ETV Bharat / sukhibhava

Health of IT Employees: ରିସର୍ଚ୍ଚରେ ଖୁଲାସା, ଆଇଟି କର୍ମଚାରୀଙ୍କୁ ରୋଗର ଆଶଙ୍କା ଅଧିକ - ଆଇଟି କର୍ମଚାରୀଙ୍କୁ ଅଧିକ ରୋଗ

ଆଇଟି କର୍ମଚାରୀଙ୍କୁ ନେଇ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଆଇଟି କର୍ମଚାରୀଙ୍କୁ ରୋଗର ଆଶଙ୍କା ଅଧିକା ବୋଲି କୁହାଯାଇଛି । ଅଧିକ ପଢନ୍ତୁ

Health of IT Employees
Health of IT Employees
author img

By

Published : Aug 19, 2023, 11:47 AM IST

ହାଇଦ୍ରାବାଦ: ଆଜିର ସମୟରେ ଯୁବପିଢି ଆଇଟି ଶିଳ୍ପ ଆଡକୁ ଆକୃଷ୍ଟ ହେଉଛନ୍ତି । ଆଇଟି ଶିଳ୍ପରେ ଓ୍ବାର୍କ ଫ୍ରମ ହୋମ କନସେପ୍ଟ ସାଙ୍ଗକୁ ପ୍ରଦୂଷଣ ମୁକ୍ତ କାର୍ଯ୍ୟକ୍ଷେତ୍ର ଯୁବପିଢିଙ୍କୁ ଏହି ସେକ୍ଟର ପ୍ରତି ଆକୃଷ୍ଟ କରୁଛି । ହେଲେ ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯାହାକି ଏକ ପ୍ରକାର ଚିନ୍ତାର ବିଷୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଆଇଟି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଏବେ ଚିନ୍ତାର କାରଣ ସାଜିଛି । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (NIN) ଚେତାବନୀ ଦେଇଛି ଯେ, ଚାପଗ୍ରସ୍ତ କାର୍ଯ୍ୟସୂଚୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ଦୀର୍ଘ ଘଣ୍ଟା ବସିବା ଦ୍ୱାରା ଅନେକ ରୋଗ ହୋଇଥାଏ । ହାଇଦ୍ରାବାଦ ସହରର ଅଗ୍ରଣୀ ଆଇଟି ସଂଗଠନରେ କାର୍ଯ୍ୟ କରୁଥିବା 183 ଆଇଟି କର୍ମଚାରୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ବର୍ତ୍ତମାନ ଏହାର ରିପୋର୍ଟ ନ୍ୟୁଟ୍ରିଏଣ୍ଟ ପତ୍ରିକାରେ ପ୍ରକାଶ ପାଇଛି ।

NIN ବୈଜ୍ଞାନିକ ଡ. ସୁବାରାଓ ଏମ ଗାଭାରାଭାରାପୁ ଏବଂ ଡ. ଭାନୁପ୍ରକାଶ ରେଡ୍ଡୀଙ୍କ ଏକ ଟିମ୍ ଅଧିକ ଗଭୀର ଭାବରେ ଅଧ୍ୟୟନ କରିଥିଲେ । ଶୁକ୍ରବାର ଦିନ NIN ଏହି ବିବରଣୀ ଗଣମାଧ୍ୟମକୁ ପ୍ରକାଶ କରିଛି । ଅଧ୍ୟୟନରେ କୁହାଯାଇଛି ଯେ, ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ 46 ପ୍ରତିଶତ କର୍ମଚାରୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ 10 ପ୍ରତିଶତ ଉଚ୍ଚ ରକ୍ତଚାପ, ମେଦବହୁଳତା ଏବଂ ମଧୁମେହ ରୋଗରେ ପୀଡିତ ଥିଲେ । ଅଧିକ ସମୟ ବସି କାମ କରୁଥିବା ଯୋଗୁଁ ଅଣ୍ଟାର ଚଉଡା ମଧ୍ୟ ବୃଦ୍ଧି ପାଇବାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ୱାର୍କ ଫ୍ରମ୍ ହୋମ୍ ଯୋଗୁଁ ଦୃଷ୍ଟିଶକ୍ତି ଓ ଶ୍ରବଣ ସମସ୍ୟା

