thumbnail

By

Published : Jul 30, 2022, 4:39 PM IST

Updated : Feb 3, 2023, 8:25 PM IST

ETV Bharat / Videos

Babushan BirthDay: ଘର ଆଗରେ ଫ୍ୟାନ୍ସଙ୍କ ଭିଡ଼, ଧନ୍ୟବାଦ ଜଣାଇଲେ ବାବୁ

ଭୁବନେଶ୍ବର: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହିତ ସମ୍ପର୍କକୁ ନେଇ ବିବାଦରେ ଛନ୍ଦି ହୋଇଥିବା ଓଲିଉଡ଼ ସୁପରଷ୍ଟାର ବାବୁଶାନ୍‌ ମହାନ୍ତିଙ୍କ ଆଜି ହେଉଛି ଜନ୍ମଦିନ । ବିବାଦ ଘେରରେ ଥିବା ସତ୍ତ୍ବେ ତାଙ୍କ ପ୍ରତି କମିନି ଫ୍ୟାନ୍ସଙ୍କ ଭଲ ପାଇବା । ଆଜି ଅଭିନେତାଙ୍କ ଘର ସାମ୍ନାରେ ହାତରେ କେକ୍‌ ଓ ଫୁଲତୋଡ଼ା ଧରି ଫ୍ୟାନ୍ସମାନେ ଭିଡ଼ ଜମାଇଛନ୍ତି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫ୍ୟାନ୍ସଙ୍କ ଭଲପାଇବା ଦେଖି ବାବୁଶାନ୍‌ ମାଆ ଅପରାଜିତାଙ୍କ ସହ ବାଲକୋନୀକୁ ଆସି ଫ୍ୟାନ୍ସଙ୍କ ସହ କଥା ହୋଇଛନ୍ତି । ଆଉ କହିଛନ୍ତି, "ତୁମ ମାନଙ୍କ ଆଶୀର୍ବାଦ ପାଇଁ ମୁ ଭଲ ଅଛି । ତୃପ୍ତି ଆସିଲେ ଜନ୍ମଦିନ ପାଳନ ହେବ । ଫୋନ୍‌ ଯୋଗେ ତୃପ୍ତି ମୋତେ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।" ସେପଟେ ଜଣେ ଫ୍ୟାନ୍ସ କହିଛନ୍ତି, "ଏତେ ବିବାଦ ପରେମଧ୍ୟ ଆମେ ସବୁବେଳେ ଭାଇ ସହ ଅଛୁ ଆଉ ରହିବୁ । ତାଙ୍କର ସବୁ ଚଳଚ୍ଚିତ୍ର ଦେଖିବୁ । ଖୁବଶୀଘ୍ର ପାରିବାରିକ ସମସ୍ୟାର ସମାଧାନ ହେଇଯାଉ, ଆଉ ଭାଇ ଭାଉଜ ଏକାଠି ହୋଇଯାନ୍ତୁ ।" ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.