ETV Bharat / sukhibhava

ବିଶ୍ୱ ନିଦ୍ରା ଦିବସ : ନିୟମିତ ନିଦ, ସୁସ୍ଥ ଭବିଷ୍ୟତ - World Sleep Day

ସ୍ଲିପ୍ ଆପନିଆ ପଛରେ ଏକାଧିକ କାରଣ ଥାଏ । ଗଳାରେ ଅବରୋଧ ଏହାର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ । ଯେତେବେଳେ ମାଂସପେଶୀକୁ ଆସୁଥିବା ସିଗନାଲକୁ ବ୍ରେନ ଠାବ କରିବାରେ ବିଫଳ ହୁଏ, ସେତେବେଳେ ଗଳା ଅବରୋଧ ହୋଇଥାଏ । ଶୋଇଥିବା ବେଳେ ବ୍ୟକ୍ତି ରହି ରହି ନିଶ୍ୱାସ ନେଇଥାଏ । ତେଣୁ ଗଳା ଅବରୋଧ ଭଳି ସ୍ଥିତି ସୃଷ୍ଟି ହେଲେ ସେ ହଠାତ ନିଦରୁ ଉଠିପଡେ । ନିଦରେ ବ୍ୟାଘାତ ସୃଷ୍ଟି ହୁଏ ।

ବିଶ୍ୱ ନିଦ୍ରା ଦିବସ : ନିୟମିତ ନିଦ, ସୁସ୍ଥ ଭବିଷ୍ୟତ

author img

By

Published : Mar 19, 2021, 2:14 PM IST

ଆମର ସାମଗ୍ରିକ ସୁସ୍ୱାସ୍ଥ୍ୟ ପାଇଁ ସୁନିଦ୍ରା ଜରୁରୀ । ଭଲ ନିଦ ସମଗ୍ର ଶରୀରକୁ ପୁଲକିତ ରଖେ । ଶାରୀରିକ କ୍ରିୟାକଳାପ ଠିକ ଭାବେ ସଂଚାଳିତ ହୁଏ । କିନ୍ତୁ ବେଳେ ବେଳେ ଅନେକ କାରଣରୁ ଆମେ ଠିକ୍ ଭାବେ ଶୋଇପାରୁନାହୁଁ । ଚିନ୍ତା, ଅବସାଦ ଯୋଗୁଁ ଆମକୁ ନିଦ ହୁଏ ନାହିଁ । ଶରୀର ସଂପୂର୍ଣ୍ଣ କ୍ଲାନ୍ତି ଅନୁଭନ ନ କଲେ ବି ନିଦ ଆସେନାହିଁ । ଆମ ସମସ୍ତଙ୍କ କ୍ଷେତ୍ରରେ ଏହା ଊଣା ଅଧିକ ହୋଇଥାଏ । କିନ୍ତୁ ସଠିକ ନିଦ ନ ହେବା ଯୋଗୁଁ କିଛି ସମସ୍ୟା ଉପୁଜିଥାଏ । ଅଧିକାଂଶ ସ୍ଲିପ୍ ଆପନିଆରେ ପୀଡିତ ହୋଇଥାଆନ୍ତି । ଯଦି ଏହାର ଠିକ ସମୟରେ ଚିକିତ୍ସା କରା ନ ଯାଏ,ତାହା ହେଲେ ସଂପୃକ୍ତ ବ୍ୟକ୍ତିର ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ ।

ସ୍ଲିପ୍ ଆପନିଆ ପଛରେ ଏକାଧିକ କାରଣ ଥାଏ । ଗଳାରେ ଅବରୋଧ ଏହାର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ । ଯେତେବେଳେ ମାଂସପେଶୀକୁ ଆସୁଥିବା ସିଗନାଲକୁ ବ୍ରେନ ଠାବ କରିବାରେ ବିଫଳ ହୁଏ, ସେତେବେଳେ ଗଳା ଅବରୋଧ ହୋଇଥାଏ । ଶୋଇଥିବା ବେଳେ ବ୍ୟକ୍ତି ରହି ରହି ନିଶ୍ୱାସ ନେଇଥାଏ । ତେଣୁ ଗଳା ଅବରୋଧ ଭଳି ସ୍ଥିତି ସୃଷ୍ଟି ହେଲେ ସେ ହଠାତ ନିଦରୁ ଉଠିପଡେ । ନିଦରେ ବ୍ୟାଘାତ ସୃଷ୍ଟି ହୁଏ । ଏହା ଏକ ରିପିଟେଡ୍ ପାଟର୍ନ ହୋଇଥବାରୁ ଶରୀରରେ ଏ ନେଇ ଜଟିଳ ଅବସ୍ଥା ସୃଷ୍ଟି ହୋଇଥାଏ । ବିଶେଷ କରି ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରତି ଆହ୍ୱାନ ସୃଷ୍ଟି କରେ । ନିଦ ନ ହେଲେ ସ୍ମରଣ ଶକ୍ତି ହ୍ରାସ ପାଏ । ରକ୍ତଚାପ ବଢିଯାଏ।

