ETV Bharat / sukhibhava

Slip Disc: ପିଠି ଯନ୍ତ୍ରଣା ଭୋଗୁଥିଲେ କରନ୍ତୁ ଏହି ଯୋଗାସନ, ଦୂର ହେବ ସମସ୍ୟା

author img

By

Published : Mar 30, 2023, 4:20 PM IST

ସ୍ଲିପ୍ ଡିସ୍କ ଭଳି ସ୍ବାସ୍ଥ୍ୟ ସମସ୍ୟା ବର୍ତ୍ତମାନ ଅଧିକାଂଶ ଲୋକଙ୍କୁ ପ୍ରଭାବିତ କରୁଛି । ଗୋଟିଏ ସ୍ଥାନରେ ବହୁତ ସମୟ ଧରି କାର୍ଯ୍ୟ କରିବା ଫଳରେ ଏହି ସମସ୍ୟା ଦେଖାଯାଉଛି । ଯୋଗ ମାଧ୍ୟମରେ କିପରି ଏହାର ସମାଧାନ କରିବେ, ଜାଣନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ସ୍ଲିପ୍ ଡିସ୍କର ସମ୍ମୁଖୀନ ହେଉଛନ୍ତି । ପ୍ରାୟ 80 ପ୍ରତିଶତ ଯୁବପିଢି ଏହି ରୋଗ ସହ ସଂଘର୍ଷ କରୁଛନ୍ତି । ସ୍ଲିପ୍ ଡିସ୍କ ଅଣ୍ଟା ଏବଂ ବେକରେ ପ୍ରବଳ ଯନ୍ତ୍ରଣା ଦେଇଥାଏ । ସମାନ ଅବସ୍ଥାରେ ଗୋଟିଏ ସ୍ଥାନରେ ବହୁତ ସମୟ ଧରି କାର୍ଯ୍ୟ କରିବା ଫଳରେ ଏହି ସମସ୍ୟା ଦେଖାଯାଉଛି । ଦିନକୁ ଦିନ ବହୁ ସଂଖ୍ୟକ ଯୁବପିଢି ଏହି ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟରେ ପହଞ୍ଚୁଛନ୍ତି । ତେବେ ଯୋଗ ମାଧ୍ୟମରେ ଏହି ସମସ୍ୟାର କିପରି ସମାଧାନ କରିବେ, ଜାଣନ୍ତୁ

ଶବାସନ: ଯୋଗ ବିଜ୍ଞାନର ସବୁଠାରୁ କଷ୍ଟସାଧ୍ୟ ଆସନ ହେଉଛି ଶବାସନ । ଏହି ଆସନା ସହିତ ଶରୀରର ବାହ୍ୟ ଏବଂ ଆଭ୍ୟନ୍ତରୀଣ ଶକ୍ତି ସୁସ୍ଥ ହୋଇଯାଏ । ଶରୀରର ଏହି ପ୍ରାକୃତିକ ଶକ୍ତି ଅନେକ ରୋଗ ଏବଂ ସମସ୍ୟାର ଉପଶମ ପାଇଁ କାର୍ଯ୍ୟ କରିଥାଏ ।

ଭୁଜଙ୍ଗାସନ: ଯଦି ଆପଣ ସ୍ଲିପ୍ ଡିସ୍କ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଭୁଜଙ୍ଗାସନ ଅଭ୍ୟାସ କରିପାରିବେ । ଏହି ଆସନ ମେରୁଦଣ୍ଡର ଉପର ହାଡ ଉପରେ ସକରାତ୍ମକ ଚାପ ପକାଇଥାଏ ଏବଂ ସେମାନଙ୍କୁ ଆରାମ ଦେଇଥାଏ । ଏହା ଶରୀରକୁ ନମନୀୟ କରିଥାଏ ଏବଂ ପିଠି ଯନ୍ତ୍ରଣା ମଧ୍ୟ ଦୂର କରିଥାଏ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: କୋଭିଡ୍ ଟିକା ନେଇଥିବା ରକ୍ତ କର୍କଟ ରୋଗୀଙ୍କର ଦୃଢ ହୋଇଛି ଇମ୍ୟୁନିଟି

ଶଲଭାସନ: ସ୍ଲିପ୍ ଡିସ୍କରେ ଶଲଭାସନ ବହୁତ ପ୍ରଭାବଶାଳୀ । ଏହାର ପ୍ରଭାବ କିଛି ଦିନ ମଧ୍ୟରେ ଦେଖାଯିବା ଆରମ୍ଭ କରେ ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ଶଲଭାସନ କେବଳ ସ୍ଲିପ୍ ଡିସ୍କରୁ ନୁହେଁ ବରଂ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ ।

ଉଷ୍ଟ୍ରାସନ: ଦୈନିକ ଉଷ୍ଟ୍ରାସନ କରିବା ଦ୍ୱାରା ମେରୁଦଣ୍ଡ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇପାରିବ । ଏହି ଆସନରେ ଶରୀର ଏକ ଓଟର ଅବସ୍ଥାରେ ରହିଥାଏ । ଏଥିରେ ଶରୀର ପଛକୁ ଝୁଲି ରହିଥାଏ । ଯେଉଁ କାରଣରୁ ମେରୁଦଣ୍ଡ ଉପରେ ସକରାତ୍ମକ ଚାପ ସୃଷ୍ଟି ହୁଏ ଏବଂ ଏହା ସହ ଜଡିତ ସମସ୍ୟାଗୁଡିକ ଦୂର ହୁଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ । ଯୋଗ ପ୍ରଣାଳୀ ଅବଲମ୍ବନ କରିବା ପାଇଁ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ । କାରଣ ଅନେକ ସ୍ବାସ୍ଥ୍ୟ ସମସ୍ୟା ଥିଲେ ଯୋଗ କରିବାକୁ ମଧ୍ୟ ବାରଣ କରାଯାଏ । ତେଣୁ ଡାକ୍ତରଙ୍କ ପରାମର୍ଶ କଲେ ସେମାନେ ସ୍ବାସ୍ଥ୍ୟ ପରୀକ୍ଷା ପରେ ନିଶ୍ଚିତ ରୂପେ ଉପକାରୀ ପରାମର୍ଶ ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.