ହାଇଦ୍ରାବାଦ: ପ୍ରତିବର୍ଷ ମାର୍ଚ୍ଚ 9ରେ 'ବିଶ୍ୱ କିଡନୀ ଦିବସ' ପାଳନ କରାଯାଏ । ଏହି ଦିନର ଉଦ୍ଦେଶ୍ୟ ହେଉଛି, କିଡନୀ ସମ୍ବନ୍ଧୀୟ ରୋଗ ଏବଂ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ରୋଗ ବୃଦ୍ଧିକୁ ହ୍ରାସ କରିବା । କିଡନୀ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ପ୍ରାୟତଃ କୁହାଯାଏ ଯେ ଅଧିକରୁ ଅଧିକ ପାଣି ପିଇବା ଉଚିତ୍, ଯାହା ଦ୍ବାରା ବିଷାକ୍ତ ପଦାର୍ଥ ଶରୀରରୁ ନିଷ୍କାସିତ ହେବା ସହଜ ହେବ ଏବଂ କିଡନୀ ସୁସ୍ଥ ରହିବ । ହେଲେ କିଡନୀ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟଧିକ ପାଣି ପିଇବା ବିପଦର କାରଣ ହୋଇପାରେ, କାହିଁକି ଏହା ବିପଦ, ଜାଣନ୍ତୁ
ଶରୀରକୁ ହାଇଡ୍ରେଟ୍ ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଜଳ ଶରୀରରୁ ସୋଡିୟମ୍ ଏବଂ ବିଷାକ୍ତ ପଜାର୍ଥ ନିଷ୍କାସନ କରିବାରେ ସାହାଯ୍ୟ କରେ । ଏହି କାର୍ଯ୍ୟରେ କିଡନୀ ପ୍ରମୁଖ ଭୂମିକା ନିଭାଇଥାଏ । ଜଣେ ସୁସ୍ଥ କିଡନୀ ଥିବା ଲୋକଙ୍କୁ ଦିନକୁ 3-4 ଲିଟର୍ ପାଣି ପିଇବାକୁ କହିଥାନ୍ତି । ମାତ୍ର ଯେଉଁମାନଙ୍କର କିଡନୀ ଫେଲ୍ ହୋଇ ଯାଇଥାଏ ସେମାନେ ଅତ୍ୟଧିକ ପାଣି ପିଇବା ଦ୍ବାରା ଏହା ସମସ୍ୟା ସୃଷ୍ଟି କରିଥାଏ । କିଡନୀ କାମ ନ କରୁଥିବାରୁ ପାଣି ଶରୀରରେ ଜମି ଯିବାର ସମ୍ଭାବନା ରହିଥାଏ । ତେଣୁ କିଡନୀ ରୋଗୀ କେବେ ପାଣି ପିଇବା ଉଚିତ୍ ସେଥିପାଇଁ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍ । ଡାକ୍ତର ସ୍ବାସ୍ଥ୍ୟ ଯାଞ୍ଚ କରି ସଠିକ୍ ପରାମର୍ଶ ଦେଇପାରିବେ ।
ଏହା ମଧ୍ୟ ପଢନ୍ତୁ:- World Kidney Day: ଏହି ସବୁ ଅଭ୍ୟାସ କିଡନୀ ଉପରେ ପକାଏ କୁପ୍ରଭାବ
ଏକ ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ, ମାନବ ଶରୀର ମୁଖ୍ୟତଃ ଜଳ ଦ୍ୱାରା ଗଠିତ । ଆମ ଶରୀରର ପ୍ରାୟ 60 ପ୍ରତିଶତ ଜଳ ରହିଥାଏ । ଏହି ଜଳ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରୁ ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ସାହାଯ୍ୟ କରେ, ବିଭିନ୍ନ କୋଷକୁ ପୁଷ୍ଟିକର ଖାଦ୍ୟ ପରିବହନ କରେ । ଗଣ୍ଠିକୁ ତୈଳ କରେ ଏବଂ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ । ଯଦି ଜଣେ ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣର ପାଣି ପିଉ ନାହାଁନ୍ତି ତେବେ ଡିହାଇଡ୍ରେସନ୍ ସମସ୍ୟା ଉପୁଜିପାରେ । କିନ୍ତୁ ଜଣେ ସାଧାରଣ ରୋଗ ମୁକ୍ତ ବ୍ୟକ୍ତି ମଧ୍ୟ ଅତ୍ୟଧିକ ପାଣି ପିଇବା ଦ୍ବାରା ସାମସ୍ୟାରେ ପଡିପାରନ୍ତି ।
ଅତ୍ୟଧିକ ପରିମାଣର ପାଣି ପିଇବା ଦ୍ୱାରା ମସ୍ତିଷ୍କ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଶରୀର କୋଷରେ(ମସ୍ତିଷ୍କ କୋଷକୁ ଅନ୍ତର୍ଭୁକ୍ତ କରି) ଅଧିକ ଜଳ ଜମା ହୋଇଗଲେ ଏହା ଘଟିଥାଏ, ଯେଉଁ କାରଣରୁ ଶରୀର ଫୁଲିବା ସମସ୍ୟା ସୃଷ୍ଟି ହୁଏ । ଯେତେବେଳେ ମସ୍ତିଷ୍କ କୋଷ ଗୁଡ଼ିକ ଫୁଲିଯାଏ, ମସ୍ତିଷ୍କ ଉପରେ ଚାପ ବଢିଯାଏ । ଏହି କାରଣରୁ ଦ୍ୱନ୍ଦ୍ୱ, ମୁଣ୍ଡବିନ୍ଧା ଏବଂ ନିଦ୍ରାହୀନତା ଭଳି ଲକ୍ଷଣ ଦେଖାଦିଏ । ଏହା ବ୍ୟତୀତ ପରିସ୍ରା ରଙ୍ଗରେ ପରିବର୍ତ୍ତନ, ବାରମ୍ବାର ପରିସ୍ରା ଲାଗିବା, ଶୋଷିଲା ନଥିଲେ ମଧ୍ୟ ପାଣି ପିଇବା, ବାନ୍ତି ଭଳି ଅନୁଭବ କିମ୍ବା ବାନ୍ତି ହେବା ଇତ୍ୟାଦି ।
ଗୋଟିଏ ଦିନରେ କେତେ ପାଣି ପିଇବା ଠିକ୍ ?
ଦୈନିକ କେତେ ପରିମାଣରେ ପାଣି ପିଇବେ ତାହା ଶାରୀରିକ ଗଠନ ଅନୁଯାୟୀ ଭିନ୍ନ ଭିନ୍ନ ଥାଏ । ଶାରୀରିକ କାର୍ଯ୍ୟକଳାପର ସ୍ତର, ଜଳବାୟୁ, ଶରୀରର ଓଜନ ଏବଂ ଲିଙ୍ଗ ଦୃଷ୍ଟିରୁ ଜଳ ଆବଶ୍ୟକତା ଭିନ୍ନ ହୋଇଥାଏ । ସାଧାରଣତଃ ଭାବେ ଜଣେ ସୁସ୍ଥ ବ୍ୟକ୍ତି ଦିନକୁ 3-4 ଲିଟର୍ ପାଣି ପିଇବା ଉଚିତ୍ ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।