ଡାଇବେଟିସ , ଚିଡଚିଡାପଣ, ବିରକ୍ତିବୋଧ ଓ କ୍ଲାନ୍ତି ଅନୁଭବ ହୁଏ । ନିଦ ନହେଲେ ବ୍ୟକ୍ତିର କଗନିଟିଭ ଏବିଲିଟି ମଧ୍ୟ ପ୍ରଭାବିତ ହୁଏ । ପିଲାଙ୍କ ସୁନିଦ୍ରା ପାଇଁ କିଛି ଉପାୟ ୧ରୁ ୧୨ ବର୍ଷ ବୟସର ପିଲା ପିଲାମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ସୁନିଦ୍ରା ଜରୁରୀ । ପିଲାଙ୍କ ସୁନିଦ୍ରା ପାଇଁ କିଛି ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ ।

୧. ପ୍ରତି ରାତିରେ ପିଲାଙ୍କୁ ଏକା ସମୟରେ ଶୋଇବାକୁ କହନ୍ତୁ । ରାତି ୯ଟା ହେଉଛି ସବୁଠାରୁ ଭଲ ସମୟ ।

୨. ପିଲାର ବୟସ ଦୃଷ୍ଟିରୁ ଉପଯୁକ୍ତ ନିଦ୍ରା ପାଇଁ ସମୟସାରଣୀ ପ୍ରସ୍ତୁତ କରନ୍ତୁ।

୩. ନିୟମିତ ବେଡ୍ ଟାଇମ ରୁଟିନ ଉପରେ ଧ୍ୟାନ ଦିଅନ୍ତୁ । (ଦାନ୍ତ ଘଷା,ଗୀତ ଓ କାହାଣୀ ଶୁଣିବା )

୪. ବେଡରୁମ ଶୋଇବା ଅନୁକୂଳ କରନ୍ତୁ । ଶୋଇବା ରୁମ୍ ଥଣ୍ଡା, ଅନ୍ଧାରୁଆ ଓ ନିର୍ଜନ ରହିବା ଦରକାର ।

୫. ଗଭୀର ନିଦରେ ସ୍ୱାଧୀନ ଭାବେ ଶୋଇବାକୁ ପିଲାମାନଙ୍କୁ ପ୍ରୋତ୍ସାହିତ କରନ୍ତୁ ।

୬. ରାତିରେ ଶୋଇବା ବେଳେ ପିଲାମାନେ ଯେପରି ଉଜ୍ଜ୍ୱଳ ଆଲୋକ ସଂସ୍ପର୍ଶରେ ନ ଆସିବେ, ତାହା ନିଶ୍ଚିତ କରନ୍ତୁ । ସକାଳେ ଲାଇଟ୍ଏ କ୍ସପୋଜର ବୃଦ୍ଧି କରନ୍ତୁ ।

୭. ଶୋଇବା ସମୟ ପୂର୍ବରୁ ପିଲାମାନଙ୍କୁ ଗୁରୁ ଖାଦ୍ୟ ଦିଅନ୍ତୁ ନାହିଁ । ଜୋରଦାର ବ୍ୟାୟାମ ବି ମନା ।

୮. ଶୋଇବା ସମୟରେ ଟେଲିଭିଜନ, କଂପ୍ୟୁଟର, ସେଲଫୋନ ପିଲାଙ୍କ ବେଡରୁମରୁ ବାହାରେ ରଖନ୍ତୁ । ଏହାର ବ୍ୟବହାର ସୀମିତ କରନ୍ତୁ ।

୯. ଶୋଇବା ପୂର୍ବରୁ କାଫିନ, ସୋଡା, କଫି,ଚା’ ଓ ଆଇସ ଟି ଓ ଚକୋଲେଟ୍‌ରୁ ପିଲାଙ୍କୁ ଦୂରେଇ ରଖନ୍ତୁ ।

୧୦. ପିଲାଙ୍କ ପାଇଁ ନିୟମିତ ଦୈନନ୍ଦିନ ସମୟସାରଣୀ ରଖନ୍ତୁ । ମିଲଟାଇମ୍ ବାବଦରେ ବି ଉଲ୍ଲେଖ କରନ୍ତୁ ।

ବିଶ୍ୱ ନିଦ୍ରା ଦିବସରେ ପଲମୋନୋଲୋଜିଷ୍ଟ ଡକ୍ଟର ସତ୍ୟରଞ୍ଜନ ସାହୁ ସ୍ଲିପ୍ ଆପନିଆର ମୁକାବିଲା ପାଇଁ କିଛି ଘରୋଇ ଉପଚାର ସଂପର୍କରେ ସୂଚନା ଦେଇଛନ୍ତି ।

