ETV Bharat / sukhibhava

Arthritis Treatment: ଗଣ୍ଠିବାତ କେତେ ପ୍ରକାର ? ଜାଣନ୍ତୁ ଚିକିତ୍ସାରେ ଫିଜିଓଥେରାପିର ଭୂମିକା - ବିଶ୍ବ ଗଣ୍ଠିବାତ ଦିବସ

ପ୍ରତିବର୍ଷ ଅକ୍ଟୋବର 12 ତାରିଖରେ ବିଶ୍ବ ଗଣ୍ଠିବାତ ଦିବସ ପାଳନ କରାଯାଏ । ଜାଣନ୍ତୁ ଗଣ୍ଠିବାତ କେତେ ପ୍ରକାର ଏବଂ ଚିକିତ୍ସାରେ ଫିଜିଓଥେରାପିର ଭୂମିକା ।

Arthritis Treatment
Arthritis Treatment
author img

By ETV Bharat Odisha Team

Published : Oct 12, 2023, 5:42 PM IST

ହାଇଦ୍ରାବାଦ: ଆର୍ଥ୍ରାଇଟିସ ବା ଗଣ୍ଠିବାତ ସମସ୍ୟା ପ୍ରାୟ ସବୁ ବୟସରେ ଦେଖାଯାଇଥାଏ । ତେବେ ପ୍ରାୟତଃ ଆର୍ଥ୍ରାଇଟିସ୍ ସମୟରେ ଫିଜିଓଥେରାପି ବ୍ୟବହୃତ ହୁଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗଣ୍ଠିବାତ ସମସ୍ୟାରେ ଯଦି ପ୍ରାରମ୍ଭିକ ଅବସ୍ଥାରେ ଫିଜିଓଥେରାପିର ସାହାଯ୍ୟ ନିଆଯାଏ ତେବେ ସମସ୍ୟାକୁ ଶୀଘ୍ର ହ୍ରାସ କରାଯାଇ ପାରିବ । ଖରାପ ଜୀବନଶୈଳୀ ହେତୁ ଆଜିକାଲି ଅନେକ ସମସ୍ୟା ଉପୁଜିଛି । ହୃଦରୋଗ, ରକ୍ତ ଶର୍କରା, ଓଜନ ବୃଦ୍ଧି ଇତ୍ୟାଦି ସମସ୍ୟା ଖାଦ୍ୟପେୟ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଦେଖାଯାଉଛି ।

ଏକ ରିପୋର୍ଟରେ କୁହାଯାଇଛି ଯେ, ମେଦ ବୃଦ୍ଧି ଯୋଗୁଁ ଗଣ୍ଠିବାତ ସମସ୍ୟା ଦେଖାଯାଇଥାଏ । ପ୍ରଥମେ ଆଣ୍ଠୁରେ ଯନ୍ତ୍ରଣା ହେବା ପରେ କେତେକ କ୍ଷେତ୍ରରେ ଆଣ୍ଠୁ, ଗଣ୍ଠି, ଅଣ୍ଟା ଏବଂ ଗୋଡ ବଙ୍କା ହୋଇଯାଇଥାଏ । ଯାହାକି ଠିଆ ହେବାରେ ମଧ୍ୟ ସମସ୍ୟା ଦେଖା ଯାଇଥାଏ। ତେଣୁ ଆର୍ଥ୍ରାଇଟିସ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ ବୋଲି କୁହାଯାଇଛି ।

ଅଷ୍ଟ୍ରିଓଆର୍ଥ୍ରାଇଟିସ: ପୂର୍ବରୁ ବୃଦ୍ଧି ଅବସ୍ଥାରେ ଏହି ସମସ୍ୟା ଦେଖାଯାଉଥିବା ବେଳେ ବର୍ତ୍ତମାନ ସମସ୍ତ ବୟସରେ ଏହି ସମସ୍ୟା ଦେଖାଯାଉଛି । ଏହା ଗଣ୍ଠିରେ କାର୍ଟିଲେଜ ଅଭାବରୁ ହୋଇଥାଏ । ଜୀବନଶୈଳୀ, ଖରାପ ଖାଦ୍ୟ ଅଭ୍ୟାସ ଏବଂ ପ୍ରଦୂଷଣ ହେଉଛି ମୁଖ୍ୟ କାରଣ ବୋଲି କୁହାଯାଇଛି।

ରୁମେଟାଇଡଆର୍ଥ୍ରାଇଟିସ: ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ଠାରେ ଅଧିକ ଦେଖାଯାଏ । ମେଦବହୁଳତା, ଧୂମପାନ ଏବଂ ବଂଶାନୁକ୍ରମିକ ଏହାର ବିକାଶ ପଛରେ ଗୁରୁତ୍ୱପୂର୍ଣ୍ଣ ବିପଦ କାରଣ । ଏହା ଏକ ଅଟୋଇମ୍ୟୁନ ରୋଗ ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଗଣ୍ଠିର ଲାଇନ୍ ଉପରେ ପ୍ରଭାବ ପକାଇଥାଏ । ଆର୍ଥ୍ରାଇଟିସ୍ ମଧ୍ୟ ରକ୍ତଭଣ୍ଡାର, ସ୍ନାୟୁ, ଚର୍ମ ଇତ୍ୟାଦି ଆଭ୍ୟନ୍ତରୀଣ ଅଙ୍ଗର ପ୍ରଦାହ ସୃଷ୍ଟି କରିପାରେ ।

