ETV Bharat / sukhibhava

Knee Pain: ଆଣ୍ଠୁରେ ଯନ୍ତ୍ରଣା ଗଣ୍ଠିବାତ ରୋଗର ଲକ୍ଷଣ ନୁହେଁ ତ ? - ଆଣ୍ଠୁ ଗଣ୍ଠିବାତର କାରଣ କଣ

ଶରୀରର ଜଏଣ୍ଟ ବା ଗଣ୍ଠି ସ୍ଥାନରେ ଯନ୍ତ୍ରଣା ହେବା ଆର୍ଥ୍ରାଇଟିସ୍ ବା ଗଣ୍ଠି ବାତ ରୋଗକୁ ସୂଚାଇଥାଏ । ଏହାର ଅନେକ କାରଣ ରହିଥିବାବେଳେ ମହାମାରୀ ସମୟରେ ଲକଡାଉନ ଯୋଗୁଁ ଏହା ଲୋକଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି । ତେବେ ଏହାର କାରଣ ଓ ଚିକିତ୍ସା ସମ୍ପର୍କରେ ଜାଣନ୍ତୁ । ଅଧିକ ପଢନ୍ତୁ

ଆପଣଙ୍କ ଆଣ୍ଠୁରେ ଯନ୍ତ୍ରଣା ଗଣ୍ଠିବାତ ରୋଗର ଲକ୍ଷଣ ନୁହେଁ ତ ?

author img

By

Published : Apr 18, 2022, 4:24 PM IST

ହାଇଦ୍ରାବାଦ: ବୟସ ଅଧିକ ହେଲେ ସାଧାରଣତଃ ଏହି ରୋଗ ଲୋକଙ୍କ ମଧ୍ୟରେ ଦେଖାଯାଏ । ହେଲେ କମ ବୟସ୍କଙ୍କ ମଧ୍ୟରେ ଏହି ରୋଗ ଦେଖାଯିବା ଏବେ ଏକ ସାଧାରଣ ଘଟଣା ହୋଇଯାଇଛି । ଆର୍ଥ୍ରାଇଟିସ୍ ବା ଗଣ୍ଠି ବାତ ରୋଗ ହେଲେ ଆଣ୍ଠୁ ଭଳି ଗଣ୍ଠି ସ୍ଥାନରେ ଯନ୍ତ୍ରଣା ହୋଇଥାଏ । ତେବେ ଆମ ଜୀବନଶୈଳୀରେ ପରିବର୍ତ୍ତନ, ଭିନ୍ନ ଭିନ୍ନ ଚାକିରୀ ଓ କମ ଭ୍ରମଣ ଏହାର ମୁଖ୍ୟ କାରଣ ପାଲଟିଛି । ମହାମାରୀ ପରେ ଗତ ୨ ବର୍ଷ ମଧ୍ୟରେ ଲୋକଙ୍କ ମଧ୍ୟରେ ଜଏଣ୍ଟ ପେନ୍‌ ଅଧିକ ଦେଖିବାକୁ ମିଳୁଛି । ତେବେ ଏହାର ଅନ୍ୟାନ୍ୟ କାରଣ କଣ ରହିଛି ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ମହାମାରୀ ଯୋଗୁଁ ଗତ ୨ ବର୍ଷଠୁ ଅଧିକ ସମୟ ଧରି ଲୋକମାନେ ଘରେ କାମ କରୁଛନ୍ତି । ସଂକ୍ରମଣ ଭୟରେ ବାହାରେ ଭ୍ରମଣ ମଧ୍ୟ ହ୍ରାସ ପାଇଛି । ଘରେ ଦୀର୍ଘ ୧୦ ଘଣ୍ଟା ଧରି ଗୋଟିଏ ସ୍ଥାନରେ କାମ କରିବା, ଗୋଟିଏ ସ୍ଥାନରେ ବସି ରହିବା, ସୁସ୍ଥକର ଖାଦ୍ୟ ନ ଖାଇବା ସହିତ ଧୂମପାନ, ନିଶାଦ୍ରବ୍ୟ ଆଦି ସେବନ କରିବା ଏହାର ଅନ୍ୟତମ କାରଣ ମଧ୍ୟ ରହିଛି । ଏହି ରୋଗ ସର୍ବଦା ଶରୀରରେ ରହିନଥାଏ । ଏହା କିଛି ସମୟ ପାଇଁ ଯନ୍ତ୍ରଣା ଦେଇଥାଏ ।

  • ଆର୍ଥ୍ରାଇଟିସ୍ ହେବାର କାରଣ ?

