ETV Bharat / sukhibhava

World Emoji Day: ମନର ଭାବନାକୁ ବୁଝାଏ ଇମୋଜି, ଜାଣନ୍ତୁ ଇମୋଜି ଗୁଡିକର ପ୍ରକୃତ ଅର୍ଥ କଣ - ଇମୋଜି

ପ୍ରତିବର୍ଷ ଜୁଲାଇ 17 ଇମୋଜି ଦିବସ ଭାବରେ ପାଳନ କରାଯାଏ । ଫୋନ୍ ଯୁଗରେ ଆମେ ଯଦି କାହାକୁ ଆମେ ନିଜ ଭାବକୁ ପ୍ରକାଶ କରିବାକୁ ହେଲେ ଏହି ଇମୋଜି ହେଉଠି ଏକମାତ୍ର ମାଧ୍ୟମ । ଅନେକ ଲୋକପ୍ରିୟ ଇମୋଜି ଅଛି ଯାହାର ପ୍ରକୃତ ଅର୍ଥ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ଜଣାନାହିଁ । ଜାଣନ୍ତୁ ଇମୋଜି ଗୁଡିକର ପ୍ରକୃତ ଅର୍ଥ କ'ଣ ?

ଆଜି ବିଶ୍ୱ ଇମୋଜି ଦିବସ, ଜାଣନ୍ତୁ ଇମୋଜି ଗୁଡିକର ପ୍ରକୃତ ଅର୍ଥ କ'ଣ?

author img

By

Published : Jul 17, 2023, 1:15 PM IST

Updated : Jul 17, 2023, 6:16 PM IST

ହାଇଦ୍ରାବାଦ: ଯୋଗାଯୋଗ ହେଉଛି ମଣିଷର ପ୍ରାଥମିକ ଆବଶ୍ୟକତା । ଏହାର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ କଥାକୁ ଭଲ ଭାବରେ ବୁଝିପାରୁଥିବା । ଆଜିକାଲିର ଫୋନ ଯୁଗରେ ନିଜ ଭାବନାକୁ ଏବଂ କଥାକୁ ସରଳ ଭାବେ ବୁଝାଇବାକୁ ସ୍ଲାଙ୍ଗ୍ ଏବଂ ସର୍ଟ ଫର୍ମ ଏବଂ ଇମୋଜି ବ୍ୟବହାର କରିଥାଉ । ଏଥିମଧ୍ୟରେ ସାଧାରଣତଃ ଇମୋଜି ସମଗ୍ର ବିଶ୍ୱରେ ବାର୍ତ୍ତା ବିନିମୟ ପାଇଁ ବହୁଳ ଭାବରେ ବ୍ୟବହୃତ ହୁଏ । ଇମୋଜି ଗୁଡିକ ଭାବନାକୁ ପ୍ରକାଶ କରିବାର ଏକ ଉପାୟ । ଯାହା ଏକ କାର୍ଟୁନ୍ ଚରିତ୍ର ଆକାରରେ ଉପସ୍ଥାପିତ ହୋଇଛି । ଏଥିପାଇଁ କୌଣସି ଲେଖା ଆବଶ୍ୟକ ନାହିଁ ।

