ETV Bharat / sukhibhava

No Smoking Day: ଜୀବନକୁ ଭଲପାଆନ୍ତୁ, ନିକୋଟିନ ନିଶାରୁ ଦୂରେଇ ରୁହନ୍ତୁ

author img

By

Published : Mar 8, 2023, 10:39 AM IST

'ଆମେ ଖାଦ୍ୟ ଚାହୁଁ, ତମାଖୁ ନୁହେଁ' ବିଷୟବସ୍ତୁ ଉପରେ ପାଳନ ହେଉଛି ଚଳିତ ବର୍ଷର ନୋ ସ୍ମୋକିଂ ଡେ' । ଜାଣନ୍ତୁ ଧୂମପାନ କିପରି ଉଜାଡି ଦିଏ ଜୀବନ...

No Smoking Day
No Smoking Day

ହାଇଦ୍ରାବାଦ: ଧୂମପାନ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ସମସ୍ତଙ୍କୁ ଜଣା । କେବଳ ଧୂମପାନକାରୀ ନୁହଁନ୍ତି ସେମାନଙ୍କ ଆଖପାଖରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ । ମାତ୍ର ବର୍ତ୍ତମାନର ଯୁବପିଢି ଏହି କୁଅଭ୍ୟାସରେ ଅଭ୍ୟସ୍ତ । ଏହି ଅଭ୍ୟାସକୁ ସମୂଳେ ନାଶ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ମାର୍ଚ୍ଚ 8କୁ ନୋ ସ୍ମୋକିଂ ଡେ' ଅର୍ଥାତ୍ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି ।

ଧୂମପାନ ଏପରି ଏକ ନିଶା, ଯାହା ସ୍ୱାସ୍ଥ୍ୟ ଉପରେ ଅନେକ ଗମ୍ଭୀର ପ୍ରଭାବ ପକାଇପାରେ । ଏହା ଚିନ୍ତାର ବିଷୟ ଯେ, କେବଳ ଧୂମପାନ କରୁଥିବା ଲୋକ ନୁହଁନ୍ତି, ଯେଉଁମାନେ ସେମାନଙ୍କ ସହ ଅଧିକ ସମୟ ବିତାଉଛନ୍ତି ଏବଂ ଯେଉଁମାନେ ସିଗାରେଟ ଧୂଆଁରେ ଦୀର୍ଘ ସମୟ ରହନ୍ତି ସେମାନେ ସିଗାରେଟ୍ ସେବନ ନକଲେ ମଧ୍ୟ ସେମାନଙ୍କର ଉପରେ ଏହାର କୁପ୍ରଭାବ ପଡିଥାଏ । ପ୍ରତିବର୍ଷ ଏକ ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଏ । ଚଳିତ ବର୍ଷ 'ଆମେ ଖାଦ୍ୟ ଚାହୁଁ, ତମାଖୁ ନୁହେଁ' ବିଷୟବସ୍ତୁ ଉପରେ ଏହି ଦିନ ପାଳନ କରାଯାଉଛି ।

କଣ କହୁଛି ପରିସଂଖ୍ୟାନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସମଗ୍ର ବିଶ୍ବରେ 125 ଟି ଦେଶରେ ତମାଖୁ ଉତ୍ପାଦନ କରାଯାଏ ଏବଂ ପ୍ରତିବର୍ଷ ବିଶ୍ବବ୍ୟାପୀ 5.5 ଟ୍ରିଲିୟନ ସିଗାରେଟ୍ ଉତ୍ପାଦିତ ହୁଏ । ଏଥି ସହିତ, ଏକ ବିଲିୟନରୁ ଅଧିକ ଲୋକ ଧୂମପାନ ସେବନ କରିଥାନ୍ତି । 2021ରେ ମେଡିକାଲ୍ ଜର୍ନାଲ୍ ଦି ଲାନସେଟ୍‌ରେ ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟ ଅନୁସାରେ, କର୍କଟ ଜନିତ ମୃତ୍ୟୁ ପାଇଁ ଧୂମପାନ ମୁଖ୍ୟତଃ ଭାବେ ଦାୟୀ ।