ଓଜନ ପରିଚାଳନା

ସ୍ଲିପ ଆପନିଆ ପାଇଁ ମେଦବହୁଳତା ବି ଏକ ପ୍ରମୁଖ କାରଣ । ମୋଟାପଣ ଯୋଗୁଁ ଏୟାରୱେ ଅବଷ୍ଟ୍ରକସନ ହୁଏ । ଅର୍ଥାତ ଫୁସଫୁସକୁ ଆଂଶିକ ବା ସଂପୂର୍ଣ୍ଣ ଭାବେ ପବନ ଯିବା ବନ୍ଦ ହୋଇଯାଏ । ଫଳରେ ନିଦରେ ବ୍ୟାଘାତ

ସୃଷ୍ଟି ହୁଏ । ଯଦି ଆପଣଙ୍କର ଓଜନ ଅଧିକ ରହିଛି ଓ ସ୍ଲିପ ଆପନିଆରେ ପୀଡିତ ହୋଇଥାଆନ୍ତି, ତାହା ହେଲେ ଓଜନ ହ୍ରାସ ପାଇଁ ସମସ୍ତ ଉଦ୍ୟମ କରନ୍ତୁ ।

ନିୟମିତ ବ୍ୟାୟାମ କରନ୍ତୁ

ନିୟମିତ ବ୍ୟୟାମ ଓ ଯୋଗ ଯେକୌଣସି ରୋଗ ପାଇଁ ଔଷଧ ଭାବେ କାମ କରିଥାଏ । ବ୍ୟାୟାମ କଲେ ଆପଣଙ୍କ ଶ୍ୱସନ ବ୍ୟବସ୍ଥା ଦୃଢୀଭୂତ ହୁଏ । ଆପଣଙ୍କ ଫୁସଫୁସ ଅକ୍ସିଜେନ ନିଏ । ସ୍ଲିପ ଆପନିଆ ଅକ୍ସିଜେନ ଅଭାବରୁ ସୃଷ୍ଟି ହେଉଥିବାରୁ ବ୍ୟାୟାମ ଓ ଯୋଗ କଲେ ଫାଇଦା ମିଳିଥାଏ । ଶୋଇବା ମୁଦ୍ରାରେ ପରିବର୍ତ୍ତନ ଦେଖାଯାଇଛି ଯେ, ଶୋଇବା ମୁଦ୍ରାରେ ପରିବର୍ତ୍ତନ କଲେ ଭଲ ନିଦ ହୋଇଥାଏ । ଯଦି ଜଣେ ବ୍ୟକ୍ତି ପିଠି ସହାୟତାରେ ଶୁଅନ୍ତି, ତାହା ହେଲେ ନିଶ୍ୱାସ ପ୍ରଶ୍ୱାସରେ ଅବରୋଧ ହୁଏ । ତେଣୁ ପାଶ୍ୱର୍ ଶୟନ ଭଲ ।

ଏୟାର ହ୍ୟୁମିଡଫାୟର ବ୍ୟବହାର

ବେଳେବେଳେ ଏକ ଆବଦ୍ଧ ବାତାବରଣରେ ଶୁଷ୍କ ବାୟୁ ଅମ୍ଲଜାନ ଡିଫ୍ୟୁଜନରେ ବାଧର ସାଜିପାରେ । ଏହି କାରଣରୁ ହ୍ୟୁମିଡଫାୟର ଭଳି ଉପକରଣ ବ୍ୟବହାର କରିବା ଦରକାର ।

ଉନ୍ନତ ଜୀବନଶୈଳୀ

ଜଙ୍କଫୁଡ୍ , ମଦ୍ୟପାନ ଓ ଧୂମ୍ରପାନରୁ ଦୂରେଇ ରହନ୍ତୁ । ଏସବୁ ବ୍ରିଥିଂ ପାଟର୍ନ ଉପରେ ପ୍ରଭାବ ପକାଇଥାଏ ।

ମେଡିକାଲ୍ ଟ୍ରିଟମେଂଟ

କିଛି ରୋଗୀଙ୍କ କ୍ଷେତ୍ରରେ ଉପରୋକ୍ତ ଟିପ୍ସ ହୁଏତ ଫଳପ୍ରଦ ହୋି ନ ପାରେ । ଏଭଳି ରୋଗୀ କଂଟିନିଉସ ପଜିଟିଭ ଏୟାରୱେ ପ୍ରେସର ଥେରାପି ( ସିପିଏପି ) ମ୍ୟାସିନର ବିକଳ୍ପ ନେଇପାରନ୍ତି । ଏହା ରୋଗୀକୁ ଶୋଇବା ବେଳେ ଭଲ ନିଶ୍ୱାସ ପ୍ରଶ୍ୱାସ ନେବାରେ ସହାୟକ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.