thumbnail

By

Published : Dec 12, 2022, 10:23 PM IST

Updated : Feb 3, 2023, 8:35 PM IST

ETV Bharat / Videos

ଯୁବକଙ୍କୁ ଚଳନ୍ତା ଟ୍ରକ ଆଗରେ ବାନ୍ଧି ନେଲେ ଥାନା, ଭିଡିଓ ଭାଇରାଲ

ଚଣ୍ଡିଗଡ଼: ପଞ୍ଜାବରେ ଭାଇରାଲ ହେଉଛି ଏକ ଭିଡ଼ିଓ । ଯେଉଁଠି ଏକ ଟ୍ରକ ଆଗରେ ଯୁବକଙ୍କୁ ବନ୍ଧା ଯାଇଛି (Young man tied in front of a truck) । ବନ୍ଧା ହୋଇଥିବା ଯୁବକଙ୍କ ପାଖରେ ଆଉ ଜଣେ ବ୍ୟକ୍ତି ବସିଛନ୍ତି । ଏଭଳି ଅବସ୍ଥାରେ ଟ୍ରକ ମଧ୍ୟ ଚାଲୁଛି । ଡିଏସପି ଜଗଦିଶ କୁମାରଙ୍କ କହିବାନୁସାରେ ଉକ୍ତ ଯୁବକ ଜଣକ ଗହମ ବୋଝେଇ ବଣ୍ଡଲକୁ ଟ୍ରକରୁ ଫିଙ୍ଗି ଦେଇଥିଲେ । ଏହାପରେ ଉକ୍ତ ବଣ୍ଡଲକୁ ଧରି ଖସିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଧରିଥିଲେ ଟ୍ରକ ମାଲିକ । ଏହାପରେ ଟ୍ରକ ମାଲକି ତାକୁ ଏପରି ଟ୍ରକ ଆଗରେ ବାନ୍ଧିଛନ୍ତି । ମାତ୍ର ଜଣେ ଯୁବକକୁ ଏପରି ଚଳନ୍ତା ଟ୍ରକ ଆଗରେ ବାନ୍ଧିବା ଅପରାଧିକ କାର୍ଯ୍ୟ ହୋଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ଯୁବକ ଜଣକ ଗହମ ବଣ୍ଡଲକୁ ଟ୍ରକରୁ ଚୋରି କରିଆସୁଥିବା ଜଣାପଡ଼ିଛି (Young man used to steal bales from the truck) ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.