ETV Bharat / sukhibhava

Nutritious Foods For Babies: 6ମାସ ପରେ ଶିଶୁ ପାଇଁ କେଉଁ ଖାଦ୍ୟ ସ୍ବାସ୍ଥ୍ୟ ହିତକର ଜାଣନ୍ତୁ

author img

By ETV Bharat Odisha Team

Published : Sep 13, 2023, 3:30 PM IST

6ମାସ ପରେ ଶିଶୁକୁ ସ୍ତନ୍ୟପାନ ସହିତ କିଛି ପୃଷ୍ଟିକର ଖାଦ୍ୟ ଦେବା ଆବଶ୍ୟକ। ତେବେ ଜାଣନ୍ତୁ କେଉଁ ଖାଦ୍ୟ ସ୍ବାସ୍ଥ୍ୟ ପକ୍ଷେ ହିତକର। ଅଧିକ ପଢନ୍ତୁ

Nutritious Foods For Babies
Nutritious Foods For Babies

ହାଇଦ୍ରାବାଦ: ନବଜାତ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନ ହେଉଛି ସର୍ବୋତ୍ତମ ଖାଦ୍ୟ। ସ୍ତନ୍ୟପାନ ଶିଶୁର ସୁସ୍ଥ ବିକାଶ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ ବିଶେଷଜ୍ଞମାନେ ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବାକୁ ପରାମର୍ଶ ଦିଅନ୍ତି । ଛଅ ମାସ ପରେ ଶିଶୁକୁ ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଦିଆଯିବା ଉଚିତ । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ସେମାନଙ୍କୁ ଭିଟାମିନ୍ ଏବଂ ମିନେରାଲରେ ଭରପୂର ଖାଦ୍ୟ ଖାଇବାକୁ ଦେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

  • ସିଝା ଆପଲ: ଶିଶୁଟି ଛଅ ମାସର ହେବା ପରେ ସ୍ତନ୍ୟପାନ ସହିତ ଆପଲ ପ୍ୟୁରି ବା ସିଝା ଆପଲ ଦେଇପାରିବେ। ଏଥିରେ ମିନେରାଲ୍ସ ଏବଂ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । ତେଣୁ ଏହାକୁ ଛୁଆଙ୍କୁ ଦୈନନ୍ଦିନ ଖାଇବାକୁ ଦେଇପାରିବେ । ଆପଲକୁ ସିଝାଇ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଦେଇପାରିବେ ।
  • ବ୍ରକୋଲି ସିଝା: ବ୍ରୋକୋଲି ଅନେକ ପୋଷକ ତତ୍ତ୍ୱରେ ଭରପୂର ମାତ୍ରାରେ ରହିଛି । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ତେଣୁ ଏହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏକ ବ୍ରକୋଲିକୁ ଛୋଟଛୋଟ ଖଣ୍ଡରେ କାଟି ଲୁଣ ଏବଂ ରସୁଣ ସହିତ ଭାଜନ୍ତୁ। ଏହାପରେ ଅଳ୍ପ ସିଝାଇ ତାହାକୁ ଖାଇବାକୁ ଦେଇପାରିବେ । ଏହା ଦ୍ବାରା କୌଣସି ପ୍ରକାର ସମସ୍ୟା ହେବାର ସମ୍ଭାବନା ନଥାଏ କିମ୍ବା ଖାଦ୍ୟ ହଜମ ନହେବା ନେଇ ମଧ୍ୟ କୌଣସି ଆଶଙ୍କା ରହିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏଥି ପାଇଁ ଅନବରତ କାନ୍ଦିଥାଏ ନବଜାତ ଶିଶୁ, କେମିତି ନେବେ ଯତ୍ନ ଜାଣନ୍ତୁ

  • ବାଦାମ ଏବଂ ଆଳୁ ଖେଚିଡି: 6ମାସ ପରେ ଛୁଆକୁ ପ୍ରଥମେ ବାଦାମ ଏବଂ ଆଳୁ ପକାଇ ଖିଚିଡ଼ି କରି ଖାଇବାକୁ ଦେଇପାରିବେ । କାରଣ ସାଧାରଣତଃ ଭାତରେ ସମସ୍ତ ପ୍ରକାର ପୃଷ୍ଟିକର ତତ୍ତ୍ବ ମିଳିନଥାଏ ତେଣୁ ଖିଚିଡି ସର୍ବତ୍ତୋମ ବୋଲି କୁହାଯାଇଛି । ଏହା ଶିଶୁର ସୁସ୍ଥ ବିକାଶରେ ସାହାଯ୍ୟ କରିଥାଏ ।
  • ଗାଜର, ଆଳୁ, ଡାଲି: ଶସ୍ୟଜାତୀୟ ଖାଦ୍ୟ ଶିଶୁ ପାଇଁ ସର୍ବୋତ୍ତମ ବୋଲି କୁହାଯାଏ । ଗାଜର ଏବଂ ଆଳୁକୁ ଛୋଟଛୋଟ କରି କାଟି ଅଳ୍ପ ପରିମାଣର ଡାଲି ମିଶାଇ ସିଝାନ୍ତୁ । ଅଳ୍ପ ଲୁଣ ଏହଂ ହଳଦୀ ପକାଇ ପୁରା ସିଝାଇ ଚକଟି ଖାଇବାକୁ ଦେଇପାରିବେ ।
  • ଓଟ୍ସପ୍ୟୁରି: ପ୍ରଥମେ ଓଟ୍ସକୁ ନେଇ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ସେଥିରୁ 2 ଚାମଚ ନେଇ କ୍ଷୀରରେ ସିଝାନ୍ତୁ । ଏହାକୁ ସମ୍ପୁର୍ଣ୍ଣ ଭାବେ ପେଷ୍ଟ ହେଲା ପରେ ଥଣ୍ଟା କରି ମଧ୍ୟ ଛୁଆଙ୍କୁ ଖାଇବାକୁ ଦେଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.