ETV Bharat / sukhibhava

Eye Donation: ଆପଣଙ୍କ ଆଖି, କାହା ଦୁନିଆକୁ କରିପାରେ ରଙ୍ଗୀନ - ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଚକ୍ଷୁ ଭଗବାନଙ୍କ ଏକ ଅମୂଲ୍ୟ ଦାନ ବୋଲି କୁହାଯାଏ । ଜଣେ ଦୃଷ୍ଟିବାଧିତ ଲୋକଙ୍କୁ ଦୁନିଆ ଆଲୋକ ଦେଖାଇବା ପାଇଁ ଏହି ଦୁଇ ସାପ୍ତାହିକ ଦିବସର ପାଳନ କରାଯାଏ । ଅଧିକ ପଢନ୍ତୁ

Eye Donation
Eye Donation
author img

By ETV Bharat Odisha Team

Published : Aug 25, 2023, 10:57 AM IST

ହାଇଦ୍ରାବାଦ: ଆଖି ବା ଚକ୍ଷୁ ଦାନକୁ ମହାଦାନ କୁହାଯାଏ । କାରଣ ଦୃଷ୍ଟିବାଧିତମାନେ ଏହି ଦାନ ଦ୍ୱାରା ବିଶ୍ୱ ଦେଖିବାର ସୁଯୋଗ ପାଆନ୍ତି । କିନ୍ତୁ ସାମାଜିକ ଏବଂ ଧାର୍ମିକ ପରମ୍ପରା ଯୋଗୁଁ କିମ୍ବା ଭୟ ଏବଂ ଦ୍ୱନ୍ଦ୍ୱ ଯୋଗୁଁ ଲୋକମାନେ ଆଖି ଦାନ କରିବାକୁ ଭୟ କରନ୍ତି । ଅନ୍ୟପକ୍ଷରେ, ଯେଉଁମାନେ ଚକ୍ଷୁଦାନ କରିବାକୁ ଚାହାଁନ୍ତି, ଆଖି ପ୍ରତିରୋପଣ ସହ ଜଡିତ ଆବଶ୍ୟକୀୟ ସୂଚନା ଅଭାବରୁ ସେମାନେ ଆଖି ଦାନ କରିବାରେ ସକ୍ଷମ ହୁଅନ୍ତି ନାହିଁ । ଭାରତରେ ଚକ୍ଷୁ ଦାନ ବିଷୟରେ ଜନସଚେତନତା ବୃଦ୍ଧି କରାଇବା ସହିତ ଲୋକଙ୍କୁ ଏହା ସହ ଜଡିତ ଭୁଲ ଧାରଣାର ସତ୍ୟତା ବିଷୟରେ ଅବଗତ କରାଇବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଆଖି ଦାନ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 25 ଅଗଷ୍ଟରୁ 8 ସେପ୍ଟେମ୍ବର ପର୍ଯ୍ୟନ୍ତ ଜାତୀୟ ଚକ୍ଷୁ ଦାନ ସପ୍ତାହ ପାଳନ କରାଯାଇଥାଏ ।

