ETV Bharat / entertainment

'ବିଗ ବସ୍ 18' ପ୍ରୋମୋ ଏବଂ ଥିମ୍ ଆଉଟ୍, ଏଥର ସଲମାନଙ୍କ ଶୋ’ରେ ହେବ 'ଟାଇମ୍ କା ତାଣ୍ଡବ' - Bigg Boss 18 Promo

author img

By ETV Bharat Entertainment Team

Published : Sep 17, 2024, 12:47 PM IST

Bigg Boss 18 First Promo and Theme: ଅପେକ୍ଷାର ହେଲା ଅନ୍ତ । ପୁଣି ବିବାଦୀୟ ଟିଭି ଶୋ' ବିଗ ବସ୍ (ବିଗ ବସ୍ 18)ର 18 ତମ ସିଜନର ଅଫିସିଆଲ୍ ଘୋଷଣା ହୋଇଛି । ସଲମନା ଖାନ ପୁଣି ପରଦାକୁ ଫେରୁଥିବା ବେଳେ ବର୍ତ୍ତମାନ ଏହା ପ୍ରମୋ ଏବଂ ଥିମ ରିଲିଜ ହୋଇଛି । ଏଥର ସଲମାନଙ୍କ ଶୋ’ରେ ସମୟର ଖେଳ ଦେଖିବାକୁ ମିଳିବ। ଦେଖନ୍ତୁ ପ୍ରମୋ,

'ବିଗ ବସ୍ 18' ପ୍ରୋମୋ ଏବଂ ଥିମ୍ ଆଉଟ୍, ଏଥର ସଲମାନଙ୍କ ଶୋ’ରେ ହେବ 'ଟାଇମ୍ କା ତାଣ୍ଡବ'
'ବିଗ ବସ୍ 18' ପ୍ରୋମୋ ଏବଂ ଥିମ୍ ଆଉଟ୍, ଏଥର ସଲମାନଙ୍କ ଶୋ’ରେ ହେବ 'ଟାଇମ୍ କା ତାଣ୍ଡବ' (ANI/@beingsalmankhan Instagram)

ହାଇଦ୍ରାବାଦ: ସବୁଠାରୁ ବିବାଦୀୟ ରିଆଲିଟି ଶୋ' ବିଗ ବସ୍ 18 ତମ ସିଜନ୍ ସହ ପୁଣି ଫେରୁଛନ୍ତି ସଲମାନ ଖାନ । 'ବିଗ୍ ବସ୍ 18' ର ବହୁ ପ୍ରତୀକ୍ଷିତ ପ୍ରଥମ ପ୍ରମୋ ରିଲିଜ୍ ହୋଇଛି । ନିର୍ମାତାମାନେ 16 ସେପ୍ଟେମ୍ବର ସୋମବାର ରାତିରେ ବିଗ ବସ୍ ସିଜନ୍ 18 ର ପ୍ରୋମୋ ମୁକ୍ତିଲାଭ କରିଛନ୍ତି । ଏହା ପ୍ରଶଂସକ ଏବଂ ଦର୍ଶକଙ୍କୁ ଉତ୍ସାହିତ କରିଛି । ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ରିଆଲିଟି ଶୋ’ର ଥିମ୍ ମଧ୍ୟ ନିର୍ମାତାମାନେ ପ୍ରକାଶ କରିଛନ୍ତି।

ଗତ ସୋମବାର ବିଳମ୍ବିତ ରାତିରେ 'ବିଗ ବସ୍'ର ନିର୍ମାତା ଶୋ'ର ସିଜନ 18 ର ପ୍ରୋମୋ ଏବଂ ଥିମ୍ ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି । ଏଥର ଲୋକପ୍ରିୟ ରିଆଲିଟି ଶୋ 'ଟାଇମ୍ କା ତାଣ୍ଡବ' ଥିମ୍ ଉପସ୍ଥାପନ କରିଛି, ଯାହା ହାଇ ଡ୍ରାମା ଏବଂ ସସପେନ୍ସ ରେ ପରିପୂର୍ଣ୍ଣ । 'ବିଗ ବସ୍' ସିଜନ୍ 18 ର ପ୍ରୋମୋ ରିଲିଜ କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, 'ମନୋରଞ୍ଜନର ସମସ୍ତ ଇଚ୍ଛା ପୂରଣ ହେବ, ଯେତେବେଳେ ସମୟର ଖେଳ ସହ ବିଗ ବସ୍ ଏକ ନୂଆ ମୋଡ଼ ଆଣିବ । ଆପଣ ସିଜନ 18 ପାଇଁ ପ୍ରସ୍ତୁତ କି? ଏଥିସହ ସଲମାନ ଖାନଙ୍କ ଘୋଷଣା ସହ ଆରମ୍ଭ ହେଉଥିବା ପ୍ରମୋକୁ କଲର୍ସ ଟିଭି ସେୟାର କରିଛି । ସଲମାନ ଖାନ କୁହନ୍ତି, 'ବିଗ୍ ବସ୍ ଦେଖିବେ ଘରଲୋକଙ୍କ ଭବିଷ୍ୟତ । ବର୍ତ୍ତମାନ ସମୟର ହେବ ତାଣ୍ଡବ ।

ସଲମାନ ଖାନଙ୍କ ପୋଷ୍ଟ
ସଲମାନ ଖାନଙ୍କ ପୋଷ୍ଟ (Instagram)

ବିଗ ବସ୍ 18 କେବେ ଆରମ୍ଭ ହେବ?

ବିଗ ବସ୍ 18 କେବେ ଆରମ୍ଭ ହେବ ତାହା ସର୍ବଶେଷ ପ୍ରମୋ ପ୍ରକାଶ କରାଯାଇନାହିଁ। ତେବେ ରିପୋର୍ଟ ଅନୁସାରେ ଅକ୍ଟୋବର 5 ରୁ ଏହି ଶୋ’ପ୍ରସାରିତ ହୋଇପାରେ। ନିର୍ମାତାମାନେ ଏହା ଏପର୍ଯ୍ୟନ୍ତ ଘୋଷଣା କରିନାହାଁନ୍ତି । ଏହି ଶୋ' ଘୋଷଣା ପରେ ଫ୍ୟାନ୍ସ ଏହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସେପଟେ ଏହି ଶୋ'ରେ ଏଥର କାହାକୁ ମିଳିଛି ଏଣ୍ଟ୍ରି ତାହା ଉପରେ ବି ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ: 'ବିଗ ବସ୍ 18' ଘରେ ଆତଙ୍କ ମଚାଇବ ସରକଟା ! 'ସ୍ତ୍ରୀ 2' ର ଏହି ଅଭିନେତାଙ୍କୁ ମିଳିଲା ଅଫର୍

ଏହି ପ୍ରତିଯୋଗୀ ନଜର ଆସିପାରନ୍ତି

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଶୋ’ରେ ଟିଭି ଅଭିନେତା ଜାନ ଖାନ, ନିଆ ଶର୍ମା, ଚାହତ ପାଣ୍ଡେ, ଅଞ୍ଜଲି ଆନନ୍ଦ, ଧୀରଜ ଧୋପର, ସ୍ତ୍ରୀ 2 ଅଭିନେତା ସୁନୀଲ କୁମାର, ସମୀରା ରେଡ୍ଡୀ, ମ୍ୟାକ୍ସଟର୍ନ, ପୁରଭ , ପୂଜା ଶର୍ମା, ଥୁଗେଶ ସାମିଲ ହେବେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.