ହାଇଦ୍ରାବାଦ: କରବା ଚୌଥ(Karva Chauth) ଉପବାସ ପରେ ସାଧାରଣତଃ ମହିଳାମାନଙ୍କ ଠାରେ କିଛି ହଜମ ପ୍ରକ୍ରିୟା ଜନିତ ସମସ୍ୟା ଦେଖାଦେଇଥାଏ । ଯଦି ମହିଳାମାନେ ଉପବାସ ସମୟରେ କିମ୍ବା ଏହା ପୂର୍ବରୁ ସ୍ୱାସ୍ଥ୍ୟ ସହିତ ଜଡିତ କିଛି ବିଶେଷ ଜିନିଷର ଯତ୍ନ ନିଅନ୍ତି ତେବେ ଉପବାସ ସମୟରେ ଶରୀରରେ ଶକ୍ତି ଅଭାବ ଏବଂ ଏହା ପରେ ସାଧାରଣ ଶାରୀରିକ ସମସ୍ୟାକୁ ବହୁ ପରିମାଣରେ ଏଡାଇ ଦିଆଯାଇପାରେ ।
ଏହି ଦିନ ଅନେକ ମହିଳା କଠୋର ଉପବାସ ପାଳନ କରୁଥିବାରୁ କରବା ଚୌଥ ଉପବାସକୁ ସବୁଠାରୁ କଷ୍ଟଦାୟକ ଉପବାସ ଭାବରେ ବିବେଚନା କରାଯାଏ । କେତେକ ସମ୍ପ୍ରଦାୟରେ, ସୂର୍ଯ୍ୟୋଦୟ ପୂର୍ବରୁ ସାର୍ଗି(ସୂର୍ଯ୍ୟଉଦୟ ପୂର୍ବରୁ ଗ୍ରହଣ କରାଯାଉଥିବା କେତକ ଖାଦ୍ୟ) ଖାଇବାର ଏକ ପରମ୍ପରା ମଧ୍ୟ ଅଛି, ଯେଉଁଥିରେ ମହିଳାମାନେ ସକାଳେ କିଛି ପ୍ରକାରର ଖାଦ୍ୟ ଖାଆନ୍ତି । ଯାହା ପରେ ସେ ଦିନସାରା ଖାଦ୍ୟ ଏବଂ ଜଳ ଗ୍ରହଣ କରନ୍ତି ନାହିଁ ଏବଂ ଚନ୍ଦ୍ର ପୂଜା କରିବା ପରେ ରାତିରେ ଉପବାସ ଭାଙ୍ଗନ୍ତି ।
ସାଧାରଣତଃ ଏହି ଉପବାସ ସମୟରେ କିମ୍ବା ପରେ ଅନେକ ମହିଳାଙ୍କୁ ଦୁର୍ବଳତା, ମୁଣ୍ଡବିନ୍ଧା, ଶରୀରରେ ଶକ୍ତି ଅଭାବ କିମ୍ବା ଗ୍ୟାଷ୍ଟିକ୍ ଏବଂ ଅମ୍ଳତା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଯାହାକି ବେଳେବେଳେ ପରଦିନ ମଧ୍ୟ ମହିଳାମାନଙ୍କୁ ପ୍ରଭାବିତ କରିଥାଏ । ଏହିପରି ପରିସ୍ଥିତିକୁ ଏଡାଇବା ପାଇଁ, କିଛି ଜିନିଷ ଏବଂ ସତର୍କତାକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ ।
ଅସୁସ୍ଥ ମହିଳାମାନେ ଅଧିକ ସତର୍କ ହେବା ଉଚିତ୍
ହୋମିଓ କେୟାର ଦିଲ୍ଲୀର ହୋମିଓପାଥି ଏବଂ ନେଚୁରୋପାଥି ଡକ୍ଟର ସାଧନା ଅଗ୍ରୱାଲ କହିଛନ୍ତି ଯେ, କେବଳ ଉପବାସ ସମୟରେ ନୁହେଁ ବରଂ ଏହାର ତିନିରୁ ଚାରି ଦିନ ପୂର୍ବରୁ ଯଦି କିଛି ଜିନିଷକୁ ଧ୍ୟାନରେ ରଖାଯାଏ, ତେବେ ଏହି ସମସ୍ୟାଗୁଡିକରୁ ବହୁ ପରିମାଣରେ ଏଡାଇ ଦିଆଯାଇ ପାରିବ ।
