ETV Bharat / sukhibhava

Day of Innocent Children Victims of Aggression: ଶିଶୁ ଅତ୍ୟାଚାରକୁ ରୋକିବା ପାଇଁ ଦିନଟିଏ - ଶିଶୁ ଅତ୍ୟାଚାରକୁ ରୋକିବା ପାଇଁ ଦିନଟିଏ

୧୯୮୨ ମସିହା ଠାରୁ ପ୍ରତି ବର୍ଷ ଜୁନ ୪ତାରିଖରେ ଏହି ଦିବସ ପାଳନ ହୋଇ ଆସୁଛି । ଜାଣନ୍ତୁ କଣ ଏହି ଦିବସ

Day of Innocent Children Victims of Aggression

author img

By

Published : Jun 4, 2023, 6:00 AM IST

ହାଇଦ୍ରାବାଦ: ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଦିବସ ପାଳନ କରିବା ପାଇଁ ମିଳିତ ଜାତିସଂଘ ସୁପାରିସ କରିଥାଏ । କିନ୍ତୁ ଏଭଳି ଏକ ଦିନ ରହିଛି ଯେଉଁ ଦିନକି ଛୋଟ ଛୁଆଙ୍କ ପାଇଁ ପାଳନ କରାଯାଇଥାଏ । ଏଭଳି ଏକ ଦିନ ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ ଇନୋସେଣ୍ଟ ଚିଲଡ୍ରେନ ଭିକ୍ଟିମ୍ସ ଅଫ ଆଗ୍ରେସନ । ଏହାର ଅର୍ଥ ନୀରିହ ଶିଶୁ ଉପରେ ବିଭିନ୍ନ ସ୍ତରରେ ହେଉଥିବା ଅତ୍ୟାଚାର ନିରୋଧ ଦିବସ ।

ପ୍ରାରମ୍ଭରେ, ଯୁଦ୍ଧର ଶିକାର ହୋଇଥିବା ଶିଶୁମାନଙ୍କ ପାଇଁ ଏହି ଦିନ ପାଳନ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହାର ସଂଜ୍ଞା ବଦଳାଇ ଯାଇଥିଲା । ଶିଶୁକୁ ମାନସିକ, ଶାରୀରିକ, ଭାବନାତ୍ମକ ଶୋଷଣରୁ ଉଦ୍ଧାର କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଛି । ଯଦି ଶିଶୁଟି ଉପରେ ମାନସିକ, ଶାରୀରିକ ଏବଂ ଭାବନାତ୍ମକ ସ୍ତରରେ ଶୋଷଣ କରାଯାଏ । ତେବେ ଏହି ଛୋଟ ଶିଶୁଟି ମାନସିକ ସ୍ତରରେ ଦୁର୍ବଳ ରହିବା ସହ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥାଏ । ତେଣୁ ଏଦି ଦିବସ ପାଳନ ପାଇଁ ଗୁରୁତ୍ବ ଦିଆଯାଉଛି ।

ଇତିହାସ: ଏହି ଦିନ ଶିଶୁ ଅଧିକାର ବା ଶିଶୁର ସୁରକ୍ଷା ପାଇଁ ମିଳିତ ଜାତିସଂଘର ସଂକଳ୍ପକୁ ଅନୁମୋଦନ ଦିନ ଭାବରେ ବିବେଚନା କରାଯାଏ । କିନ୍ତୁ ଏହା ପ୍ରଥମେ 1982 ଅଗଷ୍ଟ 19ରେ ଆରମ୍ଭ ହୋଇଥିଲା । ସେହି ସମୟରେ ଇସ୍ରାଏଲର ହିଂସା ଯୋଗୁଁ ପାଲେଷ୍ଟାଇନ ଏବଂ ଲିବାନୋନର ପିଲାମାନେ ଯୁଦ୍ଧ ହିଂସାର ଶିକାର ହୋଇଥିଲେ ଏବଂ ପାଲେଷ୍ଟାଇନ ମିଳିତ ଜାତିସଂଘକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସମୟରେ ଅନେକ ଅତ୍ୟାଚାର ଶିକାର ହେବା ସହ ପ୍ରାଣ ମଧ୍ୟ ହରାଇଥିଲା । ସେହି ସମୟ ଉକ୍ତ ଦେଶ ପାଇଁ ଭୟାନକ ରହିଥିଲା । ଏହି ହିଂସାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ସାଧାରଣ ସଭା ଜୁନ 4 ତାରିଖରେ ଅତ୍ୟାଚାର ନିରୋଧ ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା ।

ଛୁଆଙ୍କ ଉପରେ ଅଧିକ ଖରାପ ପ୍ରଭାବ ପଡିଥାଏ: ସାମ୍ପ୍ରତିକ ଦଶନ୍ଧି ମଧ୍ୟରେ, ପିଲାମାନେ ସାରା ବିଶ୍ୱରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି । ଅନେକ ପିଲା ମଧ୍ୟ ମାନସିକ ଏବଂ ଶାରୀରିକ ହିଂସାର ଶିକାର ହୁଅନ୍ତି । ଯେଉଁଠାରେ କୌଣସି ପ୍ରକାରର ଛୋଟ ସଶସ୍ତ୍ର ବିବାଦ ଆରମ୍ଭ ହୁଏ, ପିଲାମାନେ ସବୁଠାରୁ ଅସୁରକ୍ଷିତ ହୋଇଥାଆନ୍ତି ।

ମିଳିତ ଜାତିସଂଘ ଯୁଦ୍ଧ, ହତ୍ୟା, ଯୌନ ଶୋଷଣ, ହିଂସା, ଅପହରଣ, ବିଦ୍ୟାଳୟ ଓ ଡାକ୍ତରଖାନା ଉପରେ ଆକ୍ରମଣ ଏବଂ ଶିଶୁ ମାନଙ୍କର ଅଧିକାରକୁ ପ୍ରତ୍ୟାଖ୍ୟାନ କରିବା ଶିଶୁଙ୍କ ଅଧିକାରକୁ ଉଲ୍ଲଂଘନ ବୋଲି ବିବେଚନା କରେ । ନିକଟ ଅତୀତରେ ଶିଶୁ ନିର୍ଯାତନା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି ।

1997ମସିହାରେ ରିପୋର୍ଟ ଧ୍ୟାନ ଆକର୍ଷଣ କରିଥିଲା: 1982 ମସିହାରେ, ଗ୍ରାସା ମ୍ୟାକକଲ୍ ରିପୋର୍ଟ 1997ରେ ପିଲାଙ୍କ ଉପରେ ସଶସ୍ତ୍ର ସଂଘର୍ଷର ଭୟଙ୍କର ପ୍ରଭାବ ଉପରେ ବିଶ୍ୱ ଦୃଷ୍ଟି ଆକର୍ଷଣ କରିଥିଲା । ଏହା ପରେ ମିଳିତ ଜାତିସଂଘ ଶିଶୁର ଅଧିକାର ଉପରେ ପ୍ରସିଦ୍ଧ ରିଜୋଲ୍ୟୁସନ୍ 51/77 ଗ୍ରହଣ କଲା । ବିବାଦୀୟ ପରିସ୍ଥିତିରେ ପିଲାମାନଙ୍କର ସୁରକ୍ଷା ବୃଦ୍ଧି ପାଇଁ ଏହା ଏକ ପ୍ରମୁଖ ପ୍ରୟାସ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.