ETV Bharat / state

ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ପରେ କେତେ ଖୁସି ରେଳ ଯାତ୍ରୀ, ଇଟିଭି ଭାରତର ରିୟଲିଟି ଚେକ୍ - Vande Bharat Express

author img

By ETV Bharat Odisha Team

Published : 2 hours ago

Berhampur Vande Bharat: ବ୍ରହ୍ମପୁରରୁ ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବା ପରେ ବ୍ରହ୍ମପୁରରେ ଖୁସିର ମାହୋଲ । ଟ୍ରେନରେ ଅତ୍ୟାଧୁନିକ ସୁବିଧା, ସ୍ବଚ୍ଛତା ଏବଂ ସମୟାନୁବର୍ତ୍ତିତା ଯାତ୍ରୀଙ୍କୁ ଅଧିକ ଆକର୍ଷିତ କରୁଛି । ଜାଣନ୍ତୁ, ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ କଣ କହୁଛନ୍ତି ରେଳ ଯାତ୍ରୀ ?

Vande Bharat Express
Vande Bharat Express (ETV Bharat Odisha)

ବ୍ରହ୍ମପୁର: ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିବାକୁ ଜନସାଧାରଣଙ୍କ ମଧ୍ୟରେ ବଢୁଛି ଆଗ୍ରହ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବ୍ରହ୍ମପୁର ରେଳଷ୍ଟେସନରୁ ଦୈନିକ ବନ୍ଦେ ଭାରତ ଏକ୍ସପ୍ରେସ ଟାଟାନଗର ଅଭିମୁଖେ ଗଡୁଛି । ଫଳରେ ଲୋକଙ୍କ ଯାତାୟତରେ ସୁବିଧା ହେଉଥିବା ବେଳେ, ଶୀଘ୍ର ଏବଂ ସଠିକ ସମୟରେ ଗନ୍ତବ୍ୟ ପଥରେ ପହଞ୍ଚି ପାରୁଛନ୍ତି ରେଳଯାତ୍ରୀ । ଆସନ୍ତୁ ଜାଣିବା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପୂରା ଯାତ୍ରା ସଂପର୍କରେ ।

ବନ୍ଦେ ଭାରତ ଏକ୍ସପ୍ରେସର ସମୟ:

ପ୍ରତିଦିନ ଭୋର ସକାଳ ୫ଟା ୧୫ ମିନିଟରେ ବ୍ରହ୍ମପୁର ରେଳ ଷ୍ଟେସନ ଛାଡୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନରେ ରାଜଧାନୀ ଭୁବନେଶ୍ଵର ସମେତ କଟକ, ହରିଚନ୍ଦନପୁର, କେନ୍ଦୁଝର ଏବଂ ଟାଟା ନଗରକୁ ନିୟମିତ ଭାବେ ଯାତ୍ରା କରୁଛନ୍ତି ଯାତ୍ରୀ । ଅନ୍ୟ ଟ୍ରେନ ଠାରୁ ସ୍ବଚ୍ଛତା ଏବଂ ସମୟାନୁବର୍ତ୍ତିତାକୁ ଅଧିକ ଗୁରୁତ୍ଵ ଦିଆଯାଉଥିବାରୁ ଏହି ଟ୍ରେନ ପ୍ରତି ଅଧିକ ଆକର୍ଷିତ ହେଉଥିବା କହିଛନ୍ତି ଯାତ୍ରୀ । ରେଶମ ସହର ବାସିନ୍ଦା ସମେତ ଗଞ୍ଜାମ ଜିଲ୍ଲାବାସୀଙ୍କର ମଧ୍ୟ ପ୍ରଥମ ପସନ୍ଦ ପାଲଟିଛି 'ବନ୍ଦେ ଭାରତ ଏକ୍ସପ୍ରେସ' । ଏହି ଟ୍ରେନରେ ଖୋର୍ଦ୍ଧା ସମେତ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହା ଅଧିକ ଆକର୍ଷଣ ହୋଇଥିବା ବେଳେ ଦୈନିକ ମାଆ ଘଟଗାଁ ତାରିଣୀ ମନ୍ଦିରକୁ ଦର୍ଶନ କରିବାକୁ ଅନେକ ଆଗ୍ରହ ବଢାଉଥିବା ଦେଖିବାକୁ ମିଳୁଛି ।

