କୋରୋନା ଭ୍ୟାକ୍ସିନ ନେଇ ଶତାୟୁ ବୃଦ୍ଧା ପାଳିଲେ ଜନ୍ମଦିନ
🎬 Watch Now: Feature Video
ମୁମ୍ବାଇ: ଶତାୟୁ ବୃଦ୍ଧା କୋରୋନା ଟିକା ନେଇ ପାଳନ କଲେ ଜନ୍ମଦିନ । ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଜନ୍ମଦିନ ପାଳନ କରି କେକ କାଟିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ମୁମ୍ବାଇରେ । ସାରା ଦେଶରେ କୋରୋନା ଭ୍ୟାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଚାଲିଛି । ମହାରାଷ୍ଟ୍ରର ଜଣେ ଶତାୟୁ ବୃଦ୍ଧା ନେଇଛନ୍ତି କୋରୋନା ଟୀକା । ମୁମ୍ବାଇର ବିକେଶି ଜୁମ୍ବୋ ଟୀକାକରଣ କେନ୍ଦ୍ରରେ 100 ବର୍ଷିୟ ମହିଳା କୋରୋନା ଟିକା ନେଇଛନ୍ତି । ଏହା ପରେ ସେଠାରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହିତ ମିଶି ନିଜର 100 ତମ ଜନ୍ମଦିନ ପାଳନ କରିଛନ୍ତି । ସେଠାରେ ନିଜ ଜନ୍ମଦିନ କେକ ମଧ୍ୟ କାଟିଛନ୍ତି ଏବଂ ବେଶ ଖୁସି ପ୍ରକଟ କରିଛନ୍ତି । ଲୋକଙ୍କୁ କୋରୋନା ଟିକା ନେବା ପାଇଁ କହିଛନ୍ତି ।