ସୋରିଆଟିକ ଆର୍ଥ୍ରାଇଟିସ: ଏହା ସାଧାରଣତଃ ତ୍ବଚା ଉପରେ ଲାଲ ଏବଂ ଫୁଲା ଦେଖାଯାଇଥାଏ । କହିବାକୁ ଗଲେ ଏହା ଗଣ୍ଠିକୁ ପ୍ରଭାବିତ କରିଥାଏ । ଶରୀରର ଯେକୌଣସି ସ୍ଥାନରେ ଏହା ଦେଖାଯାଇଥାଏ ।

ପେରିଆର୍ଥ୍ରାଇଟିସ: ଏହା ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଯୋଗୁଁ ହେଉଥିବା ଫୁଲା କାରଣରୁ ଯନ୍ତ୍ରଣା ହୋଇଥାଏ। ଏହା ବିଶେଷତଃ କାନ୍ଧର ହାଡକୁ ପ୍ରଭାବିତ କରିଥାଏ।

ଏହା ମଧ୍ୟ ପଢନ୍ତୁ: World Arthritis Day: 2050 ସୁଦ୍ଧା ଏକ ବିଲିୟମ ହୋଇପାରନ୍ତି ଗଣ୍ଠିବାତର ଶିକାର

ଆର୍ଥ୍ରାଇଟିସ ଚିକିତ୍ସାରେ ଫିଜିଓଥେରିପିର ବ୍ୟବହାର:

ମେନୁଆଲ ଥେରାପି: ଏହା ସାହାଯ୍ୟରେ ଫିଜିଓଥେରାପିଷ୍ଟ ହାତରେ ଚାପ ପ୍ରୟୋଗ କରି ଗଣ୍ଠି ଏବଂ ମାଂସପେଶୀରେ କଠିନତା ଦୂର କରିଥାଆନ୍ତି। ଫଳରେ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ବ୍ୟାୟାମ: ଶାରୀରିକ ସୁସ୍ଥତା ବଜାୟୀ ରଖିବା ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ ବୋଲି କୁହାଯାଇଛି। କିନ୍ତୁ ଆର୍ଥ୍ରାଇଟିସ କ୍ଷେତ୍ରରେ ଷ୍ଚାବିଲାଇଜେସନ ବ୍ୟାୟାମ ଗଣ୍ଠିକୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।

ହିଟ ଥେରାପି: ଏହା ଯନ୍ତ୍ରଣା ଏବଂ କଠିନତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଗରମ ପାଣି ବୋତଲ, ଗରମ ପ୍ୟାକ୍ କିମ୍ବା ଗରମ ଟବ୍ ଆକାରରେ ପ୍ରୟୋଗ କରାଯାଇପାରିବ ।

କୁଲିଂ ଥେରାପି: ଏହା ଯନ୍ତ୍ରଣା ଏବଂ ଫୁଲାକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ବରଫ ପ୍ୟାକ୍, କିମ୍ବା କ୍ରାୟୋଥେରାପି ଆକାରରେ ପ୍ରୟୋଗ କରାଯାଇପାରେ ।

ଅର୍ଥୋପେଡିକ: ଫିଜିଓଥେରାପିଷ୍ଟ ଫିଜିଓଥେରାପି ଉପକରଣକୁ ସୁପାରିଶ କରିପାରନ୍ତି । ଯେପରିକି ଯନ୍ତ୍ରଣା ଏବଂ ବ୍ୟାୟାମକୁ ହ୍ରାସ କରିବା ପାଇଁ ସହାୟକ ଉପକରଣ।

ଅଣଦେଖା କରିଲେ ବୃଦ୍ଧି ପାଇବ ସମସ୍ୟା: ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଉତ୍ତମ ଜୀବନଶୈଳୀ ଆପଣାଇବା ଦ୍ବାରା ଆର୍ଥ୍ରାଇଟିସ ଭଳି ସମସ୍ୟାରୁ ମୁକ୍ତି ପାଇପାରିବା । କେତେକ କ୍ଷେତ୍ରରେ ଆର୍ଥ୍ରାଇଟିସ ଜେନେଟିକ୍ ହୋଇପାରେ ଏବଂ 35 ବର୍ଷ ବୟସ ପରେ ମଧ୍ୟ ଏହା ହେବାର ସମ୍ଭାବନା ଥାଏ । ଫିଜିଓଥେରାପିକୁ ଆର୍ଥ୍ରାଇଟିସର ବିକଳ୍ପ ଭାବେ ବିବେଚନା କରାଯାଏ । ଯଦି ଆର୍ଥ୍ରାଇଟିସ୍ ଠିକ୍ ସମୟରେ ଚିହ୍ନଟ ହୁଏ, ତେବେ ଏହାକୁ ଫିଜିଓଥେରାପି କିମ୍ବା ଅନ୍ୟାନ୍ୟ ଚିକିତ୍ସା ଦ୍ୱାରା ଚିକିତ୍ସା କରାଯାଇପାରିବ । ତେବେ ଏହାକୁ ଅଣଦେଖା କରିବା ଦ୍ବାରା ଅନେକ ସମସ୍ୟା ଦେଖାଦେଇପାରେ ବୋଲି କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.