ETV Bharat / sukhibhava

ଏହି ରୋଗ ସମୟରେ ଆସିପାରେ ହୃଦ୍‌ଘାତ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ - ଆଥେରୋସ୍କ୍ଲେରୋସିସ୍

ଆଥେରୋସ୍କ୍ଲେରୋସିସ୍ ଅର୍ଥାତ୍ ସ୍ନାୟୁରେ ଚର୍ବି ଜମାଟ ବାନ୍ଧିବା କାରଣରୁ ମଧ୍ୟ ଆସିପାରେ ହୃଦ୍‌ଘାତ । କେମିତି ଜାଣିବେ ଏହାର ଲକ୍ଷଣ ଓ କିପରି କରିବେ ନିରାକରଣ, ଜାଣନ୍ତୁ

Etv Bharat
Etv Bharat
author img

By

Published : Apr 6, 2023, 6:40 PM IST

ହାଇଦ୍ରାବାଦ: ବର୍ତ୍ତମାନ ଅଳ୍ପ ବୟସରେ ହୃଦଘାତ ଭଳି ବିପଦର ସମ୍ମୁଖୀନ ହେବାକୁ ପଡୁଛି । ଅନେକ ଲୋକ ଏହି କାରଣରୁ ଅଚାନକ୍ ପ୍ରାଣ ହରାଉଛନ୍ତି । କୋରୋନା ପରବର୍ତ୍ତୀ ସମୟରେ ଅଧିକ 25 ରୁ 30 ବର୍ଷ ବୟସର ଲୋକମାନେ ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି । ତଥାପି ଯୁବକମାନଙ୍କ ହୃଦଘାତ ଜନିତ ସମସ୍ୟାରେ କୋଭିଡ କେତେ ଦାୟୀ ତାହା କହିବା କଷ୍ଟକର । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ରହିଛି, ଯାହା ହୃଦୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଏପରିକି ଜୀବନ ମଧ୍ୟ ନେଇପାରେ । ତେଣୁ କେଉଁ ସବୁ ରୋଗ ଥିଲେ ହୃଦ୍‌ଘାତ ହେବାର ସମ୍ଭାବନା ଥାଏ, ଜାଣନ୍ତୁ

ହୃଦଘାତ ପୂର୍ବ ଲକ୍ଷଣ: ସ୍ନାୟୁ ଭିତରେ ଚର୍ବି ଜମା ହେବା ସମସ୍ୟାକୁ ଡାକ୍ତରୀ ଭାଷାରେ ଆଥେରୋସ୍କ୍ଲେରୋସିସ୍ କୁହାଯାଏ । ଏହି ରୋଗର ନିଜସ୍ବ କୌଣସି ଲକ୍ଷଣ ନାହିଁ । କିନ୍ତୁ ଅନ୍ୟ କେତେକ ଲକ୍ଷଣ ହୃଦ୍‌ଘାତ ବିପଦକୁ ସୂଚିତ କରାଏ, ସେସବୁ ହେଉଛି

  • ଛାତିରେ ସାମାନ୍ୟ ଯନ୍ତ୍ରଣା ।
  • ବିଶେଷକରି ବ୍ୟାୟାମ ସମୟରେ ହାତ ଏବଂ ପାଦରେ ଯନ୍ତ୍ରଣା ।
  • ନିଶ୍ୱାସ ନେବାରେ ଅସୁବିଧା ।
  • ଥକା ଅନୁଭବ କରିବା । କାମ ନକରି ମଧ୍ୟ କ୍ଳାନ୍ତ ଲାଗିବା ।
  • ଦୁର୍ବଳତା, ମଧ୍ୟମ ମୁଣ୍ଡ ବୁଲାଇବା କିମ୍ବା ଶରୀର କ୍ରମାଗତ ଭାରି ଭାରି ଲାଗିବା ।
  • ମନ ଅସ୍ଥିର ରହିବା, ଦ୍ୱନ୍ଦ୍ୱରେ ପଡିବା ଭଳି ଲାଗିବା ।

ଏହା ମଧ୍ୟ ପଢନ୍ତୁ:- ଦିନକୁ 7 ଥରରୁ ଅଧିକ ପରିସ୍ରା ଲାଗୁଥିଲେ ସାବଧାନ ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା

ଯେଉଁମାନଙ୍କର ବୟସ 60 ବର୍ଷରୁ ଅଧିକ, ସେମାନେ ବୟସ ସମ୍ବନ୍ଧୀୟ କାରଣରୁ ହୃଦଘାତର ସମସ୍ୟା ମଧ୍ୟ ପାଇପାରନ୍ତି । ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବା ଆବଶ୍ୟକ । ରୋଗ ସମେତ କେତେକ କୁଅଭ୍ୟାସ ରହିଛି, ଯାହା ଆମ ହୃଦୟ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ, ଏ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ଧୂମପାନ ଅଭ୍ୟାସ
  • କୋଲେଷ୍ଟ୍ରଲ୍ର ବୃଦ୍ଧି
  • ଉଚ୍ଚ ରକ୍ତଚାପ
  • ଶାରୀରିକ ଭାବରେ ସକ୍ରିୟ ନ ରହିବା
  • ଚର୍ବିଯୁକ୍ତ ଖାଦ୍ୟ ଅଧିକ ଖାଇବା
  • ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସିରହିବା
  • ଦୈନିକ ଚାଲିବା କିମ୍ବା ବ୍ୟାୟାମ ନ କରିବା

ଏହି ପରିସ୍ଥିତିକୁ ଏଡାଇବା ପାଇଁ କଣ କରିବେ ?

  • ଆଥେରୋସ୍କ୍ଲେରୋସିସ୍ ଏବଂ ହାର୍ଟ ଆଟାକ୍ ସମସ୍ୟାକୁ ଏଡାଇବା ପାଇଁ
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ
  • ନିୟମିତ ବ୍ୟାୟାମ କରନ୍ତୁ, ଚାଲନ୍ତୁ ଏବଂ ଯୋଗ କରନ୍ତୁ
  • ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଅତ୍ୟଧିକ ଓଜନ ବୃଦ୍ଧି କିମ୍ବା ଦ୍ରୁତ ଓଜନ ହ୍ରାସ, ଉଭୟ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ ସଙ୍କେତ ନୁହେଁ
  • ଶର୍କରା ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ
  • ମଦ୍ୟପାନ ଓ ଧୂମପାନ ଯଥାଶୀଘ୍ର ଛାଡନ୍ତୁ

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.