thumbnail

By

Published : Aug 14, 2019, 9:25 PM IST

Updated : Aug 14, 2019, 11:51 PM IST

ETV Bharat / Videos

ଜଙ୍ଗଲରେ ଜଳ ସଙ୍କଟ, ରାସ୍ତାକଡ଼ରୁ ପାଣି ପିଉଛି ସିଂହ, ଭିଡ଼ିଓ ଭାଇରାଲ

ଗାନ୍ଧୀନଗର: ଗୋଟେ ପଟେ ଅଧା ଦେଶ ବନ୍ୟାରେ ଭାସୁଛି । ଅନ୍ୟ ପଟେ ଗୁଜୁରାଟର ଗିର ଅଭୟାରଣ୍ୟରେ ଏଇ ଛବି ଜଳ ସଙ୍କଟର ଚିତ୍ର ସ୍ପଷ୍ଟ କରୁଥିଲା ଭଳି ମନେ ହେଉଛି । ସିଂହଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ‘ଗିର’ ଅଭୟାରଣ୍ୟରେ ସିଂହଙ୍କୁ ପାଖରୁ ଦେଖିବାକୁ ଛୁଟି ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ। ଏଠାରେ ଖୋଲା ଜଙ୍ଗଲରେ ବୁଲୁଥିବା ସିଂହଙ୍କୁ ଦେଖିବାର ମଜା ବି ନିଆରା। ହେଲେ ଏବେ ଘଞ୍ଚ ଜଙ୍ଗଲରୁ ବାହାରକୁ ଆସି ରାସ୍ତା କଡରେ ଖାଲରେ ଜମିଥିବା ପାଣି ପିଉଚି ଜଙ୍ଗଲର ରାଜା ସିଂହ । ବିଶାଳକାୟ ସିଂହକୁ ଦେଖିବା ପାଇଁ ଜାତୀୟ ଉଦ୍ୟାନ ମଧ୍ୟ ଦେଇ ଯାଇଥିବା ରାସ୍ତାରେ କିଛି କ୍ଷଣ ପାଇଁ ଅଟକି ଯାଇଛନ୍ତି ପର୍ଯ୍ୟଟକ ।
Last Updated : Aug 14, 2019, 11:51 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.