ଆଇଟି କର୍ମଚାରୀଙ୍କ ପାଇଁ ହେଲଥ ସେଣ୍ଟରର ଆବଶ୍ୟକତା:

ଆଇଟି ଶିଳ୍ପରେ କର୍ମଚାରୀଙ୍କ ପାଇଁ ହେଲଥ ସେଣ୍ଟରର ଆବଶ୍ୟକତା ରହିଥିବା କୁହାଯାଇଛି । ଭଲ ଖାଇବା ଅଭ୍ୟାସ, ବ୍ୟାୟାମ ଏବଂ ପର୍ଯ୍ୟାପ୍ତ ବିଶ୍ରାମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏହି କେନ୍ଦ୍ରର ଆବଶ୍ୟକତା ରହିଥିବା ଉଲ୍ଲେଖ କରାଯାଇଛି । କୁହାଯାଇଛି ଯେ ଏହା ଦ୍ବାରା ଜଣେ ସ୍ବାସ୍ଥ୍ୟର ନିୟମିତ ଯାଞ୍ଚ କରିପାରିବ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରିବ।

* ହାରାହାରି 8 ଘଣ୍ଟାରୁ ଅଧିକ ସମୟ ବସି କାମ କରିବା ଦ୍ବାରା ମୋଟାପା ସହିତ ପାଚନତନ୍ତ୍ରରେ ଅସୁବିଧା ହୋଇଥାଏ।

* 78 ପ୍ରତିଶତ କର୍ମଚାରୀ ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପରୁ ଦୂରେଇ ରହିଛନ୍ତି ଏବଂ କେବଳ 22 ପ୍ରତିଶତ କର୍ମଚାରୀ ସପ୍ତାହରେ 150 ମିନିଟ୍ ପାଇଁ ଶାରୀରିକ କାର୍ଯ୍ୟକଳାପ (ବ୍ୟାୟାମ) କରିଛନ୍ତି।

* ଏହା ଚେତାବନୀ ଦେଇଛି ଯେ 26 ରୁ 35 ବର୍ଷ ବୟସର ବ୍ୟକ୍ତି ମଧ୍ୟ ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ହେବାର ଆଶଙ୍କା ରହିଛି ।

* NIN ର ନିର୍ଦ୍ଦେଶକ ଡ. ହେମାଲତା କହିଛନ୍ତି ଯେ, ବାରମ୍ବାର ଖାଇବା, ଦୈନନ୍ଦିନ ଖାଦ୍ୟରେ କମ୍ ଫଳ ଖାଇବା ଏବଂ ପନିପରିବା ନଖାଇବା, ଠିକ ସମୟରେ ନଖାଇବା କିମ୍ବା ଖାଇବା ଛାଡିଦେବା ଭଳି ଅଭ୍ୟାସ ଆଇଟି କର୍ମଚାରୀଙ୍କୁ କ୍ରନିକ୍ ରୋଗରେ ଆକ୍ରାନ୍ତ କରିଥାଏ।

30 ବର୍ଷ ପରେ କର୍ମଚାରୀଙ୍କ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି ।

ରିସର୍ଚ୍ଚରେ ଖୁଲାସା:

  • 66 ପ୍ରତିଶତ କର୍ମଚାରୀ କୋଲେଷ୍ଟ୍ରୋଲରେ ଆକ୍ରାନ୍ତ
  • 44 ପ୍ରତିଶତ ମୋଟୋପଣ
  • 17 ପ୍ରତିଶତ କର୍ମଚାରୀଙ୍କୁ ମେଦବହୁଳତା
  • 4 ପ୍ରତିଶତଙ୍କୁ ଡାଇବେଟିସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.