thumbnail

ମହାମାରୀ ଭିତରେ କୋରୋନା କବଚ ପିନ୍ଧି ବାହା ହେଲେ ବର-କନ୍ୟା

By

Published : Apr 27, 2021, 9:18 AM IST

ନୂଆଦିଲ୍ଲୀ: ବିବାହ ପାଇଁ ସବୁକିଛି ରେଡି । ମନ୍ତ୍ରପାଠ ଚାଲିଛି । ହୋମ ନିଆଁକୁ ସାକ୍ଷୀ ରଖି ବେକରେ ବରଣ ମାଳା ପକାଇ ଆଗେ ଆଗେ ଚାଲୁଛନ୍ତି କନ୍ୟା । ଆଉ ତାଙ୍କ ସାଥ ଦେବାକୁ କନ୍ୟା କାନ୍ଧରେ ହାତ ଦେଇ ପାଦରେ ପାଦ ପକାଇ ଚାଲୁଛନ୍ତି ବର । ଏହି ଦମ୍ପତି ମହାମାରୀ ଭିତରେ ସବୁ ଗାଇଡଲାଇନ ପାଳି ପିପିଇ କିଟ ପିନ୍ଧି ଏହି ବିବାହ କରୁଛନ୍ତି । ଆଉ ପୂଜାରୀଙ୍କ ମନ୍ତ୍ରପାଠ ଭିତରେ ପୂରା ହିନ୍ଦୁ ବୈଦିକ ରୀତିନୀତିରେ ସାଜିଛନ୍ତି ସ୍ବାମୀ-ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ବର କନ୍ୟାଙ୍କ ସହ ପୂଜକ ଓ ପରିବାର ସଦସ୍ୟ ପିପିଇ କିଟ ପିନ୍ଧି ବିବାହରେ ସାମିଲ ହୋଇଛନ୍ତି । କୋଭିଡ ସଂକ୍ରମଣକୁ ଦେଖି ବିବାହ ଉପରେ କଟକଣା ଥିଲେ ବି ବାହାଘରକୁ ରୋକିପାରିଲାନି ମହାମାରୀ । ପିପିଇ କିଟ ପିନ୍ଧି ବିବାହ କରିଛନ୍ତି ଏହି ନବ ଦମ୍ପତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.