ETV Bharat / sukhibhava

ମାନସିକ ଚାପରୁ ରକ୍ଷା ପାଇବା ପାଇଁ ଜୀବନଶୈଳୀରେ ଆଣନ୍ତୁ ଏସବୁ ପରିବର୍ତ୍ତନ - ହେଲ୍‌ଥ ଟିପ୍ସ

ମାନସିକ ଚାପ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଥିଲେ ଆଦୌ ଭରସା ହରାନ୍ତୁ ନାହିଁ । ଜୀବନଶୈଳୀରେ ଆଣନ୍ତୁ ଏହିସବୁ ପରିବର୍ତ୍ତନ, ଦୂର ହୋଇଯିବ ଚାପ ।

mental stress
mental stress
author img

By

Published : Jan 18, 2023, 9:15 AM IST

ହାଇଦ୍ରାବାଦ: ସୁଖ ବା ଖୁସି ଏକ ଏପରି ଜିନିଷ, ଯାହାକୁ ସମସ୍ତେ ଚାହିଁଥାନ୍ତି । କେତେକ ଏହାକୁ ପାଇଥାନ୍ତି ଆଉ କିଛି ପାଇ ମଧ୍ୟ ହରାଇ ଦିଅନ୍ତୁ । ଖୁସି ଅନ୍ୟତ୍ର କେଉଁଠୁ ଆସେନାହିଁ, ଏହା ନିଜ ଭିତରେ ହିଁ ଥାଏ । ମାତ୍ର ବର୍ତ୍ତମାନର ସମୟରେ ଖୁସିରେ ରହିବା ଯେପରି ମହଙ୍ଗା ହୋଇଗଲାଣି, ସେହିପରି ମନେ ହେଉଛନ୍ତି । ସମୟ ବର୍ତ୍ତମାନ ହେଉ ଅବା ଭବିଷ୍ୟତ ଖୁସିରେ ରହିବାକୁ ହେଲେ ଆମକୁ ହିଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । କେତେକ ଛୋଟ-ବଡ କଥାକୁ ଧ୍ୟାନରେ ରଖିପାରିଲେ ଆମେ ଖୁସି ବଜାୟ ରଖିପାରିବା, ସେସବୁ କଣ ଜାଣନ୍ତୁ

ନିଜକୁ ଭଲ କଥା କୁହନ୍ତୁ:- ନିଜକୁ ଖୁସି ରଖିବା ନିଜକୁ ସ୍ବାନ୍ତନା ଦେବା ଏବଂ ଆତ୍ମ ଖୁସିକୁ ପ୍ରାଧାନ୍ୟ ଦେବା ଖୁସି ରହିବାର ପ୍ରଥମ ପଥ । ତେଣୁ ସର୍ବ ପ୍ରଥମେ ନିଜକୁ ଭଲ କଥା କୁହନ୍ତୁ । ଅର୍ଥାତ୍ ସକରାତ୍ମକ ଭାବନାରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ । କୌଣସି ପରିସ୍ଥିତିକୁ ଭୟ ନକରି ଆତ୍ମସମୀକ୍ଷା କରନ୍ତୁ । ନିଜ ସହ ବାର୍ତ୍ତାଳାପ କରନ୍ତୁ । କାରଣ ଦୁଃଖ ସମୟରେ ଆମେ ନିଜେ ହିଁ ନିଜର ଶତ୍ରୁ ପାଲଟିଯାଆନ୍ତି । ତେଣୁ ନିଜ ପ୍ରତି ଦାୟିତ୍ବବାନ ହୁଅନ୍ତୁ ।

ଏକାଠି ହୁଅନ୍ତୁ:- ଅଧିକାଂଶ ସମୟରେ ଖୁବ୍ ଏକୁଟିଆ ଲାଗିଥାଏ । ପାଖରେ କେହି ନଥିବା ଭଳି ମନେହୁଏ । ଏହି ଭାବନା ଆସିବା ମାତ୍ରେ ନିଜକୁ ଖୁବ୍ ଭଲ ଲାଗୁଥିବା ଭଳି କାର୍ଯ୍ୟ କରନ୍ତୁ । ଆତ୍ମୀୟ ସ୍ବଜନଙ୍କ ସହ ବାର୍ତ୍ତାଳାପ କରନ୍ତୁ । କୌଣସି ସ୍ଥାନ ଭ୍ରମଣରେ ଯାଆନ୍ତୁ । ଆମ ଖୁସି ଯେତେବେଳେ ଚାପ ଦ୍ବାରା ପ୍ରଭାବିତ ହୋଇଯାଇଛି ବୋଲି ଭାବନ୍ତି ସେତେବେଳେ ପ୍ରିୟଜନଙ୍କ ସହ ଖୁସିର ମୁହୂର୍ତ୍ତ ଏହାକୁ ଦୂର କରିଥାଏ ।

