ଦ୍ବେତ ଯୁଦ୍ଧ ପାଇଁ ପ୍ରସ୍ତୁତ, ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ: ସ୍ଥଳସେନା ମୁଖ୍ୟ - annual press conference

🎬 Watch Now: Feature Video

thumbnail

By

Published : Jan 12, 2021, 8:39 PM IST

Updated : Jan 12, 2021, 8:47 PM IST

ନୂଆଦିଲ୍ଲୀ: ସ୍ଥଳସେନା ଅଧ୍ୟକ୍ଷ ଏମଏମ ନରଭାଣେ କହିଛନ୍ତି ସେନା ଖାଲି ପୂର୍ବ ଲଦାଖରେ ନୁହେଁ ବଂର ଦେଶର ସମସ୍ତ ସୀମାରେ ସଜାଗ ସତର୍କ ଅଛି । ସ୍ଥଳସେନା ଅଧ୍ୟକ୍ଷ ଆଜି (ମଙ୍ଗଳବାର) ତାଙ୍କ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗତ ବର୍ଷ ସେନା ପାଇଁ ଆହ୍ବାନର ବର୍ଷ ଥିଲା । ବର୍ଡରରେ ଅଶାନ୍ତ ଓ ଆଶଙ୍କା ଥିବାବେଳେ ଦେଶରେ କୋରୋନା ମହାମାରୀ ସଂକ୍ରମଣ ବିପଦ ରହିଥିଲା । ଏହାସତ୍ବେ ସେନା ନିଜ ଦାୟିତ୍ବ ସାମର୍ଥ୍ୟ ଓ ସଦଭାବନାକୁ ବଜାୟ ରଖିବାରେ ସଫଳ ହୋଇଛି । ସେନା ମୁଖ୍ୟ କହିଛନ୍ତି ପାକିସ୍ତାନ ଚୀନ ମିଳିତ ଭାବେ ଭାରତ ପାଇଁ ବିପଦ ସୃଷ୍ଟି କରିବାରେ ଲାଗିଛନ୍ତି । ଯେଉଁଥିପାଇଁ ଆମେ ଦ୍ବେତ ଯୁଦ୍ଧ ଲଢେଇ ପାଇଁ ପ୍ରସ୍ତୁତି ଜାରି ରଖିଛୁ । ଲଦାଖ ସମେତ ସମଗ୍ର ଉତ୍ତର ପୂର୍ବ ଭାରତରେ ସର୍ବୋତ୍ତମ ଭିତ୍ତିଭୂମି ଓ ଆବଶ୍ୟକତା ପୂରଣ କରାଯାଉଛି ।
Last Updated : Jan 12, 2021, 8:47 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.