ ଡ୍ରାଇଭର ଜଣଙ୍କ ସୂଚନା ଦେବା ପରେ ଘଟଣା ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ବସ କିମ୍ବା ଯାତ୍ରୀଙ୍କର କୌଣସି ସୂଚନା ମିଳିନାହିଁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.