ETV Bharat / entertainment

'ଦେବରା' କ୍ରେଜ, ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲାଣି ଜୁନିଅର ଏନଟିଆରଙ୍କ ଫିଲ୍ମ - Devara Advance Booking

Devara Advance Booking: ଆଉ ମାତ୍ର ଦୁଇ ଦିନର ଅପେକ୍ଷା । 'ଦେବରା' ସହ ପରଦାକୁ ଫେରୁଛନ୍ତି ଜୁନିଅର ଏନଟିଆର । ତେବେ ରିଲିଜ ପୂର୍ବରୁ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମ ଆଡଭାନ୍ସ ବୁକିଂରେ କୋଟି କୋଟି ଟଙ୍କା ଆୟ କରି ରେକର୍ଡ ସୃଷ୍ଟି କରିଛି । ଜାଣନ୍ତୁ କେତେ ଟିକେଟ୍ ବିକ୍ରି ହେଲାଣି ।

'ଦେବରା' କ୍ରେଜ, ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲାଣି ଜୁନିଅର ଏନଟିଆରଙ୍କ ଫିଲ୍ମ
'ଦେବରା' କ୍ରେଜ, ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲାଣି ଜୁନିଅର ଏନଟିଆରଙ୍କ ଫିଲ୍ମ (Devara Poster, Instagram)
author img

By ETV Bharat Entertainment Team

Published : Sep 25, 2024, 4:59 PM IST

ହାଇଦ୍ରାବାଦ: ସେପ୍ଟେମ୍ୱର 27ରେ ରିଲିଜ ହେବାକୁ ଯାଉଛି ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା ପାର୍ଟ- 1' । ଏହାର ଟ୍ରେଲର ରିଲିଜ୍ ହେବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମାତ୍ର ଆଉ ଦୁଇ ଦିନର ଅପେକ୍ଷା4 । ପରଦାକୁ ଆସୁଛି ଫିଲ୍ମ । ତେବେ ରିଲିଜ ପୂର୍ବରୁ ଫିଲ୍ମ ଆଡଭାନ୍ସ ବୁକିଂ ରେକର୍ଡ କଲାଣି । ପ୍ରଥମ ଦିନର ଫିଲ୍ମ ଦେଖିବା ପାଇଁ ଜୋରଦାର ଟିକେଟ ବିକ୍ରି ହେଉଥିବା ବେଳେ ଫିଲ୍ମ ଆଡଭାନ୍ସ ବୁକିଂରେ ବମ୍ପର କଲେକ୍ସନ କରିସାରିଲାଣି ।

'ଦେବରା ପାର୍ଟ-1' ରିଲିଜ ପୂର୍ବରୁ କଲାଣି ଏତିକି କଲେକ୍ସନ

ସାକନିଲ୍କର ରିପୋର୍ଟ ଅନୁଯାୟୀ, ଜୁନିଅର ଏନଟିଆରର ଏହି ଚଳଚ୍ଚିତ୍ରର ପ୍ରଥମ ଦିନ ପାଇଁ ସାରା ଦେଶରେ 7 ଲକ୍ଷ 34 ହଜାର 761 ଟିକେଟ୍ ପୂର୍ବରୁ ବିକ୍ରି ହୋଇସାରିଛି । ଯେଉଁଥିରେ ଫିଲ୍ମ ରିଲିଜ୍ ପୂର୍ବରୁ 18.78 କୋଟି ଟଙ୍କା ରୋଜଗାର କରିସାରିଛି ଏବଂ ପ୍ରାୟ 29.10 କୋଟି ଟଙ୍କା ଆୟ କରିଛି । ଏଥିରେ ତେଲୁଗୁ ଭାଷାରେ 7 ଲକ୍ଷ 19 ହଜାର 608 ଟିକେଟ୍ ର ସର୍ବାଧିକ ଆଡଭାନ୍ସ ବୁକିଂ କରାଯାଇଛି । ଏପର୍ଯ୍ୟନ୍ତ ଫିଲ୍ମର 13 ହଜାର 3 ଶହ 24 ଟିକେଟ୍ ହିନ୍ଦୀରେ ପୂର୍ବରୁ ବିକ୍ରି ହୋଇସାରିଛି । କନ୍ନଡରେ 'ଦେବରା ପାର୍ଟ- 1' ପାଇଁ ଏପର୍ଯ୍ୟନ୍ତ 100 ଟିକେଟ୍ ଆଡଭାନ୍ସ ବୁକିଂ ହୋଇଥିବା ବେଳେ 1678 ଟିକେଟ୍ ତାମିଲରେ ବୁକ୍ ହୋଇଛି । ସେହିପରି ମାଲାୟାଲମରେ ପ୍ରଥମ ଦିନ ପାଇଁ ଫିଲ୍ମ 56 ଟି ଟିକେଟ୍ ବିକ୍ରି କରିସାରିଛି । ଏହିପରି ବୁଧବାର ସକାଳ ପର୍ଯ୍ୟନ୍ତ 'ଦେବରା ପାର୍ଟ- 1' ର ବିଶ୍ୱରେ ମୋଟ ଆଡଭାନ୍ସ ବୁକିଂରେ 50 କୋଟି ଆୟ କରିସାରିଲାଣି ।

ଏହା ମଧ୍ୟ ପଢନ୍ତୁ: ଆସିଲା 'ଦେବରା' ଟ୍ରେଲର; ଆକ୍ସନ ଅବତାରରେ ଜୁନିଅର NTR, ସୈଫ ଖଳନାୟକ

ପ୍ରଥମ ଦିନ 100 କୋଟି କରିପାରେ ଆୟ!

ତେବେ ଫିଲ୍ମ ରିଲିଜ୍ ହେବାକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଫିଲ୍ମର ଟିକେଟରେ ବୃଦ୍ଧି ଦେଖିବାକୁ ମିଳିଛି । ବର୍ତ୍ତମାନ 7 ଲକ୍ଷରୁ ଅଧିକ ଟିକେଟ ବିକ୍ରି ଦେଖି ଅନୁମାନ କରାଯାଉଛି ଯେ ଆଜି ଏବଂ ଆସନ୍ତାକାଲି ଟିକେଟ୍ ବିକ୍ରିରେ ବମ୍ପର ବୃଦ୍ଧି ହେବାର ଆଶଙ୍କା ରହିଛି । ଯାହା ପରେ ଏହି ଚଳଚ୍ଚିତ୍ର ରିଲିଜର ପ୍ରଥମ ଦିନରେ 100 କୋଟି ଆୟ କରି ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ: ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା'କୁ ମିଳିଲା U/A ସାର୍ଟିଫିକେଟ୍, ହଟିଲା 4ଟି ସିନ୍

'ଦେବରା' ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଯୁବାସୁଧା କଳା ଏବଂ ଏନଟିଆର ଦ୍ୱାରା ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ 300 କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଫିଲ୍ମରେ ଜୁନିଅର ଏନଟିଆରଙ୍କ ସହ ସୈଫ ଅଲି ଖାନ ଏବଂ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ ଜାହ୍ନବୀ ଓ ସୈଫ ନଜପର ଆସିବାକୁ ଥିବା ବେଳେ ଏହି ଫିଲ୍ମ ସହ ଉଭୟ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ପ୍ରକାଶ ରାଜ, ମିକା ଶ୍ରୀକାନ୍ତ, ଜ୍ୟୋତି ଟମ ଚାକୋ ଏବଂ ଚୈତ୍ର ରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.