ସେ କହିଛନ୍ତି ଯେ, ବିଶେଷକରି ଅମ୍ଳତା, ମଧୁମେହ, ରକ୍ତଚାପ କିମ୍ବା କୌଣସି ରୋଗ ଏବଂ ଅବସ୍ଥା ଏବଂ ଗର୍ଭବତୀ ମହିଳାମାନେ ଉପବାସ ପୂର୍ବରୁ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ଏବଂ ଯଦି ସମ୍ଭବ ହୁଏ ତେବେ ଉପବାସ ନରଖିବା ମଧ୍ୟ ଆବଶ୍ୟକ ! ତଥାପି ଯଦି ଉପବାସ ରଖୁଛନ୍ତି, ତେବେ ଦୈନନ୍ଦିନ କାର୍ଯ୍ୟ, ଖାଦ୍ୟ ଏବଂ ଡାକ୍ତରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ସତର୍କତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଅନ୍ୟପକ୍ଷରେ, ଉପବାସ ଭାଙ୍ଗିବା ପୂର୍ବରୁ, ସମୟ ସମୟରେ ମହିଳାମାନେ କିଛି ଜିନିଷ ଧ୍ୟାନରେ ରଖିବା ଉଚିତ୍ ।
ସରଗି ଏବଂ ପ୍ରଥମ ଦିନର ଖାଦ୍ୟ କେଉଁପରି ହେବା ଉଚିତ୍
ଡକ୍ଟର ସାଧନା କହିଛନ୍ତି ଯେ, ସରଗି ପରମ୍ପରାକୁ ଅନୁସରଣ କରୁଥିବା ମହିଳାମାନେ ସରଗିରେ କେଉଁ ପ୍ରକାରର ଖାଦ୍ୟ ଖାଉଛନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । କାରଣ ଅନେକ ଥର, ମସଲାଯୁକ୍ତ କିମ୍ବା ଅତ୍ୟଧିକ ମିଠା ଖାଦ୍ୟ ଖାଇବା ଗ୍ୟାସ୍ଟିକ୍, ମୁଣ୍ଡବିନ୍ଧା, ଶକ୍ତି ଅଭାବ ମଧ୍ୟ କରିଥାଏ ।
କ୍ଷୀର, କଦଳୀ, ଛେନାରେ ପ୍ରସ୍ତୁତ ଖାଦ୍ୟ ଡ୍ରାଏ ଫୃଟ୍ସ ଫଳ ରସ ପଇଡ ପାଣି ସେବନ କରିବା ଉଚିତ୍ । ଏହା କେବଳ ଶରୀରକୁ ହାଇଡ୍ରେଟ୍ ରଖିବ ନାହିଁ, ଶକ୍ତି ମଧ୍ୟ ଯୋଗାଇବ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗିବ ନାହିଁ । ଯେଉଁମାନେ ପ୍ରଥମ ରାତି 12.00 ରୁ ଉପବାସର ଆରମ୍ଭକୁ ବିଚାର କରନ୍ତି, ଉପବାସର ପ୍ରଥମ ରାତ୍ରୀ ଭୋଜନରେ ପନିର ମିଶ୍ରିତ ମଇଦା ରୁଟି କିମ୍ବା ପାରାଠା ଭଳି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଅନ୍ତର୍ଭୂକ୍ତ କରିପାରିବେ ।
ଉପବାସ ଭାଙ୍ଗିବା ସମୟରେ ଖାଦ୍ୟପେୟ ସତର୍କତା ଅବଲମ୍ବନ କରନ୍ତୁ
