ETV Bharat / sukhibhava

long Covid: ସଂକ୍ରମିତଙ୍କ ମଧ୍ୟରୁ ଏକ ତୃତୀୟାଂଶ ବାରି ପାରୁନାହାନ୍ତି ଗନ୍ଧ - କୋଭିଡ ନ୍ୟୁଜ

ଗନ୍ଧ ବାରି ପାରୁନାହାନ୍ତି ଏକ ତୃତୀୟାଂଶ କୋଭିଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ବ୍ୟକ୍ତି (One third of long Covid patients suffer persistent smell loss, finds study) । ଅଧିକ ପଢନ୍ତୁ

ଲଙ୍ଗ୍ କୋଭିଡରେ ସଂକ୍ରମିତଙ୍କ ମଧ୍ୟରୁ ଏକ ତୃତୀୟାଂଶ ଗନ୍ଧ ବାରି ପାରୁନାହାନ୍ତି

author img

By

Published : Dec 22, 2022, 4:13 PM IST

ଲଣ୍ଡନ: କୋଭିଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଏକ ତୃତୀୟାଂଶ ଗନ୍ଧ ବାରି ପାରୁନାହାନ୍ତି । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ବ୍ରିଟେନର ଇଷ୍ଟ୍ ଆଙ୍ଗଲିଆ ବିଶ୍ୱବିଦ୍ୟାଳୟ (UEA) ଏହି ପରୀକ୍ଷଣ କରିଥିଲା । ପରୀକ୍ଷଣରୁ ଜଣାଯାଇଛି ଯେ, ଯେଉଁମାନଙ୍କର ଲଙ୍ଗ୍ କୋଭିଡ୍ ଲକ୍ଷଣ ଥିଲା ସେମାନଙ୍କ ମଧ୍ୟ ଏକ ତୃତୀୟାଂଶ ପରବର୍ତ୍ତୀ ସମୟରେ ଗନ୍ଧ ବାରି ପାରୁନାହାନ୍ତି(One third of long Covid patients suffer persistent smell loss, finds study) ।

UEA ନୋରୱିଚ୍ ମେଡିକାଲ୍ ସ୍କୁଲର ମୁଖ୍ୟ ଗବେଷକ ପ୍ରଫେସର କାର୍ଲ ଫିଲପଟ୍ କହିଛନ୍ତି ଯେ, ଲଙ୍ଗ୍ କୋଭିଡ୍ ହେଉଛି ଏକ ଜଟିଳ ଅବସ୍ଥା ଯାହାକି କୋଭିଡ୍ ସମୟରେ କିମ୍ବା ପରେ ବିକଶିତ ହୁଏ । ସଂକ୍ରମଣର 12 ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଲକ୍ଷଣ ଜାରି ରହିଲେ ଲଙ୍ଗ୍ କୋଭିଡ୍ ହୋଇଛି ବୋଲି କୁହାଯାଏ ।

ଅନୁସନ୍ଧାନକାରୀ ଦଳ ଲଙ୍ଗ୍ କୋଭିଡ୍‌ର ପ୍ରାଦୁର୍ଭାବ ଅନୁସନ୍ଧାନ କରିଥିଲେ । ବିଶେଷ ଭାବରେ କାନ, ନାକ ଏବଂ ଗଳା ସମ୍ବନ୍ଧୀୟ ଲକ୍ଷଣ ଯେପରିକି ଗନ୍ଧ ହ୍ରାସ ଏବଂ ପରୋସମିଆ- ଯେଉଁଠାରେ ଲୋକମାନେ ଅଜବ ଏବଂ ଅନେକ ସମୟରେ ଅପ୍ରୀତିକର ଗନ୍ଧ ବିକୃତି ଅନୁଭବ କରନ୍ତି ସେ ଉପରେ ଅନୁସନ୍ଧାନ କରିଥିଲେ । ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ମାୟାଲଜିଆ(Myalgia), ଥକାପଣ, ସ୍ୱାଦ ଏବଂ ଗନ୍ଧ ନଷ୍ଟ ହୁଏ । ମାୟାଲଜିଆ ହେଲେ ମାଂସପେଶୀ ଯନ୍ତ୍ରଣା ବା ବଥା ହୋଇଥାଏ ।

ଏହି ଟିମ୍ ବ୍ରିଟେନର କୋରୋନା ଭାଇରସ୍ ସଂକ୍ରମଣ ସର୍ବେକ୍ଷଣର ଫଳାଫଳକୁ ଦେଖି ମାର୍ଚ୍ଚ 2022 ରେ 360,000 ରୁ ଅଧିକ ଲୋକଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ । ସମୁଦାୟ 10,431 ଅଂଶଗ୍ରହଣକାରୀଙ୍କୁ ଲଙ୍ଗ୍ କୋଭିଡ୍‌ରେ ପୀଡିତ ବୋଲି ଚିହ୍ନଟ କରାଯାଇଥିଲା ଏବଂ ସେମାନଙ୍କୁ 23 ଟି ବ୍ୟକ୍ତିଗତ ଲକ୍ଷଣର ଉପସ୍ଥିତି ଏବଂ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପରେ ସ୍ଥିତିର ପ୍ରଭାବ ବିଷୟରେ ପଚରାଯାଇଥିଲା ।

ଫିଲପଟ କହିଛନ୍ତି, ଆମେ ଜାଣିବାକୁ ପାଇଲୁ ଯେ, ପ୍ରାୟ 3% ଅଂଶଗ୍ରହଣକାରୀ ସେମାନଙ୍କୁ ଲଙ୍ଗ୍ କୋଭିଡ୍‌ ହୋଇଥିବା କହିଥିଲେ । ବ୍ରିଟେନର ଜନସଂଖ୍ୟାକୁ ବିଚାରକୁ ନେଲେ ଏହି ସଂଖ୍ୟା 1.8 ନିୟୁତ ଲୋକଙ୍କ ସହ ସମାନ ହେବ । ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ, ଲଙ୍ଗ୍ କୋଭିଡ୍‌ରେ ସଂକ୍ରମିତ ନେଇ ସ୍ବତଃ-ରିପୋର୍ଟ କରିଥିବା ପ୍ରାୟ ଏକ ତୃତୀୟାଂଶ ଲୋକେ କ୍ରମାଗତ ଗନ୍ଧ ହରାଉଥିଲେ ଏବଂ ପ୍ରାୟ ଏକ ପଞ୍ଚମାଂଶ ସ୍ୱାଦ ହରାଉଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.