ETV Bharat / sukhibhava

ମଦ୍ୟପାନ ଜନିତ ସମସ୍ୟା କାରଣରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥାଏ ! - ସ୍ବାସ୍ଥ୍ୟ ଖବର

ମଦ୍ୟପାନ ଜନିତ ସମସ୍ୟା କାରଣରୁ ଜଣେ ବ୍ୟକ୍ତି ସେଲ୍‌ଫ ହାର୍ମ ଅର୍ଥାତ୍ ନିଜକୁ ନିଜେ କ୍ଷତି ପହଞ୍ଚାଇବା ଏବଂ ଆତ୍ୟହତ୍ୟା ଉଦ୍ୟମ କରିବାର ଆଶଙ୍କା ସହ ଜଡିତ(Problem drinking linked to increased risk of suicide and self-harm) । ଅଧିକ ପଢନ୍ତୁ

ମଦ୍ୟପାନ ଜନିତ ସମସ୍ୟା କାରଣରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଥାଏ !

author img

By

Published : Nov 6, 2022, 12:23 PM IST

ହାଇଦ୍ରାବାଦ: ଅତ୍ୟଧିକ ମଦ୍ୟପାନ ସେଲ୍‌ଫ ହାର୍ମ ଅର୍ଥାତ୍ ନିଜକୁ ନିଜେ କ୍ଷତି ପହଞ୍ଚାଇବା ସହ ଜଡିତ । ଏପରିକି ଜଣେ ବ୍ୟକ୍ତି ଏହି କାରଣରୁ ମଧ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇପାରନ୍ତି(Problem drinking linked to increased risk of suicide and self-harm) । BJPsych ଓପନ୍‌ରେ ପ୍ରକାଶିତ ଏକ ଅଧ୍ୟୟନରେ ମଦ୍ୟପାନର ସ୍ତର, ଆତ୍ମହତ୍ୟା କିମ୍ବା ସେଲ୍‌ଫ ହାର୍ମ ପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ ବୋଲି ପ୍ରାମାଣିତ କରିନଥିଲେ ମଧ୍ୟ ଏହି କାରଣରୁ ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ଏବଂ ଏମାନେ ଆତ୍ମହତ୍ୟା ଉଦ୍ୟମ କରିବାର ଆଶଙ୍କା ଅଧିକ ଥାଏ ବୋଲି ଜଣାପଡିଛି ।

ଅଧ୍ୟୟନର ଅଗ୍ରଣୀ ଲେଖକ, ସାର୍‌ହ ଲେଡେନ୍(UCL ସାଇକିଆଟ୍ରି) କହିଛନ୍ତି, "ଆମେ ଜାଣିଲୁ ଯେ, କେତେ ଲୋକ ମଦ୍ୟପାନ କରିବା ଦ୍ବାରା ଆତ୍ମହତ୍ୟା କିମ୍ବା ନିଜକୁ କ୍ଷତି ପହଞ୍ଚାଉଛନ୍ତି ତାହା ନୁହେଁ କେଉଁ ଅବସ୍ଥାରେ ସେମାନେ ଏହିପରି ଲକ୍ଷଣ ଦେଖାଉଛନ୍ତି । ମଦ୍ୟପାନ ହୁଏତ ସମସ୍ୟା ସୃଷ୍ଟି କରିନପାରେ, ହେଲେ ଏହାଦ୍ବାର ସାଧାରଣ ଜୀବନଶୈଳୀ କେତେ ପ୍ରଭାବିତ ହେଉଛି ତାହା ଜାଣିବାକୁ ପାଇଲୁ ।"

ଏହି ଅଧ୍ୟୟନରେ ଇଂଲଣ୍ଡର ସାଧାରଣ ଜନତାଙ୍କ 14,949 ଜଣ ବ୍ୟକ୍ତିଙ୍କୁ ଏହି ଅଧ୍ଯୟନରେ ସାମିଲ କରାଯାଇଥିଲା, ଯେଉଁମାନେ ମଦ୍ୟପାନ ଏବଂ କ୍ଷତିକାରକ ବ୍ୟବହାରର ନମୁନା(ଆଲକହଲ୍ ବ୍ୟବହାର ବ୍ୟାଧି ଚିହ୍ନଟ ପରୀକ୍ଷଣ - AUDIT ଦ୍ବାରା ଚିହ୍ନଟ ହୋଇଥିଲେ) । ଏ ଉପରେ ଆଡଲ୍ଟ ସାଇକ୍ରେଟ୍ରିକ୍ ମର୍ବିଡିଟି ସର୍ଭେ ସମାପ୍ତ କରିଥିଲେ। ଅନୁସନ୍ଧାନକାରୀମାନେ ଏହାକୁ ଆତ୍ମହତ୍ୟା ଉଦ୍ୟମ, ଆତ୍ମହତ୍ୟା ଚିନ୍ତାଧାରା ଏବଂ ଗତ ବର୍ଷରେ ଆତ୍ମହତ୍ୟା ନକରିବା ଘଟଣା ସହିତ ତୁଳନା କରିଛନ୍ତି ।

ଅଧ୍ୟୟନ ଦଳ ଜାଣିବାକୁ ପାଇଲେ ଯେ, ଯେଉଁମାନେ ସେମାନଙ୍କର ମଦ୍ୟପାନକୁ ନେଇ ପରିବାର କିବା ଅନ୍ୟ ସମ୍ପର୍କୀୟ ଚିନ୍ତିତ ଥିବା ଜାଣିବାରୁ ପାଆନ୍ତି ସେମାନେ ସେଲ୍‌ଫ ହାର୍ମ ଅର୍ଥାତ୍ ନିଜକୁ କ୍ଷତି ପହଞ୍ଚାଇବାକୁ, ଏପରିକି ଆତ୍ମହତ୍ୟା ପାଇଁ ଚିନ୍ତା କରିଛନ୍ତି । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ଯେଉଁମାନଙ୍କର ବନ୍ଧୁ, ପରିବାର କିମ୍ବା ସହକର୍ମୀମାନେ ସେମାନଙ୍କ ମଦ୍ୟପାନ ବିଷୟରେ ଚିନ୍ତା ପ୍ରକଟ କରିଥିଲେ ସେମାନେ ଅନ୍ୟାମାନଙ୍କ ତୁଳନାରେ ତିନିଗୁଣା ଅଧିକ ନିଜକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିଥାନ୍ତି ।

ସେହିପରି ଯେଉଁମାନେ ମଦ୍ୟପାନ କାରଣରୁ ଶାରୀରିକ ସମସ୍ୟା ସୃଷ୍ଟି ହେଉଥିବା ଜାଣିବାକୁ ପାଉଥିଲେ ସେମାନେ ଅଧିକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ତେବେ ଏପରି ଭାବନା ସମସ୍ତଙ୍କ କ୍ଷେତ୍ରରେ ସମାନ ନଥିଲା । ତେଣୁ ମଦ୍ୟପାନ ଭଳି ନିଶାଠୁ ଦୂରେଇବା ପାଇଁ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ଏଥିପ୍ରତି ଆତ୍ମ ସଚେତନ ରହିବା ଉଚିତ୍ । ନଚେତ୍ ଅସମୟରେ ମୂଲ୍ୟବାନ ଜୀବନକୁ ହରାଇବାକୁ ପଡିଥାଏ !

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.