ଡକ୍ଟର ସାଧନା କହିଛନ୍ତି ଯେ, ଅଧିକାଂଶ ଘରେ ଉପବାସ ଭାଙ୍ଗିବା ପରେ ମସଲାଯୁକ୍ତ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଦିନସାରା ଖାଲି ପେଟ ରହିବା ପରେ, ଯେତେବେଳେ ମହିଳାମାନେ କିଛି ନ ଖାଇ ଏହି ପ୍ରକାରର ଖାଦ୍ୟ ଖାଇଥା’ନ୍ତି, ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ ଗ୍ୟାସ୍ କିମ୍ବା ଅମ୍ଳତା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ, ବେଳେବେଳେ ଏହା ମଧ୍ୟ ପ୍ରବଳ ମୁଣ୍ଡବିନ୍ଧାର କାରଣ ହୋଇଥାଏ । ଏପରି ପରିସ୍ଥିତିରେ, ଉପବାସ ପରେ କିଛି ଖାଇବା ପୂର୍ବରୁ ଅତି କମରେ ଏକ ଗ୍ଲାସ୍ ପାଣି, କିମ୍ବା ଲେମ୍ବୁ ପାଣି, ଲସି, ନଡ଼ିଆ ପାଣି ପିଇଇବା ଉଚିତ୍ । ଏହା ବ୍ୟତୀତ, ଯଦି ସମ୍ଭବ, ଉପବାସ ସବୁବେଳେ ହାଲୁକା ଏବଂ ହଜମ ହେଉଥିବା ଖାଦ୍ୟ ସହିତ ଭାଙ୍ଗିବା ଉଚିତ୍ ।
ଅନ୍ୟାନ୍ୟ ସତର୍କତା
ଡକ୍ଟର ସାଧନା କହିଛନ୍ତି ଯେ, କେବଳ ଖାଦ୍ୟ ନୁହେଁ, ବେଳେବେଳେ ଆମର ଦୈନନ୍ଦିନ କାର୍ଯ୍ୟ ସହ ଜଡିତ କାର୍ଯ୍ୟ ମଧ୍ୟ ଶକ୍ତି ଅଭାବ ଏବଂ ଶରୀରରେ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ । ଉଦାହରଣ ସ୍ୱରୂପ, ଉପବାସ ଦିନ, ଅନେକ ମହିଳା ଭୋକ କିମ୍ବା ଶୋଷ ମେଣ୍ଟାଇବା ପାଇଁ ବିଳମ୍ବରେ ଉଠନ୍ତି କିମ୍ବା ସକାଳେ ପ୍ରସ୍ତୁତ ହେବା ପରେ ପୁନର୍ବାର ଶୋଇବାକୁ ଯାଆନ୍ତି । ଏଥି ସହିତ, ଅନେକ ମହିଳା ନିଜକୁ ଦିନସାରା ବ୍ୟସ୍ତ ରଖିବା ପାଇଁ ନିଜକୁ ଏପରି କାର୍ଯ୍ୟରେ ନିୟୋଜିତ କରିବାକୁ ଚେଷ୍ଟା କରନ୍ତି, ଯେଉଁଥିରେ ଶାରୀରିକ ପରିଶ୍ରମ ଅଧିକ । କିନ୍ତୁ ଏହା କରିବା ଦ୍ୱାରା ଶରୀରର ଶକ୍ତି ଅଧିକ ଖର୍ଚ୍ଚ ହୁଏ ଏବଂ ଶରୀରରେ ଅଳସ ଗୁଣ ରହିଥାଏ । ଯାହାକି ଆଚରଣରେ ଚିଡ୍ଚିଡା କିମ୍ବା କ୍ରୋଧ ବୃଦ୍ଧି ହେବାର କାରଣ ହୁଏ ।
ଏହା କରିବା ପରିବର୍ତ୍ତେ, ସକାଳେ ଉଠିବାକୁ ଚେଷ୍ଟା କରନ୍ତୁ ଏବଂ ଦୈନନ୍ଦିନ କାର୍ଯ୍ୟ ଅନୁସରଣ କରନ୍ତୁ । ଏହା ବ୍ୟତୀତ, ଅଧିକ ଶାରୀରିକ ପରିଶ୍ରମ କରିବା ଠାରୁ ଦୂରେଇ ରୁହନ୍ତୁ ଏବଂ ନିଜକୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ । କାରଣ ଯେତେବେଳେ ମନ ଖୁସି ହୁଏ ସେତେବେଳେ ଉତ୍ସବର ଉତ୍ସାହ ମଧ୍ୟ ଦ୍ୱିଗୁଣିତ ହୋଇଥାଏ ।