ETV Bharat / sukhibhava

Blood Circulation: କାହିଁକି ବ୍ଲକେଜ ହୁଏ ଧମନୀ, ଏହା ମୁଖ୍ୟ କାରଣ କହିଲେ ବିଶେଷଜ୍ଞ - କାହିଁକି ବ୍ଲକେଜ ହୋଇଥାଏ ଧମନୀ

ଧମନୀ ବ୍ଲକେଜ ନେଇ ଅନେକ ସମୟରେ ଖବର ସାମ୍ନାକୁ ଆସେ । କିନ୍ତୁ ଅନେକ ଲୋକ ଜାଣନ୍ତି ଯେ, ଧମନୀ ବ୍ଲକେଜର କାରଣ କଣ? ଜାଣନ୍ତୁ କେଉଁ କାରଣ ଏଥିପାଇଁ ଦାୟୀ

Blood Circulation
Blood Circulation
author img

By ETV Bharat Odisha Team

Published : Oct 1, 2023, 12:51 PM IST

ହାଇଦ୍ରାବାଦ: ଶରୀରର ଅଙ୍ଗଗୁଡ଼ିକ ସୁସ୍ଥ ରହିବା କାର୍ଯ୍ୟକ୍ଷମ ରହିବାକୁ ହେଲେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ଆବଶ୍ୟକ । ହାର୍ଟରୁ ବିଶୁଦ୍ଧ ରକ୍ତକୁ ସମସ୍ତ ଅଙ୍ଗକୁ ପହଞ୍ଚାଇବାରେ ଧମନୀ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ହୃଦୟ ଶରୀରର ବୃହତ୍ତମ ଧମନୀ-ଏଓର୍ଟା ରକ୍ତକୁ ପମ୍ପ୍‌ କରିଥାଏ ଯାହାକି ଛୋଟ ଏବଂ ଅନ୍ୟ ଧମନୀ ମାଧ୍ୟମରେ ଶରୀରକୁ ରକ୍ତ ଯୋଗାଇଥାଏ । ଏହାର ଅର୍ଥ ଅଙ୍ଗଗୁଡ଼ିକୁ ସୁସ୍ଥ ରଖିବା ପାଇଁ ଧମନୀଗୁଡିକ ସୁସ୍ଥ ରହିବା ଗୁରୁତ୍ବପୂର୍ଣ୍ଣ ଅଟେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜୀବନଶୈଳୀ ଏବଂ ଖାଦ୍ୟରେ ବ୍ୟାଘାତ ଯୋଗୁଁ କୋଲେଷ୍ଟ୍ରଲ୍, ପ୍ଲାକ୍ ଇତ୍ୟାଦି ଧମନୀକୁ କ୍ଷତି ପହଞ୍ଚାଇଥାଏ । ଧୂମପାନ କରିବା ଦ୍ବାରା ଧମନୀର ଭିତର ସ୍ତରକୁ ଦୁର୍ବଳ କରିଥାଏ । ଯାହାକି ଧମନୀରେ କ୍ଷତିକୁ ସୁନିଶ୍ଚିତ କରିଥାଏ । ତେବେ ଜାଣନ୍ତୁ କାହିଁକି ଅବରୋଧ ବା ବ୍ଲକେଜ୍‌ ହୋଇଥାଏ ଧମନୀ ।

ଧମନୀରେ ବ୍ଲକେଜ ସମସ୍ୟା: ଧମନୀ ଅବରୋଧ ବା ବ୍ଲକେଜ ରକ୍ତର ପ୍ରବାହକୁ ବାଧା ଦେଇପାରେ ଏବଂ ଅନେକ କାରଣରୁ ଏହି ଅବରୋଧ ହୋଇପାରେ। ମୁଖ୍ୟତଃ ଧମନୀର ସ୍ତରରେ କୋଲେଷ୍ଟ୍ରଲ ପ୍ଲେକ୍ ଗଠନ ହେତୁ ଏହି ସମସ୍ୟାର ଆଶଙ୍କା ଅଧିକ ଦେଖାଯାଏ । ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏଥିପାଇଁ ଏକ ପ୍ରମୁଖ ବିପଦ କାରଣ ହୋଇପାରେ । ତେବେ ମନୁଷ୍ୟର କିଛି ଅଭ୍ୟାସ ଏଥିପାଇଁ ଦାୟୀ ଅଟେ ।

