ଚିଲିକାର ଶୀତୁଆ ସକାଳ ସାଙ୍ଗକୁ ମନମୋହୁଛି ମାଛପୋଡ଼ା - ଅପରୂପ ସୌନ୍ଦର୍ଯ୍ୟରେ ଭରା ଚିଲିକା ରାଣୀ
🎬 Watch Now: Feature Video
ଅପରୂପ ସୌନ୍ଦର୍ଯ୍ୟରେ ଭରା ଚିଲିକା ରାଣୀ । ଚିଲିକା କୂଳରେ ବସବାସ କରିଥିବା ଲୋକଙ୍କ ଏହା ହେଉଛି ଜୀବନ ଜୀବିକା । ପ୍ରତିଦିନ ଶହଶହ ମସ୍ୟଜୀବୀ ଚିଲିକାରୁ ମାଛ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି । ବର୍ଷତମାମ ପ୍ରକୃତି ଚାଦରରେ ଘୋଡେଇ ହୋଇ ରହିଥିବା ଚିଲିକାର ଶୀତ ଦିନିଆ ଦୃଶ୍ୟ ବେଶ ମନୋରମ । ଶୀତୁଆ ସକାଳରେ ଚିଲିକା କୂଳରେ ମାଛ ପୋଡ଼ା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ହ୍ରଦରୁ ବିଭିନ୍ନ ପ୍ରକାରର ଛୋଟ ମାଛ ଆଣି ସେଗୁଡ଼ିକୁ କାଠି ସାହାଯ୍ୟରେ ଗୁନ୍ଥି ପୋଡ଼ା ଯାଉଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ମସ୍ୟଜୀବୀ ମାନଙ୍କ ମାଛ ପୋଡ଼ା ନିତିଦିନିଆ ଖାଦ୍ୟ ହୋଇଥିବାବେଳେ ଏହା ଶରୀର ପାଇଁ ବେଶ୍ ଉପକାରୀ ହୋଇଥିବା କହିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:32 PM IST