2020 ମସିହାରେ ଦୁଇଟି ଆନ୍ତର୍ଜାତିକ ଅନୁଷ୍ଠାନ ଯଥା ଭିଜନ ଲୋସ୍ ଏକ୍ସପର୍ଟ ଗ୍ରୁପ୍ ଏବଂ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ପ୍ରିଭେନସନ୍ ଅଫ୍ ବ୍ଲାଇଣ୍ଡେନ୍ସ୍ ଦ୍ବାରା ଦୃଷ୍ଟିବାଧିତ ଉପରେ ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଥିଲା । ତେବେ ବିଶ୍ବର ସମସ୍ତ ଦେଶ ମଧ୍ୟରୁ ଭାରତରେ ଅଧିକ ଦୃଷ୍ଟିବାଧିତ ରହିଥିବା ନେଇ ରିପୋର୍ଟରେ ପ୍ରକାଶିତ ହୋଇଥିଲା । ରିପୋର୍ଟରେ କୁହାଯାଇଛି ଯେ, 2020 ସୁଦ୍ଧା ଭାରତରେ ପ୍ରାୟ 92 ଲକ୍ଷ ଲୋକ ଦୃଷ୍ଟିବାଧିତ ହୋଇଥିବାବେଳେ ଚାଇନାରେ ଦୃଷ୍ଟିବାଧିତଙ୍କ ସଂଖ୍ୟା 89 ଲକ୍ଷ ରହିଥିଲା । ଏହି ରିପୋର୍ଟରେ ଗତ 30 ବର୍ଷ ମଧ୍ୟରେ ଭାରତରେ ସମୀପ ଦୃଷ୍ଟି କିମ୍ବା ପ୍ରେସବୋପିଆ ମାମଲା ଦ୍ୱିଗୁଣିତ ହୋଇଥିଲା । ରିପୋର୍ଟ ଅନୁଯାୟୀ, 1990 ମସିହାରେ ପ୍ରାୟ 5.77 କୋଟି ମାମଲା ପଞ୍ଜୀକୃତ ହୋଇଥିଲା ଏବଂ 2019 ମସିହାରେ 13.76 କୋଟି ଭାରତୀୟ ଦୃଷ୍ଟିବାଧିତ ରହିଥିବା ରିପୋର୍ଟରେ କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Diabetes symptoms: ଆଖି କୁହେ ମଧୁମେହ ଲକ୍ଷଣ, ଏମିତି ଚିହ୍ନିପାରିବେ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଅନ୍ୟପକ୍ଷରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ପରିସଂଖ୍ୟାନ ଅନୁଯାୟୀ, ବର୍ତ୍ତମାନ ଭାରତରେ ପ୍ରାୟ 1.5 କୋଟି ଦୃଷ୍ଟିବାଧିତ ଥିବାବେଳେ କେତେକ କାରଣରୁ 13 କୋଟିରୁ ଅଧିକ ଲୋକକୁ ଆଂଶିକ ଦେଖାଯାଉଛି । ତେବେ ସେମାନଙ୍କ ମଧ୍ୟରୁ 80 ପ୍ରତିଶତ ଲୋକ ଠିକ ସମୟରେ ଚିକିତ୍ସା ନକରିବା କାରଣରୁ ଚକ୍ଷୁ ରୋଗ ବା ଦୃଷ୍ଟିବାଧିତର ଶିକାର ହୋଇଥିବା ଜଣାପଡିଛି । ଯାହାକି ଏକ ପ୍ରକାର ଚିନ୍ତାର ବିଷୟ ବୋଲି କୁହାଯାଇଛି । ତେବେ ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ଆଖି ପ୍ରତିରୋପଣ ଦ୍ବାରା ଦେଖିପାରିବେ ବୋଲି କୁହାଯାଇଛି । ବିଭିନ୍ନ ଆନୁସଙ୍ଗିକ ସଂଗଠନ ଦ୍ୱାରା ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଚକ୍ଷୁ ପ୍ରତିରୋପଣ ପାଇଁ ଭାରତକୁ ପ୍ରାୟ 2.5 ଲକ୍ଷ କର୍ଣ୍ଣିଆ ଆବଶ୍ୟକ । କିନ୍ତୁ ଦାତାଙ୍କର ଅଭାବ ହେତୁ ଏହା ସମ୍ଭବ ହୋଇପାରୁ ନାହିଁ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟ ସାରା ମାଡ଼ିଗଲାଣି ଆଖିଧରା ରୋଗ, ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଇତିହାସ ଏବଂ ଲକ୍ଷ୍ୟ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ଦୃଷ୍ଟିହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଜାତୀୟ ଚକ୍ଷୁ ଦାନ କାର୍ଯ୍ୟକ୍ରମ 15 ଦିନ ଧରି ବିଭିନ୍ନ ସରକାରୀ ତଥା ଅଣ-ସରକାରୀ ସ୍ୱାସ୍ଥ୍ୟ ତଥା ସାମାଜିକ ସଂଗଠନ ଦ୍ୱାରା ଆୟୋଜିତ ହୋଇଥାଏ । 25 ଅଗଷ୍ଟରୁ 8 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମ 1985 ମସିହାରେ ଭାରତ ସରକାରଙ୍କ ଅଧୀନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିଲା । ଲୋକଙ୍କ ମଧ୍ୟରେ ଚକ୍ଷୁଦାନକୁ ନେଇ ସଚେତନା ଏବଂ ଆଗ୍ରହ ବୃଦ୍ଧି କରିବା ହିଁ ମୂଳ ଲକ୍ଷ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.