ଜମ୍ମୁ-କାଶ୍ମୀରର ଅନ୍ତର୍ଜାତୀୟ ସୀମାରେ ଠାବ ହେଲା ସୁଡଙ୍ଗ - Jammu and Kashmir
🎬 Watch Now: Feature Video
ଶ୍ରୀନଗର: ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଆଉ ଏକ ଷଡଯନ୍ତ୍ର ବିଏସଏଫ ଦ୍ବାରା ପଣ୍ଡ କରାଯାଇଛି । ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରର ବାନ ଗ୍ଲେଡ ଗ୍ରାମରେ ଏକ ସୁଡଙ୍ଗ ଠାବ ହୋଇଛି । ଯାହାର ଗୋଟିଏ ପ୍ରାନ୍ତ ଭାରତରେ ଥିବାବେଳେ ଅନ୍ୟଟି ପାକିସ୍ତାନ ଆଡକୁ ରହିଛି । ଏହି ସୁଡଙ୍ଗର ଲମ୍ବ ପ୍ରାୟ 20 ଫୁଟ ଲମ୍ବ 3-4 ଫୁଟ ବ୍ୟାସ ରହିଛି । ସୁଡଙ୍ଗ ଖୋଲିବାର ସ୍ଥାନ ଅନ୍ତର୍ଜାତୀୟ ସୀମା ଠାରୁ ଭାରତୀୟ ଆଡକୁ ପ୍ରାୟ 170 ମିଟର ରହିଛି । ତେବେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ସୀମାରେ ସୁଡଙ୍ଗ ଠାବ ହେବା ମାତ୍ରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ କରାଯାଉଛି । ବିଏସଏଫ ଆଇଜି ଏନଏସ ଜାମୱାଲଙ୍କ ଅନୁଯାୟୀ, ସାମ୍ବା ସେକ୍ଟରରେ ଏହି ସୁଡଙ୍ଗ ଥିବା ତାଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ବହୁ ଅନୁସନ୍ଧାନ ପରେ ଶୁକ୍ରବାର ଏହି ସୁଡଙ୍ଗ ଠାବ ହୋଇଛି।