ପ୍ରିୟର ଜିନିଷ ପ୍ରତି ସମୟ ଦିଅନ୍ତୁ:- ପ୍ରିୟର ଜିନିଷ ପ୍ରତି ସମୟ ଦିଅନ୍ତୁ, ଅର୍ଥାତ୍ ନିଜକୁ କେଉଁ ଜିନିଷ ଭଲ ଲାଗେ ତାହା ଭାବନ୍ତୁ । ପସନ୍ଦର କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ବେଳେବେଳେ ଆମ ସମ୍ମୁଖରେ ଏକା ସାଙ୍ଗରେ ଏକାଧିକ ଚ୍ୟାଲେଞ୍ଜ ଆସିଯାଏ । ଆମେ ଏହି ସମୟରେ ଚାପରେ ପଡିଯାଉ, କେଉଁ ନିଷ୍ପତ୍ତି ନେବା ଉଚିତ୍ ଅନୁଚିତ୍ ଜାଣିପାରନ୍ତିନି । ଏହି ସମୟରେ ଆତ୍ମବିଚାର କରିବା ଗୁରୁତ୍ବପୂର୍ଣ୍ଣ । କେଉଁ ନିଷ୍ପତ୍ତି ନେଲେ ନିଜେ ଖୁସି ରହିପାରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ନିଜ ପାଇଁ କିଛି କରୁଛନ୍ତି କି ? ଏହି ପ୍ରଶ୍ନ ସର୍ବାଦା ନିଜକୁ ପଚାରନ୍ତୁ, ଯାହା ସବୁଠୁ ଗୁରୁତ୍ବପୂର୍ଣ୍ଣ ।

ବର୍ତ୍ତମାନରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ:- ଭବିଷ୍ୟତର ଚିନ୍ତାରେ ବର୍ତ୍ତମାନକୁ ନଷ୍ଟ କରିଦେବା ବର୍ତ୍ତମାନ ସମୟର ଏକ ବଡ ବ୍ୟାଧି । ଯାହା ଆମ ହାତରେ ନଥାଏ, ଆମେ ସେହି ବାବଦରେ ଅଧିକ ଭାବିଥାନ୍ତି । ଫଳରେ ମାନସିକ ଚାପ ବୃଦ୍ଧିପାଏ । ତେଣୁ ସର୍ବଦା ବର୍ତ୍ତମାନରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ଆଶା ରଖନ୍ତୁ, କର୍ମକରନ୍ତୁ କିନ୍ତୁ ଫଳ ଆଶାରେ ନିଜକୁ କଷ୍ଟ ଦିଅନ୍ତୁ ନାହିଁ । ସମୟ ଏବଂ ଯାହା ଘଟିଯାଉଛି ତାକୁ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ । ଧୀରେ ଧୀରେ ନିଶ୍ଚିତ ରୂପେ ଚାପ ଦୂର ହୋଇଯିବ ।

ନିଜ ସହ ଛବି ଉତ୍ତୋଳନ କରିବା ଜୀବନର ଏକ ପ୍ରମୁଖ ଖୁସି:- ହସିବା, ଖୁସି ରହିବା କର୍ଟିସୋଲ୍ ଏବଂ ଏଣ୍ଡୋରଫିନ୍ ମୁକ୍ତ କରିବାରେ ସାହାଯ୍ୟ କରେ, ଯାହା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିପାରେ, ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଧୈର୍ଯ୍ୟ ବଢାଇଥାଏ । ଏକ ସୁନ୍ଦର ଫଟୋ ସୁଟ୍ କରିବା ମଧ୍ୟ ମାନସିକ ଚାପକୁ ଦୂର କରିଥାଏ । କାରଣ ଏହିସମୟରେ ଜଣେ ବ୍ୟକ୍ତି ନିଶ୍ଚିତ ରୂପେ ନିଜ ଭିତରେ ହଜି ଯାଇଥାଏ । ଯେକୌଣସି ସମୟରେ ଖୁସି ରହିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ । ଏହି ସମୟରେ ନିଜର ପ୍ରିୟ କମେଡି ଶୋ' ଦେଖିପାରିବେ । ଯେଉଁସବୁ ରୁଚିରେ ଆଗ୍ରହ ଥାଏ, ସେସବୁକୁ କରିପାରିବେ, ଯେପରିକି ଗୀତ ଗାଇବା ନୃତ୍ୟ କରିବା ଇତ୍ୟାଦି ।

ଅନ୍ୟମାନଙ୍କ ସହ ସଂଯୋଗରେ ରୁହନ୍ତୁ କିନ୍ତୁ ଅଧିକ ନୁହେଁ:- ବେଳେବେଳେ ସମ୍ପର୍କରେ ଫାଟ ଆମକୁ ଅଧିକ କଷ୍ଟ ଦେଇଥାଏ । ପ୍ରିୟଜନଙ୍କଠାରୁ ବିଚ୍ଛେଦ ଆମକୁ ମର୍ମାହତ କରିଦିଏ । ତେଣୁ ସାମାଜିକ ପ୍ରାଣୀ ହିସାବରେ ଅନ୍ୟମାନଙ୍କ ସହ ମିଳାମିଶା କରନ୍ତୁ ମାତ୍ର ଅତ୍ୟଧିକ ଠାରୁ ଦୂରେଇ ରୁହନ୍ତୁ । କାରଣ "ଅତି ସର୍ବତ୍ର ବର୍ଜନ୍ୟମ୍" । ତେଣୁ ନିଜର ଭାବପ୍ରବଣତାକୁ ନିଜ ଅଧୀନରେ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.