ନିର୍ଦ୍ଧାରିତ ସମୟରେ ପହଞ୍ଚୁଛି:

ବ୍ରହ୍ମପୁରରୁ ଟାଟାନଗର ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଦୈନିକ ଗଡିବା ପରେ ଭୋର ୫ଟା ୧୫ ମିନିଟ ସମୟରେ ଏହା ଛାଡ଼ିବା ସହିତ ଟାଟାନଗରରୁ ରାତି ୧୧ଟା ୫୫ରେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବାକୁ ସମୟ ନିର୍ଦ୍ଧାରିତ ହୋଇଛି । ଦୈନିକ ସେହି ସମୟ ଅନୁଯାୟୀ ଟ୍ରେନ ଯିବା ଆସିବା କରୁଛି । ଟାଟା ନଗରରୁ ଫେରିଥିବା ଏହି ଟ୍ରେନ ବ୍ରହ୍ମପୁରରେ ରାତ୍ର ରହଣି ପରେ ପୁଣି ପରଦିନ ସକାଳୁ ଏଠାରୁ ଟାଟାନଗର ଅଭିମୁଖେ ଯାତ୍ରା କରୁଛି । ଦୀର୍ଘବର୍ଷ ଧରି ବ୍ରହ୍ମପୁରରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଟ୍ରେନ ଚଳାଚଳ କରିବାକୁ ହୋଇଆସୁଥିବା ଦାବି ପୂରଣ ହୋଇଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ବ୍ରହ୍ମପୁରବାସୀ ।

୪ ନମ୍ବର ପ୍ଲାଟଫର୍ମରୁ ଦୈନିକ ଗଡୁଛି ବନ୍ଦେ ଭାରତ:

ବ୍ରହ୍ମପୁର ଷ୍ଟେସନରୁ ଉତ୍ସର୍ଗୀକୃତ ପାର୍କିଂ ଲାଇନ ନଥିବାରୁ ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ପାର୍କିଂ ବନ୍ଦୋବସ୍ତ କରୁଛନ୍ତି ରେଳଷ୍ଟେସନ କର୍ତ୍ତୃପକ୍ଷ । ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନର ୱାସିଂ ଏବଂ ଅନ୍ୟାନ୍ୟ ସୁବିଧା ନଥିବାରୁ କେବଳ ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଇ ଦୈନିକ ଟ୍ରେନରେ ସେଠାରେ ପାଣି ଭର୍ତ୍ତି ପାଇଁ ୧୦ ମିନିଟ୍ ଅଟକିଥିଲା । ମୁଖ୍ୟତଃ ଦୈନିକ ଭୋର ୫ଟା୧୫ରେ ବ୍ରହ୍ମପୁରରୁ ଟାଟାନଗର ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ଏହି ଟ୍ରେନ ବାଲୁଗାଁ, ଖୋର୍ଦ୍ଧା ରୋଡ, ଭୁବନେଶ୍ଵର ଷ୍ଟେସନ, କଟକ ଷ୍ଟେସନ ଭଳି ରାଜ୍ୟର ହରିଚନ୍ଦନପୁର ଏବଂ କେନ୍ଦୁଝର ଆଦି ସ୍ଥାନକୁ ଯାତ୍ରା କରୁଛି । ଟ୍ରେନରେ ସେମାନଙ୍କୁ ସକାଳର ଚା, ଜଳଖିଆ ଠାରୁ ଆରମ୍ଭ କରି ଟାଟା ନଗର ଯାଉଥିବା ଯାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଥିବା ରେଳ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି ।

କୋଚିଂ ଡିପୋର ଆବଶ୍ୟକତା:

ବ୍ରହ୍ମପୁର ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନର ରହଣି ପରେ ବ୍ରହ୍ମପୁର କିମ୍ବା ଏହି ଷ୍ଟେସନ ନିକଟ ଅଞ୍ଚଳରେ ଏକ କୋଚିଂ ଡିପୋ ଅତ୍ୟନ୍ତ ଆବଶ୍ୟକ ହୋଇ ପଡ଼ିଥିବା କୁହାଯାଇଛି । ପୂର୍ବରୁ ପୁରୀ, ଭୁବନେଶ୍ଵର ବିଶାଖାପାଟଣା ରେଳ ଡିପୋରେ ଅଧିକ ଟ୍ରେନ ଚଳାଚଳ କରୁଥିବା ଯୋଗୁଁ ଅତ୍ୟଧିକ ଭାରାକ୍ରାନ୍ତ ରହୁଛନ୍ତି ଯାତ୍ରୀ । ବ୍ରହ୍ମପୁରରେ ଡିପୋ ହେଲେ ଅନ୍ୟ ଡିପୋର ଭାର ହ୍ରାସ ହୋଇପାରିବ। ଏଥିସହ ଏହି ସ୍ଥାନରୁ ବାହାରିବାକୁ ରହିଥିବା ଟ୍ରେନର ଗୁଣାତ୍ମକ ରକ୍ଷଣାବେକ୍ଷଣ ହୋଇପାରିବ । ସମୟାନୁବର୍ତ୍ତିତା ସହ ସମସ୍ତ ସୁବିଧା ଯୋଗାଇଦେବା କ୍ଷେତ୍ରରେ ଆହୁରି ସୁବିଧା ମିଳିପାରିବ ବୋଲି ଆଶା ରଖିଛନ୍ତି ଯାତ୍ରୀ।

'ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ':

ରେଳ ମନ୍ତ୍ରଣାଳୟ ପକ୍ଷରୁ ବନ୍ଦେ ଭାରତ ଭଳି ଏକ ପ୍ରିମିୟମ ଟ୍ରେନ ବ୍ରହ୍ମପୁରକୁ ଭେଟି ଦିଆଯାଇଥିବାରୁ ବେଶ ଖୁସି ବ୍ରହ୍ମପୁରବାସୀ । ଏହାଦ୍ଵାରା ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବ୍ରହ୍ମପୁରବାସୀ ।

ଏହା ବି ପଢନ୍ତୁ...ରେଳବାଇରେ ବଡ଼ ନିଯୁକ୍ତି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ - RRB Recruitment 2024

ଏହା ମଧ୍ୟ ପଢନ୍ତୁ...ଟ୍ରେନରେ ବିଦେଶ ଯାତ୍ରା, କେଉଁ ରାଜ୍ୟରେ ଅଛି ଅନ୍ତର୍ଜାତୀୟ ରେଲୱେ ଷ୍ଟେସନ ? - Railway Station To Go Abroad

ଏହା ମଧ୍ଯ ପଢନ୍ତୁ-ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏହା ମଧ୍ୟ ପଢନ୍ତୁ-ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଏମିତି ଟିକେଟ ବୁକିଂ କଲେ ମିଳିବ ଲୋୟର ବର୍ଥ - Lower Berth For Senior Citizens

ପୁରୀ ଏବଂ ଅନ୍ୟ ଅଞ୍ଚଳକୁ ଟ୍ରେନ ଚଳାଚଳ ଦାବି :

ବ୍ରହ୍ମପୁର ରେଳ ଷ୍ଟେସନରୁ ନୂତନ ଭାବରେ ଚଳାଚଳ କରୁଛି ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନ ଚଳାଚଳ ହୋଇଥିବା ଯୋଗୁଁ ଆଗାମୀ ଦିନରେ ବ୍ରହ୍ମପୁରରୁ ରାଜ୍ୟର ପୁରୀ ଏବଂ ଅନ୍ୟ ଅଞ୍ଚଳକୁ ଟ୍ରେନ ଚଳାଚଳ କରିବାକୁ ପାଇଁ ଦାବି କରିଛନ୍ତି ସହରବାସୀ । ଏପରିକି ପୂର୍ବରୁ ବ୍ରହ୍ମପୁରରୁ ମୁମ୍ବାଇ, ବ୍ରହ୍ମପୁରରୁ ଦିଲ୍ଲୀ ଏବଂ ବ୍ରହ୍ମପୁରରୁ ଚେନ୍ନାଇ ଅଭିମୁଖେ ଟ୍ରେନ ଚଳାଚଳ କରିବାକୁ ଅନେକ ଫୋରମ ପକ୍ଷରୁ ଦାବି କରାଯାଇଥିଲା । ବିଶେଷକରି ଗଞ୍ଜାମର ବହୁ ଯୁବଗୋଷ୍ଠୀ ଅଧିକ ରୋଜଗାର କରିବା ପାଇଁ ସୁରଟ ଯାଉଥିବାରୁ ବ୍ରହ୍ମପୁର-ଅହମ୍ମଦାବାଦ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଦାବି ହୋଇଆସୁଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.