ETV Bharat / sukhibhava

କାହିଁକି ବଢୁଛି ସିଜରିଆନ ଡେଲିଭରି, କଣ କହୁଛନ୍ତି ବିଶେଷଜ୍ଞ

author img

By

Published : Jun 7, 2023, 7:52 AM IST

କାହିଁକି ହୁଏ ସିଜରିଆନ ଡେଲିଭରି ? କଣ ପାଇଁ ବଢୁଛି ସିଜରିଆନ ଡେଲିଭରି ସଂଖ୍ୟା? ପଢନ୍ତୁ ପୁରା ଖବର

cesarean delivery
cesarean delivery

ହାଇଦ୍ରାବାଦ: ଅସ୍ତ୍ରୋପଚାର ହେବ ନା ବିନା ଅସ୍ତ୍ରୋପଚାରରେ ଛୁଆ ହେବ ତାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଘରେ ଗର୍ଭବତୀ ମହିଳା ଥିଲେ ଏହାକୁ ନେଇ ଆଲୋଚନା ହେବା ସହ କିଛି ଲୋକ ଭୟଭୀତ ହୋଇଥାଆନ୍ତି । ବହୁତ କମ ମହିଳା ଯେଉଁମାନଙ୍କର କି ଅସ୍ତ୍ରୋପଚାର ବା ସିଜେରିଆନ ନହୋଇ ଛୁଆ ହୋଇଥାଏ। ତେବେ କେତେକାଂଶରେ ଏଥିପାଇଁ ଡାକ୍ତରଙ୍କୁ ଦାୟୀ କରାଯାଇଛି ।

ଜାତୀୟ ପରିବାର ସ୍ୱାସ୍ଥ୍ୟର ସର୍ଭେ କଣ କୁହେ: ଜାତୀୟ ପରିବାର ସ୍ୱାସ୍ଥ୍ୟ (NFHS-4) ସର୍ଭେ ଅନୁଯାୟୀ, ସରକାରୀ ଡାକ୍ତରଖାନାଗୁଡ଼ିକରେ 10% ସିଜେରିଆନ ହେଉଥିବା ବେଳେ ଘରୋଇ ଡାକ୍ତରଖାନାଗୁଡ଼ିକରେ 31.1% ପ୍ରସବ ସିଜରିଆନରେ ହୋଇଥାଏ । ଯଦି ଦେଖାଯାଏ ତାହେଲେ ସରକାରୀ ଡାକ୍ତରଖାନା ଠାରୁ ଘରୋଇ ଡାକ୍ତରଖାନାରେ ସିଜେରିଆନ ଡେଲିଭରି 3 ଗୁଣା ଅଧିକ ରହିଥାଏ ।

କଣ ଏହା ପଛର କାରଣ?: ଅଧିକାଂଶ ଲୋକେ ସରକାରୀ ହସ୍ପିଟାଲ ପରିବର୍ତ୍ତେ ଘରୋଇ ହସ୍ପିଟାଲ ଉପରେ ଅଧିକ ବିଶ୍ବାସ କରିଥାଆନ୍ତି । କିଛି ଡାକ୍ତର ଏହାକୁ ବ୍ୟବସାୟରେ ପରିଣତ କରିଦେଇଛନ୍ତି । ଗର୍ଭବତୀ ମହିଳାଙ୍କୁ ଅସ୍ତ୍ରୋପଚାର କରାଇ ଅଧିକ ପଇସା ଆଦାୟ କରିଥାଆନ୍ତି । ପ୍ରତିବର୍ଷ ଦେଶରେ 2.7 କୋଟି ପିଲା ଜନ୍ମ ହୁଅନ୍ତି। ଏହି ପିଲାମାନଙ୍କ ମଧ୍ୟରୁ 17.2 ପ୍ରତିଶତ ସିଜେରିଆନରେ ହୋଇଥାଆନ୍ତି । ଏହିପରି ଭାବରେ ପ୍ରତିବର୍ଷ 46.44 ଲକ୍ଷ ପିଲା ସିଜରିଆନରେ ଜନ୍ମ ହୁଅନ୍ତି ।

ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ନରମାଲ ଏବଂ ସିଜେରିଆନ ଡେଲିଭେରି ମଧ୍ୟରେ ପାର୍ଥକ୍ୟ କଣ ?: ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ସିଜରିଆନ୍ ଡେଲିଭରି ସମୟରେ ରକ୍ତସ୍ରାବ ହେବା ସହ ସଂକ୍ରମଣର ମଧ୍ୟ ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ, ଦ୍ବିତୀୟ ଥର ପାଇଁ ଗର୍ଭବତୀ ହେବାର ମଧ୍ୟ ଚାନ୍ସ କମ ରହିଥାଏ । ତେବେ ରିପୋର୍ଟ ଅନୁସାରେ ସିଜେରିଆନରେ ଏନେକ ଜଟିଳ ସମସ୍ୟା ହୋଇପାରେ ।

ଏହା ବ୍ୟତୀତ, ଅଧିକ ସଂଖ୍ୟାରେ କାହିଁକି ସିଜେରିଆନ ଡେଲିଭରି ହୋଇଥାଏ ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥାଏ । ସରକାରୀ ଡାକ୍ତରଖାନାଗୁଡ଼ିକରେ କାହିଁକି ଅଧିକ ସାଧାରଣ ବା ନରମାଲ ଡେଲିଭରି ହେଉଛି ? ସିଜେରିଆନ ଜେଲିଭରି ହେବାର କିଛି ବୈଜ୍ଞାନିକ କାରଣ ରହିଛି କି ? କେଉଁ ପରିସ୍ଥିତିରେ ସ୍ଥିର କରାଯାଏ ନରମାଲ ଅବା ସିଜେରିଆନ ଡେଲିଭରି?

