ETV Bharat / sukhibhava

Malaria Vaccine: ଆଉ ଯିବନି ମ୍ୟାଲେରିଆରେ ଜୀବନ ! ଟିକା ପ୍ରସ୍ତୁତ କଲେ ବୈଜ୍ଞାନିକ

author img

By

Published : Dec 2, 2022, 10:54 AM IST

ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରରେ ଆସିଲା ଖୁସିଖବର । ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ମ୍ୟାଲେରିଆ ଟିକା(Malaria Vaccine) । ଅଧିକ ପଢନ୍ତୁ

Malaria Vaccine: ଆଉ ଯିବନି ମ୍ୟାଲେରିଆରେ ଜୀବନ ! ଟିକା ପ୍ରସ୍ତୁତ କଲେ ବୈଜ୍ଞାନିକ
Malaria Vaccine: ଆଉ ଯିବନି ମ୍ୟାଲେରିଆରେ ଜୀବନ ! ଟିକା ପ୍ରସ୍ତୁତ କଲେ ବୈଜ୍ଞାନିକ

କୋଲକାତା: ଏଣିକି ମ୍ୟାଲେରିଆ ନିରାକରଣ ହେବ ଆହୁରି ସହଜ । ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ମ୍ୟାଲେରିଆ ଟିକା(Malaria Vaccine) । ଏହି ଟିକା ବର୍ତ୍ତମାନ ଉପଲବ୍ଧ ଥିବା ଔଷଧ ତୁଳନାରେ ବେଶ୍ ପ୍ରଭାବୀ ରହିବ ବୋଲି ଡାକ୍ତରମାନେ କହିଛନ୍ତି । ଇଣ୍ଡିଆନ୍ ମେଡିକାଲ ଫ୍ରାଟେନିଟି(Indian Medical Fraternity) ପକ୍ଷରୁ ଏହି ଅନୁସନ୍ଧାନ ଜାରି ରହିଛି ।

ବୈଜ୍ଞାନିକମାନେ ଦୁଇଟି mRNA ଟିକା ପ୍ରସ୍ତୁତ କରିଛନ୍ତି(Scientist developed malaria vaccine), ଯାହା ମ୍ୟାଲେରିଆ ସଂକ୍ରମଣକୁ ହ୍ରାସ କରିବାରେ ଏବଂ ପଶୁଙ୍କ ଠାରେ ଏହାର ବିସ୍ତାରକୁ ରୋକିବାରେ ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି । ସେମାନଙ୍କ ଅଧ୍ୟୟନ ସମୟରେ ଆମେରିକାର ଜର୍ଜ ୱାଶିଂଟନ୍ ୟୁନିଭରସିଟିର ଟିମ୍ ଜାଣିବାକୁ ପାଇଲେ ଯେ, ଉଭୟ ଟିକା ଦୃଢ ପ୍ରତିରକ୍ଷା କ୍ଷମତା ବିକଶିତ କରିଛି ।

ତେବେ କହି ରଖୁଛୁ ଯେ, ମ୍ୟାଲେରିଆ ସାଧାରଣତଃ 4 ପ୍ରକାରର- ପ୍ଲାଜାମୋଡିୟମ୍ ଫାଲସିପରମ୍ (Plasmodium falciparum), ପ୍ଲାଜାମୋଡିୟମ୍ ଭିଭ୍ୟାକ୍ସ (P. vivax), ପ୍ଲାଜାମୋଡିୟମ୍ ଓଭାଲ୍ (P. ovale) ଏବଂ ପ୍ଲାଜାମୋଡିୟମ୍ ମ୍ୟାଲେରିଆ (P.malariae) । ପୂର୍ବ ଭାରତରେ, ପ୍ଲାଜାମୋଡିୟମ୍ ଫାଲସିପାରମ୍ ଏବଂ ପ୍ଲାଜାମୋଡିୟମ୍ ଭିଭ୍ୟାକ୍ସ ଅଧିକ ଦେଖାଯାଏ । ସେପ୍ଟେମ୍ବରରୁ ଫେବୃଆରୀ ମଧ୍ୟରେ ପ୍ଲାଜାମୋଡିୟମ୍ ଫାଲସିପାରମ୍ ଅଧିକ ମାତ୍ରାରେ ଦେଖାଯାଏ ।