ଏକ ରିପୋର୍ଟ ଅନୁଯାୟୀ, ଦୁନିଆରେ ସର୍ବାଧିକ ବ୍ୟବହୃତ ହେଉଛି 'କାନ୍ଦୁଥିବା ହସୁଥିବା ଇମୋଜି'। ଭାବନାକୁ ପ୍ରକାଶ କରିବା ପାଇଁ ଇମୋଜିର ବ୍ୟବହାର ଏପରି ଯେ ଦୁନିଆରେ ପ୍ରତିଦିନ 5 ବିଲିୟନ ଇମୋଜି ପଠାଯାଏ । ଆଇଫୋନ୍ ଆସିବା ପରେ ଏହା ଅଧିକ ଲୋକପ୍ରିୟ ହୋଇଥିଲା । ଇମୋଜି ଦୁଇଟି ଶବ୍ଦର ମିଶ୍ରଣ । ଜାପାନିଜ୍‌ରେ ଏହାର ଅର୍ଥ ଇମେଜ କିମ୍ବା ପିକ୍ଚର ଏବଂ ମୋଜି ଅର୍ଥ ଚରିତ୍ର(character)। ସେଥିପାଇଁ ଏହାକୁ ଏକ ପିକ୍ଚରୋଆଲ ମେସେଜ ମଧ୍ୟ କୁହାଯାଏ । ସାଧାରଣତଃ ଲୋକେ ହସିବା, କାନ୍ଦିବା ଏବଂ ନମସ୍କାର ଆଜି ଇମୋଜିର ବହୁଳ ବ୍ୟବହାର କରିଥାନ୍ତି । ତେବେ ପ୍ରତିବର୍ଷ 17 ଜୁଲାଇ ସମଗ୍ର ବିଶ୍ୱରେ ଇମୋଜି ଦିବସ ଭାବରେ ପାଳନ କରାଯାଏ । ଆଜି ବିଶ୍ୱ ଇମୋଜି ଦିବସରେ ଆମେ କିଛି ଲୋକପ୍ରିୟ ଇମୋଜି ଏବଂ ସେମାନଙ୍କର ପ୍ରକୃତ ଅର୍ଥ ବିଷୟରେ ଜାଣିବା ।

World Emoji Day
ବିଶ୍ୱ ଇମୋଜି ଦିବସ

ସବୁଠାରୁ ସାଧାରଣ ଇମୋଜି ହେଉଛି ଯାହାକୁ ଲୋକମାନେ ଧନ୍ୟବାଦ ବା ନମସ୍କାର ଇମୋଜି ପଠାନ୍ତି । କିନ୍ତୁ ଏହି ଇମୋଜିର ପ୍ରକୃତ ଅର୍ଥ ହେଉଛି, ଏହା ଏକ ହାଇ-ଫାଇ ସଙ୍କେତ । ଏହାର ଅର୍ଥ ହେଉଛି ଯେ ତୁମେ ଅନ୍ୟର ଶବ୍ଦକୁ ସମର୍ଥନ କରି ଅନ୍ୟ ଜଣଙ୍କ ସହ ତାଳି ମାରିବା ।

World Emoji Day
ବିଶ୍ୱ ଇମୋଜି ଦିବସ

ସେହିପରି ଗାଲରେ ହାତ ଥିବା ବିଲେଇ ଚକିତ ହେବାର ଲକ୍ଷଣ ନୁହେଁ, ବରଂ ବିରକ୍ତି କିମ୍ବା ଥକାପଣକୁ ବୁଝାଏ ।

World Emoji Day
ବିଶ୍ୱ ଇମୋଜି ଦିବସ

ଅନେକ ଲୋକ ଏହି ଇମୋଜି ବ୍ୟବହାର କରନ୍ତି ଯେତେବେଳେ ସେମାନେ ବିରକ୍ତ ହୁଅନ୍ତି, କିନ୍ତୁ ଏହା ଏକ ବୋରିଂ ସଙ୍କେତ ନୁହେଁ । ଚାଇନାରେ ଏହାର ଅର୍ଥ ହେଉଛି ଆପଣ କାହାକୁ ସମ୍ମାନ ଦେଉଛନ୍ତି ।

World Emoji Day
ବିଶ୍ୱ ଇମୋଜି ଦିବସ

ଏହି ଇମୋଜି ଦେଖାଯାଉଛି ଯେ ଏହା ଚକିତ କରିବା ପାଇଁ ବ୍ୟବହୃତ ହେବା ଉଚିତ୍‌, କିନ୍ତୁ ଏହା ଆଶ୍ଚର୍ଯ୍ୟ ବା ଶକର ପ୍ରତୀକ ନୁହେଁ, ବରଂ ଅବିଶ୍ୱାସର ପ୍ରତୀକ ।