ଅନ୍ୟପକ୍ଷରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ, ପ୍ରତିବର୍ଷ ଧୂମପାନ ସେବନ ହେତୁ ସମଗ୍ର ବିଶ୍ୱରେ 50 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାନ୍ତି । ଏହା ମଧ୍ୟ ଆଶଙ୍କା କରାଯାଇଛି ଯେ, ଯଦି ଏହି ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆନଯାଏ, ତେବେ 2030 ସୁଦ୍ଧା ଧୂମପାନ ହେତୁ ଜୀବନ ହରାଉଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ 80 ଲକ୍ଷରୁ ଅଧିକ ହେବ । ଏହି ରିପୋର୍ଟ ଅନୁଯାୟୀ, କେବଳ ଧୂମପାନ ହେତୁ ନୁହେଁ ବରଂ ତମାଖୁର ପରୋକ୍ଷ ପ୍ରଭାବ କିମ୍ବା ଏହା ସହ ଜଡିତ ରୋଗ ହେତୁ ପ୍ରତିବର୍ଷ ପ୍ରାୟ 5 ନିୟୁତ ଲୋକଙ୍କ ଜୀବନ ଯିବ ।

ଧୂମପାନ ଦିବସ ପାଳନର ଇତିହାସ : 1984 ମସିହାରେ ବ୍ରିଟେନରେ ଧୂମପାନ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା । ସେବେଠାରୁ ଏହି ଦିନ ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ବୁଧବାରରେ ପାଳନ କରାଯାଏ । ଯଦିଓ ବ୍ରିଟେନରେ ନୋ ସ୍ମୁକିଂ ଡେ' ଆରମ୍ଭ ହୋଇଥିଲା, କିନ୍ତୁ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏହା ପାଳନ କରାଯାଉଛି ।

ଧୂମପାନର ସମସ୍ୟା : ଧୂମପାନ କାରଣରୁ ତମାଖୁ ଧୂଆଁର ସଂସ୍ପର୍ଶରେ ଆସିବା ଯଥା ସିଗାରେଟ୍ କିମ୍ବା ହୁକା ଇତ୍ୟାଦି ଲୋକଙ୍କୁ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଶିକାର କରିପାରେ । ଏହି କାରଣରୁ, ସାଧାରଣତଃ ଆଜମା, ବ୍ରୋଙ୍କାଇଟିସ୍, ନିମୋନିଆ, ଫୁସଫୁସ ରୋଗ ଏବଂ କର୍କଟ ଭଳି ଗୁରୁତର ରୋଗ ହେବାର ଆଶଙ୍କା ରହିଥାଏ ।

କହିବାକୁ ଗଲେ ତମାଖୁରେ ନିକୋଟିନ୍ ନାମକ ଏକ ଉପାଦାନ ମିଳିଥାଏ, ଯାହା ନିଶାରେ ପକାଏ ଏବଂ ଏହା ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ଥରେ ଏହି ନିଶାରେ ପଡିବା ପରେ ଏଥିରୁ ମୁକୁଳିବା ଅତ୍ୟନ୍ତ କଷ୍ଟକର । ଏହି ନିଶାକୁ ଛାଡିବା ପାଇଁ ଚାହିଁଲେ ମଧ୍ୟ ଶରୀର ଉପରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ପଡିଥାଏ । ତେଣୁ ନିକୋଟିନ୍ ତା'ର ନିଶାରେ ପକାଇବା ପୂର୍ବରୁ ସତର୍କ ରହିବା ବୁଦ୍ଧିମାନର କାମ । ତେଣୁ ସେଚତନ ରୁହନ୍ତୁ ସୁସ୍ଥ ରୁହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.