ପୌର ନିର୍ବାଚନ ପାଇଁ ରେଶମ ସହରରେ ବ୍ୟାପକ ପ୍ରସ୍ତୁତି - ପୌର ନିର୍ବାଚନ ପାଇଁ ବ୍ରହ୍ମପୁରରେ ପ୍ରସ୍ତୁତି

🎬 Watch Now: Feature Video

thumbnail

By

Published : Mar 23, 2022, 7:42 PM IST

Updated : Feb 3, 2023, 8:20 PM IST

ବ୍ରହ୍ମପୁର: ଆସନ୍ତାକାଲି(ଗୁରୁବାର) ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡର ୨୫୦ ବୁଥରେ ମତ ସାବ୍ୟସ୍ତ କରିବେ ଭୋଟର । ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଆଜି(ବୁଧବାର) ସମସ୍ତ ଭୋଟଦାନ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସର ଏବଂ ପୁଲିଂ ଅଫିସର ପହଞ୍ଚି ମତଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବେ । ମତଦାନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ସହରର ପ୍ରତି ଦୁଇ ୱାର୍ଡରେ ସେକ୍ଟର ଅଫିସର ରହିବେ । ୭ଟି ୱାର୍ଡକୁ ଜଣେ ଲେଖାଏଁ ୱାର୍ଡକୁ ନେଇ ଜଣେ ଲେଖାଏଁ ପ୍ରଶାସନିକ ବରିଷ୍ଠ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି । ଇଭିଏମ୍ ଟେକ୍ନିକାଲ ସମସ୍ୟା ରହୁଥିବା ବିଷୟକୁ ସମାଧାନ କରିବା ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ଇଞ୍ଜିନିୟରିଂ ନିଯୁକ୍ତ କରିଥିବା ବେଳେ ଏନେଇ ଅତିରିକ୍ତ ଇଭିଏମ୍ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର ସହରରେ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ କରିବା ପାଇଁ ପ୍ରଶାସନ ପକ୍ଷରୁ କିଭଳି ବ୍ୟବସ୍ଥା କରାଯାଇଛି ସେ ନେଇ ମହାନଗର ନିଗମର ନିର୍ବାଚନ ଅଧିକାରୀ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତୀ ଭାଶନଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.