ଏହା ମଧ୍ୟ ପଢନ୍ତୁ: Metabolic Syndrome: ଏକାବେଳେ ହୋଇଥାଏ ଅନେକ ପ୍ରକାର ରୋଗ, ଜାଣନ୍ତୁ ନିରାକରଣ

ଖାଦ୍ୟରେ ସମସ୍ୟା: ଅନୁସନ୍ଧାନକାରୀମାନଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଖାଉଥିବା ଖାଦ୍ୟ ସୁସ୍ଥ ଏବଂ ପୃଷ୍ଟିକର ନହେବା କାରଣରୁ ଧମନୀରେ ଅବରୋଧ ହୋଇପାରେ । ସାଚୁରେଟେଡ୍ ଫ୍ୟାଟ୍, ଟ୍ରାନ୍ସ ଫ୍ୟାଟ୍, ଲୁଣ ଏବଂ ଚିନି ଧାରଣ କରିଥିବା ଖାଦ୍ୟର ଅତ୍ୟଧିକ ବ୍ୟବହାର ଶରୀର ପାଇଁ ଅନେକ ଉପାୟରେ କ୍ଷତିକାରକ ବୋଲି ବିବେଚନା କରାଯାଏ । ଏହା କରୋନାରୀ ଧମନୀ ରୋଗର ଆଶଙ୍କା ବୃଦ୍ଧି କରିପାରେ । ତେଣୁ ଧମନୀ ଏବଂ ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ସୁସ୍ଥ ଖାଦ୍ୟ ଜରୁରୀ ବୋଲି କୁହାଯାଇଛି ।

ଧୂମପାନ: ଧୂମପାନ ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କୁହାଯାଇଛି । ଧୂମପାନ ଯୋଗୁଁ ଫୁସଫୁସରେ ସମସ୍ୟା ହୋଇଥାଏ । ଏହି ଖରାପ ଅଭ୍ୟାସ ଯୋଗୁଁ ଧମନୀରେ ବ୍ଲକେଜ ହୋଇପାରେ । ସିଗାରେଟ୍ ଧୂଆଁ ହୃଦୟ, ଗୋଡ ଏବଂ ବୃହତ ଧମନୀରେ ଏଥେରୋସ୍କ୍ଲେରୋସିସ୍ ହାରକୁ ବୃଦ୍ଧି ହୋଇଥାଏ । ଏଥେରୋସ୍କ୍ଲେରୋସିସ୍ ହେଉଛି ଏକ ଅବସ୍ଥା ଯାହା ଧମନୀରେ କୋଲେଷ୍ଟ୍ରୋଲ୍, ଚର୍ବି, କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ପଦାର୍ଥର ନିର୍ମାଣର ସ୍ଥିତିରେ ସମସ୍ୟା ହୋଇଥାଏ । ତେଣୁ ଧୂମପାନଠାରୁ ଦୂରେଇ ରହିବା ଦ୍ବାରା ଧମନୀରେ ବ୍ଲକେଜ୍‌କୁ ଦୂର କରାଯାଇ ପାରିବ ।

ମଧୁମେହ ରୋଗୀଙ୍କୁ ସାବଧାନତା ଜରୁରୀ: ମଧୁମେହ କିମ୍ବା ରକ୍ତରେ ଶର୍କରା ସ୍ତର ବୃଦ୍ଧି ଧମନୀକୁ କ୍ଷତି ପହଞ୍ଚାଇଥାଏ । ଯଦି ମେଟାବୋଲିକ୍ ସିଣ୍ଡ୍ରୋମର ସମସ୍ୟା ଅଛି, ତେବେ ପ୍ଲେକ୍ ଗଠନ ହେବାର ଆଶଙ୍କା ବୃଦ୍ଧି ହୋଇଥାଏ । ମେଟାବୋଲିକ ସିଣ୍ଡ୍ରୋମ୍‌ ହେଉଛି ଏକ ଶବ୍ଦ ଯାହାକି ଏକାବେଳେ ଅନେକ ରୋଗ ହେବାକୁ ବୁଝାଏ । ଯେପରିକି ମଧୁମେହ, ରକ୍ତଚାପ, ମେଦ ବହୁଳତା, କୋଲେଷ୍ଟ୍ରୋଲ ଭଳି ରୋଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.