ETV Bharat / sukhibhava

World Elder Abuse Awareness Day: ବୃଦ୍ଧି ପାଉଛି ବୟସ୍କଙ୍କ ପ୍ରତି ଦୁର୍ବବ୍ୟହାର, ସଚେତନତା ଜରୁରୀ

author img

By

Published : Jun 15, 2023, 6:28 AM IST

ଜୁନ୍ 15 ରେ ବିବୟସ୍କ ଅନ୍ୟାୟ ବିରୋଧୀ ସଚେତନତା ଦିବସ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ ହେଉଛି ବୃଦ୍ଧମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଲୋକଙ୍କୁ ଜଣାଇବା ଏବଂ ସେମାନଙ୍କୁ ଏହା ବିଷୟରେ ଅବଗତ କରାଇବା । ଅଧିକ ପଢନ୍ତୁ

World Elder Abuse Awareness Day
World Elder Abuse Awareness Day

ହାଇଦ୍ରାବାଦ: ବିଶ୍ବ ବୟସ୍କ ଅନ୍ୟାୟ ବିରୋଧୀ ସଚେତନତା ଦିବସ ପ୍ରତିବର୍ଷ ଜୁନ୍ 15 ରେ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବୃଦ୍ଧଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା, ସେମାନଙ୍କୁ ସଚେତନ କରାଇବା ଏବଂ ଏହାକୁ ରୋକିବା ପାଇଁ ପଦକ୍ଷେପ ନେବା। ଆଜିକାଲି ଏପରି ଅନେକ ମାମଲା ଶୁଣାଯାଏ ଯେଉଁଠାରେ ଲୋକମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କୁ ଭଲ ବ୍ୟବହାର କରନ୍ତି ନାହିଁ, ସେମାନଙ୍କୁ ବୃଦ୍ଧାବୃଦ୍ଧ ଘରକୁ ପଠାନ୍ତି ଏବଂ ଅନ୍ୟାନ୍ୟ ଉପାୟରେ ସେମାନଙ୍କୁ ହଇରାଣ କରିବା ସହ ନିର୍ଯାତନା ଦେଇଥାଆନ୍ତି। ଯାହା ଅତ୍ୟନ୍ତ ଦୁଃଖଦାୟକ ଅଟେ। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଏଭଳି ଘଟଣା ସାମ୍ନାକୁ ଆସୁଛି।

ବିଶ୍ବ ବୟସ୍କ ଅନ୍ୟାୟ ବିରୋଧୀ ସଚେତନତା ଦିବସର ଇତିହାସ: ଏହି ଦିନଟି ପ୍ରଥମେ 15 ଜୁନ୍ 2011 ରେ ପାଳନ କରାଯାଇଥିଲା। ମିଳିତ ଜାତିସଂଘର ସାଧାରଣ ସଭା ଡିସେମ୍ବର 2011 ରେ ବିଶ୍ୱ ବୟସ୍କଙ୍କ ଅପବ୍ୟବହାର ସଚେତନତା ଦିବସକୁ ଜାତିସଂଘର ରିଜୋଲ୍ୟୁସନ୍ 66/127 ପାସ କରି ବୟସ୍କଙ୍କ ପ୍ରତି ଦୁର୍ବ୍ୟବହାର ରୋକିବା ପାଇଁ ଆନ୍ତର୍ଜାତୀୟ ନେଟୱାର୍କର ଅନୁରୋଧ ପରେ ସ୍ୱୀକୃତି ପ୍ରଦାନ କରିଥିଲା। ବୟସ୍କମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘରେ ବିଶ୍ବ ବୟସ୍କ ଅନ୍ୟାୟ ବିରୋଧୀ ସଚେତନତା ଦିବସ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

ବୟସ୍କ ପ୍ରତି ଦୁର୍ବବ୍ୟବହାର ମାମଲା କମିବା ପରିବର୍ତ୍ତେ ବୃଦ୍ଧି ପାଉଛି: ମିଳିତ ଜାତିସଂଘ ଅନୁଯାୟୀ, ଯଦି ଦେଖାଯାଏ ତାହେଲେ ବିଶ୍ବରେ 6ଜଣ ବୃଦ୍ଧଙ୍କ ମଧ୍ୟରୁ ଜଣେ ଦୁର୍ବବ୍ୟବହାରର ଶିକାର ହେଉଛନ୍ତି। ଯାହାକି ଏକ ଦୁଃଖଦ ଏବଂ ଲଜ୍ଜାଜନକ ଘଟଣା ଅଟେ। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଅନୁମାନ କରାଯାଉଛି ଯେ ନିକଟ ଭବିଷ୍ୟତରେ ହ୍ରାସ ହେବା ପରିବର୍ତ୍ତେ ଏଭଳି ମାମଲା ବୃଦ୍ଧି ପାଉଛି ଏବଂ ଆଗାମୀ ଦିନରେ ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଇପାରେ। ଲୋକଙ୍କ ଜୀବନଶୈଳୀ ଏପରି ହୋଇଯାଇଛି ଯେ ସେମାନେ ନିଜ ଜୀବନରେ କାହାର ହସ୍ତକ୍ଷେପ ଚାହୁଁ ନାହାଁନ୍ତି। ଶାରୀରିକ, ମାନସିକ, ଆର୍ଥିକ ସ୍ତରରେ ପରିବର୍ତ୍ତନ ହେଉଥିବାରୁ ହିଂସାର ପରିମାଣ ମଧ୍ୟ ବୃଦ୍ଧି ପାଉଛି।

ଏହା ମଧ୍ୟ ପଢନ୍ତୁ: International Albinism Awareness Day 2023: ଭେଦଭାବ ନୁହେଁ ସଚେତନତା ଆବଶ୍ୟକ

ବିଶ୍ବ ବୟସ୍କ ଅନ୍ୟାୟ ବିରୋଧୀ ସଚେତନତା ଦିବସର ଉଦ୍ଦେଶ୍ୟ: ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ବୃଦ୍ଧମାନଙ୍କ ଭଲ ଆଚରଣ, ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ଏବଂ ଅନ୍ୟାନ୍ୟ ସମସ୍ୟା ଏବଂ ଆବଶ୍ୟକତା ବିଷୟରେ ସାରା ବିଶ୍ୱରେ ସଚେତନତା ସୃଷ୍ଟି କରିବା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.