ଏହା ମଧ୍ୟ ପଢନ୍ତୁ: ଏକ ବିଶ୍ୱ-ଏକ ସ୍ୱାସ୍ଥ୍ୟ, ଜୁନୋଜ୍ ରୋକିବା ଆବଶ୍ୟକ

ଲୋକମାନେ ଭାବନ୍ତି ଏହା ଏକ ଘରର ଚିହ୍ନ କାରଣ H ଏହି ବିଲ୍ଡିଂରେ ଲେଖା ହୋଇଛି, କିନ୍ତୁ ତାହା ନୁହେଁ । ଏହି ଇମୋଜି ଡାକ୍ତରଖାନା ପାଇଁ ବ୍ୟବହୃତ ହୁଏ ଏବଂ ଏହା ଉପରେ ନିର୍ମିତ ଏହି ଗୋଲାପୀ ହାର୍ଟ ପଜିଟିଭିଟିକୁ ସୂଚାଏ ।

World Emoji Day
ବିଶ୍ୱ ଇମୋଜି ଦିବସ

ଲୋକମାନେ ନିଜକୁ ବୁଦ୍ଧିମାନ ବୋଲି ବର୍ଣ୍ଣନା କରିବାକୁ ଏହି ଇମୋଜି ବ୍ୟବହାର କରନ୍ତି, କିନ୍ତୁ ଏହା ତାହା ସୂଚାଏ ନାହିଁ । ଏହି ଝିଅଟି ତା' ହାତକୁ ସିଧା ରଖିଛି ଏହାର ଅର୍ଥ ସାହାଯ୍ୟର ପ୍ରତୀକ ।

World Emoji Day
ବିଶ୍ୱ ଇମୋଜି ଦିବସ

ଏହି ଇମୋଜି ଦୁଃଖରେ ଥିଲେ ଏହାକୁ ବ୍ୟବହାର କରୁ । ହେଲେ ଏହାର ପ୍ରକୃତ ଅର୍ଥ ହେଉଛି ଆପଣ ଏକ ସ୍ଥିତି ଠିକ୍ କରୁଛନ୍ତି କିମ୍ବା ଏହା ବିଷୟରେ ଚିନ୍ତା କରୁଛନ୍ତି ।

World Emoji Day
ବିଶ୍ୱ ଇମୋଜି ଦିବସ

ଏହି ଇମୋଜି ଥଣ୍ଡା ହେଲେ ନିଜ ଭାବନାକୁ ପ୍ରକାଶ କରିବାକୁ ବ୍ୟବହାର କରିଥାଉ । ହେଲେ ଏହାର ପ୍ରକୃତ ଅର୍ଥ ହେଉଛି କଠିନ ପରିଶ୍ରମ କରିବା ବା ଝାଳ ବୋହିବା । ଅଫିସରେ ଅଧିକ କାମ କରି ଥକିଯିବାକୁ ସୂଚାଏ ।

World Emoji Day
ବିଶ୍ୱ ଇମୋଜି ଦିବସ

ଏହା ମଧ୍ୟ ଏକ ଇମୋଜି ଯାହା ଲୋକମାନେ ପ୍ରାୟତଃ ବ୍ୟବହାର କରନ୍ତି । ନିଜର କ୍ରୋଧ ପ୍ରକାଶ କରିବାକୁ ଏହି ଇମୋଜିର ବ୍ୟବହାର କରିଥାନ୍ତି । ହେଲେ ପ୍ରକୃତରେ ଏହି ଇମୋଜିର ଅର୍ଥ ହେଉଛି ଖୁସିରେ ପାଗଳ ହେବା ଭାବନାକୁ ପ୍ରକାଶ କରୁଥିବା ଇମୋଜି । ଏହି ଇମୋଜି ହେଉଛି ଏକ ଖୁସି ଯାହା ଏକ ବଡ଼ ବିଜୟ ପରେ ଆସେ । ଫଳରେ ନାକରୁ ଧୂଆଁ ବାହାରକୁ ଆସେ ।

Last Updated : Jul 17, 2023, 6:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.