ଝରଣା କୂଳରେ ଧ୍ୟାନ କରୁଛନ୍ତି ଏହି ଅଭିନେତ୍ରୀ, ଦେଖିଲେ ଉଡିଯିବ ହୋସ

By

Published : Feb 20, 2022, 4:43 PM IST

Updated : Feb 3, 2023, 8:17 PM IST

thumbnail
ହାଇଦ୍ରାବାଦ: ଜନ୍ମଭୂମି କେରଳରେ ଛୁଟିଦିନ କାଟୁଛନ୍ତି ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ । ଦୈନନ୍ଦିନ ଜୀବନରୁ କିଛି ସମୟ ପାଇଁ ବିରତି ନେଇ ସେ ପ୍ରକୃତିକୁ ଆଲିଙ୍ଗନ କରିଛନ୍ତି । ଏହି ଶାନ୍ତ ପରିବେଶରେ ଖାଲି ସମୟ ବିତାଉଥିବା ଫଟୋ ଓ ଭିଡ଼ିଓକୁ ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋରେ ସାମନ୍ଥା ଏକ ଟ୍ୟାଙ୍କ ଟପ୍‌ ସହ ସର୍ଟ୍ସ ପିନ୍ଧିଛନ୍ତି । କେରଳର ଅଥିରାପ୍ପିଲ୍ଲୀ ଝରଣା ତଥା ଭାରତର ନିଆଗ୍ରାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସେ ଉପଭୋଗ କରିଛନ୍ତି । Family Man 2 ଅଭିନେତ୍ରୀ ଏଠାରେ ଧ୍ୟାନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରକୃତିର ଏହି ମନଲୋଭା ଦୃଶ୍ୟକୁ ପ୍ରାୟ ସଭିଏଁ ଖୁବ ପସନ୍ଦ କରିଛନ୍ତି । ସେପଟେ ସାମନ୍ଥାଙ୍କ ଆଗାମୀ ଫିଲ୍ମ Shaakuntalamର ତାଙ୍କର ପ୍ରଥମ ଲୁକ୍‌ ଲଞ୍ଚ ହେବାକୁ ଯାଉଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.