ଶରୀରର ଓଜନ ବୃଦ୍ଧି ଓ ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଇବା ଦ୍ବାରା ଅଙ୍ଗଗୁଡ଼ିକ ଏକ ପ୍ରକାର ଅକାମି ହୋଇଯାଇଥାଏ । ଗଣ୍ଠି ସ୍ଥାନଗୁ଼ଡିକ ଆଗ ଅପେକ୍ଷା କମ ସକ୍ରିୟ ରହିଥାଏ । ଗଣ୍ଠି ସ୍ଥାନରେ ହାଡ଼ ସହିତ କିଛି ଶିରା ପ୍ରଶିରା ମଧ୍ୟ ରହିଥାଏ । ଯେତେବେଳେ ଆମେ ଭ୍ରମଣ କରୁ ବା ଅଙ୍ଗ କାର୍ଯ୍ୟକ୍ଷମ ହୁଏ, ସେତେବେଳେ ହାଡ ମଧ୍ୟରେ ଥିବା ବ୍ୟବଧାନରେ କିଛି ନଥିବା ଦ୍ବାରା ଯନ୍ତ୍ରଣା ହୋଇଥାଏ । ଜଏଣ୍ଟ ସ୍ଥାନରେ ଏକ ତରଳ ପଦାର୍ଥ ରହିଥାଏ, ଯାହାକୁ ହେଲଦି କାର୍ଟିଲେଜ କୁହାଯାଏ । ଏହା ସାଧାରଣତଃ ମୋଟା ହୋଇଥାଏ ।

ହେଲେ ଆମେ ଯେତେବେଳେ କୌଣସି କଠିନ କାମ କରିଥାଉ, ସେତେବେଳେ ଏହି ତରଳ ପଦାର୍ଥ ଗୁଡିକ ଗଣ୍ଠି ସ୍ଥାନରେ ଚାରିଆଡକୁ ଯାଇଥାଏ । ଯେତେବେଳେ ଆମେ ଦୌଡିଥାଉ, ସେତେବେଳେ ଏହି ଫ୍ଲୁଇଡ ତରଳ ହୋଇଯିବା କାରଣରୁ ଗଣ୍ଠି ସ୍ଥାନଟି ଭଲ ଭାବେ କାମ କରିଥାଏ । ତେବେ ଏ ନେଇ ଅର୍ଥୋପେଡ଼ିକ ଡକ୍ଟର ବିରେନ ନଦକରନୀ କହିଛନ୍ତି ଯେ ମହାମାରୀର ଯୋଗୁଁ ଲୋକମାନେ ନିଷ୍କ୍ରିୟ ହୋଇଯିବା ସହ ଗତ ଦୁଇ ବର୍ଷ ଧରି ସେମାନଙ୍କର ଫିଟନେସ୍ ବାଧାପ୍ରାପ୍ତ ହୋଇଛି । ଏହାସହ ସେମାନେ ଅନେକ କାର୍ଯ୍ୟକଳାପଠାରୁ ଦୂରରେ ରହିଛନ୍ତି ।

ବର୍ତ୍ତମାନ ମହାମାରୀ ସ୍ଥିତିରେ ସୁଧାର ଆସିବା ପରେ ଲକଡାଉନକୁ ହଟାଇ ଦିଆଯିବା ପରେ ବ୍ୟକ୍ତିମାନେ ସେମାନଙ୍କର ପୂର୍ବ-କୋଭିଡ ଜୀବନଶୈଳୀକୁ ଫେରିବା ଏବଂ ବ୍ୟାୟାମ କରିବା ସମୟରେ ସତର୍କ ରହିବା ଉଚିତ ବୋଲି ସେ କହିଛନ୍ତି । ଲୋକମାନେ ହାଡ ସମ୍ବନ୍ଧୀୟ ଯେକୌଣସି ସମସ୍ୟାକୁ ପରୀକ୍ଷା କରିବା ଉଚିତ । ଏହା ଅଜ୍ଞାତ ଭାବେ ଲକଡାଉନ ସମୟରେ ସୃଷ୍ଟି ହୋଇଥାଇପାରେ । ଯେତେବେଳେ ଆମର ବୟସ ବଢିଥାଏ, ସେତେବେଳେ କାର୍ଟିଲେଜ ଗୁଡ଼ିକ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଏ । ଯାହାଦ୍ବାରା ଆର୍ଥ୍ରାଇଟିସ ରୋଗ ହୋଇଥାଏ । ଦୁଇଟି ହାଡ ମଧ୍ୟରେ ଫ୍ଲୁଇଡ ହ୍ରାସ ପାଇବା ପରେ ଘର୍ଷଣ ହେବା ଦ୍ବାରା ଏଭଳି ଯନ୍ତ୍ରଣା ହୋଇଥାଏ ।

  • ଏଥିରୁ କିପରି ବର୍ତ୍ତିବେ ?

ଆର୍ଥ୍ରାଇଟିସ୍ ନିରାକରଣରେ ଏକ ଏକ୍ସ-ରେ ହେଉଛି ପ୍ରାରମ୍ଭିକ ପଦକ୍ଷେପ । ଏହା ଆର୍ଥ୍ରାଇଟିସର ଉପସ୍ଥିତି ସୂଚାଇପାରେ । ଆଣ୍ଟି-ଇନଫ୍ଲାମେଟୋରୀ ମେଡିସିନରେ ଏହି ରୋଗରୁ ମୁକ୍ତି ନ ମିଳିବା ପରେ କିଛି ଇଞ୍ଜେକ୍ସନ ରୋଗୀକୁ ଦିଆଯାଇଥାଏ । କିଛି ଶାରୀରିକ ଚିକିତ୍ସା ଏଥିପ୍ରତି ଲାଭଦାୟକ ହୋଇଥାଏ । ଯେତେବେଳେ କୌଣସି ବି ଉପଚାର ସଫଳ ହୋଇନଥାଏ, ସେତେବେଳେ ଡାକ୍ତର ଜଏଣ୍ଟ ରିପ୍ଲେସମେଣ୍ଟ ବା ପ୍ରତିବଦଳ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.