ETV Bharat / sukhibhava

Wrinkly Fingers: ଦୀର୍ଘ ସମୟ ପାଣିରେ ରହିବା ପରେ ଆଙ୍ଗୁଠି କାହିଁକି ସଙ୍କୁଚିତ ହୁଏ? ଜାଣନ୍ତୁ କାରଣ

author img

By

Published : Jun 9, 2023, 3:38 PM IST

ଦୀର୍ଘ ସମୟ ପାଣିରେ ରହିବା ପରେ ଆଙ୍ଗୁଠି କାହିଁକି ସଙ୍କୁଚିତ ହୁଏ? କିଛି ସମୟ ପରେ କାହିଁକି ପୂର୍ବ ଅବସ୍ଥାକୁ ଫେରିଆସେ? ସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ପଢନ୍ତୁ ଏହି ଖବର

Wrinkly Fingers
Wrinkly Fingers

ହାଇଦ୍ରାବାଦ: ଦୀର୍ଘ ସମୟ ଆଙ୍ଗୁଠି ପାଣିରେ ରହିବା ଦ୍ବାରା ଆଙ୍ଗୁଠିର ଚର୍ମ ସଙ୍କୁଚିତ ହୋଇଯାଇଥାଏ । ଏହା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ସମସ୍ତେ ଏହାକୁ ଅନୁଭବ ମଧ୍ୟ କରିଥାଆନ୍ତି । ପାଣିରେ ଅଧିକ ସମୟ ବିତାଇବା ଦ୍ୱାରା ଏହି ଅବସ୍ଥା ସୃଷ୍ଟି ହୁଏ । କିନ୍ତୁ ପାଣିରୁ ବାହାରି ଆସିବାର କିଛି ସମୟ ପରେ ଆଙ୍ଗୁଠିଗୁଡିକ ପୂର୍ବ ଅବସ୍ଥାକୁ ଫେରିଆସିଥାଏ । ତେବେ ଜାଣିଛନ୍ତି କି ଏହା କାହିଁକି ହୁଏ ? ଦୀର୍ଘ ସମୟ ପାଣିରେ ରହିବା ପରେ ଆଙ୍ଗୁଠି କାହିଁକି ସଙ୍କୁଚିତ ହୋଇଥାଏ ? ବାସ୍ତବରେ, ଏହା ଏକ ଚିନ୍ତାଜନକ ସମସ୍ୟା ନୁହେଁ । ସମସ୍ତଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଜାଣନ୍ତୁ କାହିଁକି ଏପରି ହୋଇଥାଏ ।

ବାସ୍ତବରେ ଏହା ଏକ ସାଧାରଣ ପ୍ରକ୍ରିୟା । ବିଜ୍ଞାନ ଅନୁଯାୟୀ, ଯେତେବେଳେ ଆମେ ଦୀର୍ଘ ସମୟ ପାଣିରେ ରହିଥାଉ କିମ୍ବା ଜଳ ସହ ଜଡ଼ିତ କୌଣସି କାର୍ଯ୍ୟ କରିଥାଉ, ସେତେବେଳେ ଆଙ୍ଗୁଠିଗୁଡ଼ିକ ସଙ୍କୁଚିତ ହେବାକୁ ଲାଗେ । ଏହାର କାରଣ ହେଉଛି ଆମ ଚର୍ମରେ ସିବମ ରହିଛି, ଯାହା ଏକ ପ୍ରକାର ତେଲିଆ ପଦାର୍ଥ । ତେବେ ଏହାର ଅଭାବ ବା ବଢ଼ିବା ଉଭୟ ଚିନ୍ତା ଜନକ ଅଟେ । ଚର୍ମରେ ସିବମ କମ ହେଲେ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏହା ଚର୍ମକୁ ଶୁଷ୍କ କରିପାରେ । ଅତ୍ୟଧିକ ସିବମ୍ ଚର୍ମକୁ ତେଲିଆ କରିପାରେ, ଯାହା ପିମ୍ପଲ୍ ସମସ୍ୟା ସୃଷ୍ଟି କରିପାରେ ।

ଏହି କାରଣରୁ ସଙ୍କୁଚିତ ହୋଇଥାଏ ଆଙ୍ଗୁଠି: ଚର୍ମର ଉପରି ଭାଗରେ ସିବମ ଅଏଲ ରହିଛି । ଏହି କାରଣରୁ ହିଁ ଗୋଧୋଇବା ସମୟରେ ଶରୀରରେ ପାଣି ଢାଳିଲେ ତାହା ରୁହେ ନାହିଁ । ଯେତେବେଳେ ଆମେ ଦୀର୍ଘ ସମୟ ପାଣିରେ ରହିଥାଉ, ସିବମ୍ ଚର୍ମରୁ ବାହାରିବା ଆରମ୍ଭ କରେ ଏବଂ ଶରୀର ଭିତରେ ପାଣି ପ୍ରବେଶ କରିବା ଆରମ୍ଭ କରେ । ଏହି କାରଣରୁ ଆମର ଆଙ୍ଗୁଠି ବା ଚର୍ମ ସଙ୍କୁଚିତ ହୁଏ । ଆଙ୍ଗୁଠି ସଙ୍କୁଚିତ କରିବାର ଏହି ପ୍ରକ୍ରିୟାକୁ 'ଓସ୍ମୋସିସ୍' କୁହାଯାଏ। ଅନ୍ୟ ଅର୍ଥରେ ଏହାକୁ ଏକ୍ବାଟିକ ରିଙ୍କଲ ମଧ୍ୟ କୁହାଯାଏ ।

କେମିତି ଆପେଆପେ ଠିକ ହୋଇଯାଇଥାଏ: ଯେତେବେଳେ ବ୍ୟକ୍ତି ପାଣିରୁ ବାହାରକୁ ଆସେ, କିଛି ସମୟ ପରେ ଆଙ୍ଗୁଠିଗୁଡ଼ିକ ସେମାନଙ୍କର ମୂଳ ରୂପକୁ ଫେରି ଆସେ । ଚର୍ମ ଭିତରେ ଥିବା ପାଣି ଧୀରେଧୀରେ ଶୁଖିବା ଆରମ୍ଭ କରେ । ସୂଚନାଯୋଗ୍ୟ ଯେ, ହାତ ଏବଂ ପାଦରେ କିରାଟିନ ରହିଛି । ଯାହା ଏକ ପ୍ରକାର ପ୍ରୋଟିନ ଅଟେ । କିରାଟିନ୍ ନାମକ ଏହି ପ୍ରୋଟିନ୍ କେବଳ ଶରୀର ଭିତରେ ଥିବା ଜଳକୁ ଶୁଖାଇବା ପାଇଁ କାମ କରେ । ହାତ ଏବଂ ପାଦରେ ବହୁତ କିରାଟିନ୍ ଥିବାରୁ ଶରୀରରେ ଥିବା ଅନାବଶ୍ୟକ ଜଳୀୟଅଂଶକୁ ଶୁଖାଇ ଦେଇଥାଏ ।

ବିଦ୍ର: ଏହା ଆମର ନିଜସ୍ବ ମତ ନୁହେଁ। ଏହା ସାଧାରଣ ତଥ୍ୟ ଉପରେ ଆଧାରିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.