ETV Bharat / sukhibhava

କେଉଁ ରୋଗରୁ ରକ୍ଷା ପାଇବା ପାଇଁ ଦିଆଯାଏ HPV ଭ୍ୟାକ୍ସିନ, ଜାଣନ୍ତୁ

author img

By ETV Bharat Odisha Team

Published : Dec 13, 2023, 2:08 PM IST

HPV Vaccination: HPV ଟିକା କେଉଁ ରୋଗରୁ ରକ୍ଷା କରେ ଏବଂ କେଉଁ ବୟସର ବ୍ୟକ୍ତି ଏହି ଟିକା ନେବା ଉଚିତ ଜାଣନ୍ତୁ

HPV Vaccination
HPV Vaccination

ହାଇଦ୍ରାବାଦ: ହ୍ୟୁମାନ୍‌ ପାପିଲୋମା ଭାଇରସ (HPV) ସର୍ବଭାରତୀୟ ସ୍ତରରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ହୋଇ ଉଭା ହୋଇଛି । ତେବେ ଏହାର ନାମ ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସେ କେଉଁ ରୋଗକୁ ରୋକିବା ପାଇଁ ଏହି ଟିକା ଦିଆଯାଏ ? ତେବେ କହିରଖୁଛୁ କି, ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, HPV ହେଉଛି ଏକ ଭାଇରାଲ୍ ସଂକ୍ରମଣ । ଯାହା ସାଧାରଣତଃ ଚର୍ମ କିମ୍ବା ସୂଷ୍ମ କୋଷଝିଲ୍ଲୀରେ କୋଷିକାକୁ ଏକତ୍ରିତ କରିଥାଏ ।

ଗର୍ଭାଶୟ କର୍କଟକୁ ରୋକିବା ପାଇଁ ଦିଆଯାଏ HPV ଭ୍ୟାକ୍ସିନ: କର୍କଟ ଏକ ସାଂଘାତିକ ବା ଜଟିଳ ରୋଗ ଅଟେ । ଏହି ବିପଦଜ୍ଜନକ ରୋଗକୁ ଠିକ ସମୟରେ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇଥାଏ । ଯଦି କହିବା ଏହି ରୋଗ ଠିକ ସମୟରେ ଚିହ୍ନଟ ନହୋଇ ପାରିବା କାରଣରୁ ଅନେକ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି । ଭାରତରେ ସ୍ତନ କର୍କଟ ରୋଗୀଙ୍କ ଅଧିକ ମୃତ୍ୟୁ ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି । ଏହା ପଛକୁ ରହିଛି ଗର୍ଭାଶୟ କର୍କଟ । ସର୍ଭାଇକଲ କ୍ୟାନ୍ସର ହେଉଛି ଗର୍ଭାଶୟ କର୍କଟ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଠିକ ସମୟରେ ଗର୍ଭାଶୟ କର୍କଟକୁ ଚିହ୍ନଟ କରାଯାଇ ପାରିବ ତାହେଲେ ଜୀବନ ରକ୍ଷା ମଧ୍ୟ କରାଯାଇ ପାରିବ । HPV ଭ୍ୟାକ୍ସିନ ମଧ୍ୟ କେତେକାଂଶରେ ଏହି ରୋଗକୁ ରୋକିପାରିବ ବୋଲି କୁହାଯାଇଛି ।

ଅନେକ କ୍ୟାନ୍ସରରୁ ରକ୍ଷା କରିଥାଏ ଏହି ଭ୍ୟାକ୍ସିନ: ଏହି ଟିକା ଗର୍ଭାଶୟ କର୍କଟ ଭଳି ଅନ୍ୟ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ପ୍ରକାଶଥାଉକି, ପ୍ରାୟତଃ ଏହି କ୍ୟାନ୍ସର ମଇଳା କିମ୍ବା ଋତୁସ୍ରାବ ସମୟରେ ମଇଳା କପଡ଼ାର ବ୍ୟବାହର କରିବା ଦ୍ବାରା ହୋଇଥାଏ । ସାଧାରଣତଃ କମ ବୟସରେ ଏହି ଟିକା ଦେବା ଦ୍ବାରା ସଂକ୍ରମଣ ହେବାର ଆଶଙ୍କା କମ ହୋଇଥାଏ । ଏହି ରୋଗର ଆଶଙ୍କାକୁ କମ କରିବା ପାଇଁ 2 ପ୍ରକାର ଟିକା ଦିଆଯାଇଥାଏ । ପ୍ରଥମଟି ସର୍ଭାରିକ୍ସ ଏବଂ ଦ୍ୱିତୀୟ ଗାରଡାସିଲ । ଏହି ଟିକାର ଦାମ ସବୁଠାରୁ ଅଧିକ ହୋଇଥାଏ । ଏହାର ଦାମ ଅଢ଼େଇ ହଜାରଠାରୁ 4 ହଜାର ପର୍ଯ୍ୟନ୍ତ ହୋଇଥାଏ । ବିଶେଷକରି ସାନିଟାରୀ ନାପକିନ ଦ୍ବାରା ହେଉଥିବା ସଂକ୍ରମଣ କାରଣରୁ ଏହି କ୍ୟାନ୍ସରର ଆଶଙ୍କା ଅଧିକ ରହିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଟିକା ନେବା ଦ୍ବାରା ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥାଏ। ମୁଣ୍ଡ ବିନ୍ଧା, ବାନ୍ତି ଏବଂ ସାମାନ୍ୟ ଜ୍ୱର ଭଳି ଲକ୍ଷଣ ଦେଖାଯାଇଥାଏ । 26 ବର୍ଷ ପର୍ଯ୍ୟନ୍ତ ଯୁବତୀଙ୍କୁ ଦିଆଯାଇଥାଏ । ଛୋଟ ଛୁଆ ମଧ୍ୟ ଏହି ଟିକା ନେବା ପାଇଁ ଯୋଗ୍ୟ ହୋଇଥିବା ବେଳେ ଏହା ଗର୍ଭାଶୟ କର୍କଟକୁ ରୋକିବାରେ ସକ୍ଷମ ଅଟେ ।

HPV ଭ୍ୟାକ୍ସିନ କଣ: ହ୍ୟୁମାନ ପାପିଲୋମା ଭ୍ୟାକ୍ସିନ ବା ଏଚପିଭି ଟିକା ଶରୀରରେ ଆଣ୍ଚିଜେନ ତିଆରି କରିଥାଏ । ଏହି ଆଣ୍ଟିଜେନ୍‌ ପୋପିଲୋମା ଭାଇରସ ଦ୍ବାରା ହେଉଥିବା ସଂକ୍ରମଣରୁ ରକ୍ଷା କରିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯୁବତୀମାନେ ଅଳ୍ପ ବୟସରେ ଏହି ଟିକା ଗ୍ରହଣ କରିବା ଉଚିତ । ଯାହା ଗର୍ଭାଶୟ କର୍କଟକୁ ରୋକିବାରେ ସାହାଯ୍ୟ କରିଥାଏ । ଅଧିକ ବୟସ୍କ ମହିଳାଙ୍କୁ ଏହି ଟିକା ଦେବା ଅନୁଚିତ । କାରଣ ଏହା ବୟସ୍କଙ୍କ ଉପରେ ଅଧିକ ପ୍ରଭାବ ପକାଇପାରେ ନାହିଁ। ଅନ୍ୟପଟେ ଗର୍ଭବତୀ ମଧ୍ୟ ଏହି ଟିକା ନେବା ଅନୁଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.