ETV Bharat / sukhibhava

ସାବଧାନ ! ଏହି ସବୁ ଲକ୍ଷଣ ଭିଟାମିନର ଅଭାବ

ଯେକୌଣକି ରୋଗ ହେଲେ ଯେପରି ଲକ୍ଷଣ ଦେଖାଯାଏ, ସେହିପରି ଭିଟାମିନ୍‌ ଅଭାବରେ ମଧ୍ୟ କେତେକ ଲକ୍ଷଣ ଦେଖାଯାଏ । ଏହି ସବୁ ଲକ୍ଷଣ କଣ, ଜାଣନ୍ତୁ...

Girl During a Mouth Swab Medical Test
Girl During a Mouth Swab Medical Test
author img

By

Published : Feb 10, 2023, 5:44 PM IST

ହାଇଦ୍ରାବାଦ: ଶରୀରରେ ଯେପରି କୌଣସି ରୋଗ ଆରମ୍ଭ ହେଉଥିଲେ କିଛି ଲକ୍ଷଣ ଦେଖାଯାଏ, ସେହିପରି ଭିଟାମିନ୍‌ର ଅଭାବ ହେଲେ ମଧ୍ୟ କେତେକ ଲକ୍ଷଣ ଦେଖାଯାଏ । ସେଥି ମଧ୍ଯରୁ ଜିଭରେ ଘା' କିମ୍ବା କିଛି ସମସ୍ୟା ହେବା ମଧ୍ୟ ଭିଟାମିନ୍‌ର ଅଭାବ କାରଣରୁ ହୋଇପାରେ । ଏହି ସମସ୍ୟା ସାଧାରଣ ହେଲେ ମଧ୍ୟ ଅଣଦେଖା କାରଣରୁ ଏହା ବେଳେ ବେଳେ ଗମ୍ଭୀର ହୋଇପାରେ । ତେବେ କେଉଁ ଭିଟାମିନ୍ ଅଭାବରୁ ଏପରି ସମସ୍ୟା ଦେଖାଯାଏ, ଏଥିପାଇଁ କି ପ୍ରକାରର ପ୍ରାଥମିକ ଚିକିତ୍ସା କରିବେ, ଜାଣନ୍ତୁ...

ଜିଭରେ କୁଞ୍ଚନ, ଛିଣ୍ଡିଯିବା ଭଳି ଦେଖାଯିବା, ଜିଭ ଫାଟିବା ଏବଂ ଘା' ଗମ୍ଭୀର ସଙ୍କେତ ହୋଇପାରେ । ଭିଟାମିନ୍ B12, ଭିଟାମିନ୍ B9(ଫୋଲେଟ୍) ଏବଂ ଫେରିଟିନ୍(ଏକ ପ୍ରୋଟିନ୍ ଯାହା ଲୌହରେ ଗଚ୍ଛିତ) ଅଭାବ କାରଣରୁ ଏହି ସମସ୍ୟା ଦେଖାଦେଇ ପାରେ । ଏହି କାରଣରୁ ଖାଦ୍ୟ ଗ୍ରହଣରେ ନାନା ସମସ୍ୟା ହୋଇଥାଏ । ମସଲା ଯୁକ୍ତ ଖାଦ୍ୟ ଖାଇବା ସମୟରେ ପାଟିରେ ଜ୍ବଳନ ମଧ୍ୟ ହୁଏ । ଏଥିପାଇଁ ଡାକ୍ତରମାନେ ସାଇଟ୍ରସ୍ ଏବଂ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି ।

ଏହି ସମସ୍ୟା କ୍ଷେତ୍ରରେ ପାଟିର ସ୍ୱଚ୍ଛତା ବଜାୟ ରଖିବା ନିହାତି ଜରୁରୀ । ଦନ୍ତ ଚିକିତ୍ସକଙ୍କ ସହିତ ମଧ୍ୟ ପରାମର୍ଶ କରାଇବା ଉଚିତ୍ । ଏହା ସାଙ୍ଗକୁ ଖାଦ୍ୟରେ କେତେକ ପରିବର୍ତ୍ତନ ଏବଂ ଭିଟାମିନ୍ ଗ୍ରହଣ ଦ୍ବାରା ଜିଭ ସମସ୍ୟା ଦୂର ହୋଇଥାଏ । ତେବେ କେଉଁ ଖାଦ୍ୟ ଖାଇବେ ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

ଭିଟାମିନ୍ B12 ଥିବା ଖାଦ୍ୟ ଗ୍ରହଣ କରନ୍ତୁ:- ଜିଭ ଘା' ବା ସମସ୍ୟା ପାଇଁ ଭିଟାମିନ୍ B12 ଥିବା ସପ୍ଲିମେଣ୍ଟ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏହି ଭିଟାମିନର ଅଭାବରେ ହିଁ ଜିଭ ସମସ୍ୟା ହୋଇଥାଏ । ତେଣୁ ଚିକେନ୍, ମାଛ, ଅଣ୍ଡା, କ୍ଷୀର, ପନିର, ଶସ୍ୟଜାତୀୟ ଖାଦ୍ୟ ଖାଇବା ଉଚିତ୍ । ପୁଷ୍ଟିକର ଆବଶ୍ୟକତା ପୂରଣ କରିବା ପାଇଁ ଯଦି ଖାଦ୍ୟ ପର୍ଯ୍ୟାପ୍ତ ନୁହେଁ ତେବେ ଟାବଲେଟ୍ ଫର୍ମରେ ଥିବା ସପ୍ଲିମେଣ୍ଟ ମଧ୍ୟ ଗ୍ରହଣ କରିପାରିବେ ।

ଭିଟାମିନ୍ B9 ଅଭାବକୁ କିପରି ପୂରଣ କରାଯିବ:- ଭିଟାମିନ୍ ବି9 ଫୋଲେଟ୍ ଭାବରେ ମଧ୍ୟ ଜଣାଶୁଣା । ସ୍ପ୍ରାଉଟ୍ସ, ଛୋଲେ, ବିନ୍ସ ଏବଂ ପତ୍ରଯୁକ୍ତ ସବୁଜ ପନିପରିବା ଯେପରିକି କୋବି, କାଲେ, ଶାଗ ଏବଂ ବିଶେଷ କରି ପାଳଙ୍ଗ ଶାଗ ଇତ୍ୟାଦିରୁ ଭିଟାମିନ୍ B9 ମିଳିଥାଏ । ଫୋଲେଟ୍ ସ୍ତର ବଢାଇବା ପାଇଁ ଫୋଲିକ୍ ଏସିଡ୍ ଟାବଲେଟ୍ ମଧ୍ୟ ବ୍ୟବହାର କରିହେବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.