ଏହି ପ୍ରଶ୍ନର ଉତ୍ତରରେ ନୋଏଡା ହସ୍ପିଟାଲର ମେଟ୍ରୋ ହସ୍ପିଟାଲ୍, ସ୍ତ୍ରୀ ରୋଗ ବିଶେଷଜ୍ଞ କହିଛନ୍ତି ଯେ, "ଆଜିକାଲି ଲୋକମାନେ ଶାରୀରିକ ବ୍ୟାୟାମ ବା କାର୍ଯ୍ୟ କରୁନାହାନ୍ତି । ମହିଳାମାନେ 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ଲାପଟପରେ ବସିଥାନ୍ତି । ଫଳରେ ଓଜନ ବୃଦ୍ଧି ପାଇଥାଏ । ମହିଳାମାନେ ପୃଷ୍ଟିକର ଖାଦ୍ୟ ଖାଆନ୍ତି ନାହିଁ । ମହିଳାମାନଙ୍କର ବୟସ ଅଧିକ ହେଲେ ମଧ୍ୟ ସିଜେରିଆନ ଡେଲିଭରି ସଂଖ୍ୟା ବୃଦ୍ଧି ପାଇଥାଏ । ଶିଶୁର ମୁଣ୍ଡ ସଠିକ୍ ଭାବରେ ବିକାଶ ନହେବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ଅଟେ ।"

ଡାକ୍ତରଙ୍କ କହିବା ଅନୁସାରେ, ଆଜି କା ସମୟରେ କୌଣସି ପରିବାର ଚାହାଁନ୍ତି ନାହିଁ ଯେ ପିଲା କିମ୍ବା ମାଙ୍କର କୌଣସି ଅସୁବିଧା ହେଉ । ଯେତେବେଳେ ଛୁଆ କିମ୍ବା ମାଆର କିଛି ଅସୁବିଧା ରହିଥିବା ମନେ କରାଯାଏ ସେତେବେଳେ ଡାକ୍ତର ସିଜରିଆନ ପାଇଁ ପରାମର୍ଶ ଦେଇଥାଆନ୍ତି । ଅନେକ ପରିସ୍ଥିତିରେ କେବଳ 32-33 ସପ୍ତାହ ମଧ୍ୟରେ ପ୍ରସବ କରାଇବା ପାଇଁ ପଡିଥାଏ । ଏଭଳି ପରିସ୍ଥିତିରେ ଶିଶୁ ଓ ମାତୃ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି।

WHO(ହୁ)ର ଆକଳନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, 2010 ପର୍ଯ୍ୟନ୍ତ ଦେଶରେ କେବଳ 8.5 ପ୍ରତିଶତ ସିଜରିଆନ ଡେଲିଭରି ହେଉଥିଲା । ଯାହା 2015-16 ରେ 17.2 ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ପରେ ସମୟ ଅନୁସାରେ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ତେବେ କାହିଁକି ଲୋକେ ସିଜରିଆନ ପାଇଁ ଆଗ୍ରହୀ ହେଉଛନ୍ତି, ତାହାର କାରଣ ଦର୍ଶାଇ ଜଣେ ଡାକ୍ତର କହିଛନ୍ତି, କିଛି ଲୋକ ମାତାର ଯନ୍ତ୍ରଣା ଦେଖନ୍ତି ନାହିଁ ଏବଂ ଶୀଘ୍ର ପ୍ରସବ ପାଇଁ ସିଜେରିୟାନ୍ ପାଇଁ ଅନୁରୋଧ କରନ୍ତି। କିଛି ଲୋକ କେବଳ ଏକ ନିର୍ଦ୍ଦିଷ୍ଟ ତାରିଖରେ ପିଲା ଚାହାଁନ୍ତି, ଏହି କାରଣ ପାଇଁ ସଂଖ୍ୟା ବୃଦ୍ଧି ହେଉଛି।

ଅପରେସନ୍ ଦ୍ବାରା ଜନ୍ମ ହୋଇଥିବା ପିଲାଙ୍କ ଠାରେ ଏହି ରୋଗ ହୁଏ: ଏହା ଅନେକ ଅଧ୍ୟୟନରେ ମଧ୍ୟ ପ୍ରମାଣିତ ହୋଇଛି ଯେ ସାଧାରଣ ପ୍ରସବ ଦ୍ୱାରା ଜନ୍ମ ହୋଇଥିବା ପିଲାମାନେ ଅଧିକ ସୁସ୍ଥ ଅଟନ୍ତି । ସିଜରିଆନ୍ ଡେଲିଭରି ଦ୍ବାରା ଜନ୍ମ ହୋଇଥିବା ପିଲାମାନେ ମୋଟାପଣ, ଆଲର୍ଜି ଏବଂ ଟାଇପ୍ 1 ଡାଇବେଟିସ୍ ହେବାର ଆଶଙ୍କା ଅଧିକ ରହିଥାଏ ।

ବିଦ୍ର: ଏହି ଖବର ଏକ ତଥ୍ୟ ଉପରେ ଆଧାରିତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.