ଏହି ପରିପ୍ରେକ୍ଷୀରେ କୋଲକାତାର ଜଣେ ଡକ୍ଟର ଦେବାଶିଷ ଚାଟାର୍ଜୀ କହିଛନ୍ତି ଯେ, "ବର୍ତ୍ତମାନ ମ୍ୟାଲେରିଆ ନିବାରଣ ପାଇଁ କ୍ଲୋରୋକୁଇନ୍ ବ୍ୟବହୃତ ହେଉଛି । ଡାକ୍ତରମାନେ ଇଞ୍ଜେକ୍ସନ୍ ଆର୍ଟେମିସିନିନ୍ ଗୋଷ୍ଠୀର ଔଷଧ ବ୍ୟବହାର କରନ୍ତି । ଏହି ସମସ୍ତ ଔଷଧ 1970 ଦଶକର । ଏଗୁଡିକ ବର୍ତ୍ତମାନ ମାନବ ଶରୀରରେ ସମ୍ପୂର୍ଣ୍ଣ ନିବେଶ ହୋଇସାରିଛି । ଫଳସ୍ୱରୂପ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । କୁଇନାଇନ୍ ଔଷଧରେ ମଧ୍ୟ ବ୍ୟାପକ ପାର୍ଶ୍ବ ପ୍ରତିକ୍ରିୟା ରହିଛି । ଏହା ହାର୍ଟକୁ ପ୍ରଭାବିତ କରୁଥିବା ବେଳେ ଶରୀରରେ ଶର୍କରା ସ୍ତରକୁ ମଧ୍ୟ କମ୍ କରି ଦେଇଥାଏ ।"

ଫଳରେ ଏକ ନୂଆ ଔଷଧ ବିକଶିତ କରିବା ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିଲେ ବୋଲି ଡାକ୍ତର ଦେବାଶିଷ ଚାଟାର୍ଜୀ କହିଛନ୍ତି । କୋଲକାତାର ଏକ ଘରୋଇ ଫାର୍ମା କମ୍ପାନୀ ଏହାର ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ୍ କରିବାକୁ ଯାଉଛି । ଏହାପୂର୍ବରୁ ଅଷ୍ଟ୍ରେଲିଆରେ ଏହି ଭ୍ୟାକ୍ସିନର ପରୀକ୍ଷା ଚାଲିଥିଲା । ଭ୍ୟାକ୍ସିନ୍ ଟ୍ରାଏଲ୍ ଫାସିଲିଟେଟର ସ୍ନେହେନ୍ଦୁ କୋନାର କହିଛନ୍ତି, "ଏହି ଟିକା ପରୀକ୍ଷା ଅଷ୍ଟ୍ରେଲିଆରେ ହୋଇସାରିଛି । ଭାରତ ପରି ସେଠାରେ ମଧ୍ୟ ଦୁଇ ପ୍ରକାର ମ୍ୟାଲେରିଆ(ପ୍ଲାଜାମୋଡିୟମ୍ ଫାଲସିପାରମ୍ ଏବଂ ପ୍ଲାଜାମୋଡିୟମ୍ ଭିଭ୍ୟାକ୍ସ)ର ପ୍ରଭାବ ମଧ୍ୟ ସମାନ । ସେଠାରେ ଭ୍ୟାକ୍ସିନ୍ ପରୀକ୍ଷଣର ଭଲ ଫଳାଫଳ ଆସିଛି ।"

ଖୁବ ଶୀଘ୍ର ପଶ୍ଚିମବଙ୍ଗରେ ଏହାର ପରୀକ୍ଷଣ ଆରମ୍ଭ ହେବ । ଏହା ଏକ ଘରୋଇ ଔଷଧ ହୋଇଥିବାରୁ ମୂଲ୍ୟ ବହୁତ କମ୍ ରହିବ । ଜାଣିବାକୁ ମିଳିଛି ଯେ ଏହି ପରୀକ୍ଷା ନିଲ ରତନ ସିରକାର ମେଡିକାଲ କଲେଜ ହସ୍ପିଟାଲ ଏବଂ ସ୍କୁଲ ଅଫ ଟ୍ରପିକାଲ ମେଡିସିନ୍ ହସ୍ପିଟାଲରେ କରାଯିବ । ଏହି ପରୀକ୍ଷା ମୋଟ 145 ଲୋକଙ୍କ ଉପରେ 43 ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ନେହେନ୍ଦୁ କହିଛନ୍ତି । ତେବେ ଏହି ପରୀକ୍ଷଣ ପ୍ରଭାବୀ ସାବ୍ୟସ୍ତ ହେବା ପରେ ସମଗ୍ର ଦେଶରେ ମ୍ୟାଲେରିଆ ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ସମସ୍ତଙ୍କ ଆଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.